୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 
(କ) ଭକ୍ତି ଓ ସୁଫି ଧର୍ମ ପ୍ରଚାର ହେବାର କାରଣଗୁଡ଼ିକ କ’ଣ ? 
ଉ : (i) ମଧ୍ୟଯୁଗରେ ଇସ୍‌ଲାମ ଓ ହିନ୍ଦୁଧର୍ମର ପ୍ରଭାବ ପରସ୍ପର ଉପରେ ପଡ଼ିଥିଲା ।
 (i) ଉଭୟ ଧର୍ମର ସନ୍ଥ ମାନେ ଧର୍ମ କ୍ଷେତ୍ରରେ ରହି ଥିବା ଜଟିଳତା ଦୂର କରିବାକୁ ଚେଷ୍ଟା କରିଥିଲେ; ବିଭିନ୍ନ ଭଜନ, ଦୋହା, କାବ୍ୟ ରଚନା କରିଥିଲେ; ଯାହା ଫଳରେ ଉଭୟ ଧର୍ମର ପ୍ରଚାର ହୋଇଥିଲା ।
 (ଖ) ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ କ’ଣ ? 
ଉ : ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ ହେଲା : 
 (i) ସରଳ ଓ ନିରାଡ଼ମ୍ବର ଭାବେ ଧର୍ମ ଉପାସନା କରିବା;
 (ii) ଭକ୍ତିକୁ ମୁଖ୍ୟ ଆଧାର କରି ଈଶ୍ବରଙ୍କ ଉପାସନା କରିବା।
(ଗ) ଭକ୍ତିଧର୍ମର ପ୍ରଚାରକମାନଙ୍କର ନାମ ଲେଖ । 
ଉ :(i) ଭକ୍ତି ଧର୍ମର ପ୍ରଚାରକମାନେ ହେଲେ କବୀର, ଗୁରୁ ନାନକ ଓ ଶ୍ରୀଚୈତନ୍ୟ ।
 (ii) ଏହା ବ୍ୟତୀତ ଅନ୍ୟ ମାନେ ହେଲେ ଜ୍ଞାନେଶ୍ବ ,ନାମଦେବ, ତୁକାରାମ ଇତ୍ୟାଦି ।
 (ଘ) ସୁଫିଧର୍ମ କେଉଁମାନେ ପ୍ରଚାର କରିଥିଲେ ?
 ଉ :(i) ମୁସଲମାନ ସନ୍ଥ ବା ଫକୀରଙ୍କୁ ସୁଫି କୁହାଯାଏ ।
 (i) ସୁଫିଧର୍ମ ଖ୍ବାଜା ମଇନୁଦ୍ଦିନ୍ ଚିସ୍ତି, ନିଜାମୁଦ୍ଦିନ୍ ଅଉଲିୟା, ବାପା ଫରିଦ୍, ସାହା ଆଲାମ ବୁଖାରୀ, ବାହାଉଦ୍ଦିନ୍ ଜାକାରିଆ ଇତ୍ୟାଦି ସୁଫିଧର୍ମ ପ୍ରଚାର କରିଥିଲେ । 
(୧) ଭକ୍ତି ଓ ସୁଫିଧର୍ମ ପ୍ରଚାରର ଫଳାଫଳ କ’ଣ ଥିଲା ?
 ଉ:(j) ଭକ୍ତି ଆନ୍ଦୋଳନର ପ୍ରଭାବ ଇସ୍‌ଲାମ ଲୋକ ଓ ସନ୍ଥମାନଙ୍କ ଉପରେ ପଡିଥିଲା । 
 (ii) ଉଭୟ ହିନ୍ଦୁ ଓ ମୁସଲମାନମାନେ ପରସ୍ପରର ନିକଟବର୍ତ୍ତୀ ହେଲେ ଓ ସେମାନଙ୍କ ମଧ୍ୟରେ ଭେଦଭାବ କମିଗଲା । 
 (iii) ସମସ୍ତେ ଉପଲବଧି କଲେ ଯେ ଈଶ୍ଵର ଏକ । ଏକ ନୂତନ ଭାରତୀୟ ସଂସ୍କୃତିର ବିକାଶ ଘଟିଲା ।
(iv) ଲୋକେ ଜାତିପ୍ରଥା, ନାରୀମାନଙ୍କୁ ନ୍ୟୁନସ୍ଥାନ ଦେବାଭଳି କୁପ୍ରଥାର ଦୁର୍ଗୁଣ ଜାଣିପାରିଲେ ।
 (v) ସର୍ବୋପରି ହିନ୍ଦୁ ଓ ମୁସଲମାନମାନେ ପରସ୍ପରର ଧର୍ମପୀଠ ପ୍ରତି ଆକୃଷ୍ଟ ହେଲେ ଯଦ୍ବାରା ସେମାନଙ୍କ ମଧ୍ୟରେ ଭାଇଚାରା ଭାବ ବୃଦ୍ଧି ପାଇଲା ।
 (ଚ) ମଧ୍ୟଯୁଗରେ ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶ କାହିଁକି ହୋଇଥିଲା ? 
ଉ : ମଧ୍ୟଯୁଗରେ ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶ ହୋଇଥିଲା କାରଣ :
 (i) ଭକ୍ତିଧର୍ମର ପ୍ରଭାବ ଯୋଗୁଁ ଆଞ୍ଚଳିକ ଭାଷାରେ ଅନେକ ସାହିତ୍ୟ ରଚନା କରାଯାଇଥିଲା ।
(ii ) ସଂସ୍କୃତରେ ଲିଖିତ ଅନେକ ପୁସ୍ତକ ମାତୃ ଭାଷାରେ ଅନୁବାଦ କରାଯାଇଥିଲା । 
(ଛ) ଚିତ୍ର କଳାର ବିକାଶ ମଧ୍ୟଯୁଗରେ କିପରି ହୋଇଥିଲା ?
ଉ : (i)ମଧ୍ୟଯୁଗରେ କାନ୍ଥବାଡ଼ମାନଙ୍କରେ ବଡ଼ ବଡ଼ ଚିତ୍ର ଅଙ୍କନ କରାଯାଉଥିଲା ଓ ପୁସ୍ତକଗୁଡ଼ିକରେ ରଙ୍ଗୀନ ଚିତ୍ରଗୁଡ଼ିକ ଛପାଯାଉଥିଲା ।
(ii) ରାଜାମାନଙ୍କର ପୃଷ୍ଠପୋଷକତା ଚିତ୍ରକଳା ପ୍ରତି ରହିଥିଲା। ମଧ୍ୟଯୁଗରେ ରାଜାମାନେ ଚିତ୍ର ଉପରେ ଗୁରୁତ୍ବ ଦେଉଥିଲେ । (iii) ଆକବର ନିଜେ ‘ ତସବୀରଖାନା’ ନିର୍ମାଣ କରିଥିଲେ । ' କ୍ଷୁଦ୍ର କ୍ଷୁଦ୍ର ଚିତ୍ରମାନଙ୍କୁ ରଙ୍ଗଦେବା ଶୈଳୀର ବିକାଶ କରାଯାଇଥିଲା।
 (iv) ଆକବର ତାଙ୍କ ରାଜ ଦରବାରରେ ଅନେକ ଚିତ୍ରକରମାନଙ୍କୁ ନିଯୁକ୍ତି ଦେଇଥିଲେ । ଆକବରଙ୍କ ବ୍ୟତୀତ ଅନ୍ୟ ମୋଗଲ ଶାସକ ଓ ଦାକ୍ଷିଣାତ୍ୟର ଅନେକ ପ୍ରାଦେଶିକ ରାଜାମାନଙ୍କ ପୃଷ୍ଠପୋଷକତାରେ ଚିତ୍ରକଳାର ଅନେକ ଉନ୍ନତି ହୋଇଥିଲା ।
 (v) ଭାରତୀୟ ଓ ପାରସିକ ଚିତ୍ରକରମାନେ ମିଶି ଏକ ନୂତନ ଚିତ୍ରକଳା ଶୈଳୀର ବିକାଶ ଘଟାଇଥିଲେ ।
 (ଜ) ସଙ୍ଗୀତ କଳା ବିକାଶ ପାଇଁ ମଧ୍ୟଯୁଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଲେଖ । 
 ଉ :(i) ମଧ୍ୟଯୁଗୀୟ ରାଜା ଓ ସମାନ୍ତମାନଙ୍କ ପୃଷ୍ଠପୋଷକତାରେ ସଙ୍ଗୀତକଳାର ଉନ୍ନତି ହୋଇଥିଲା । 
(ii) ଭକ୍ତି ଓ ସୁଫି ଧର୍ମର ପ୍ରଚାରକମାନେ ସଙ୍ଗୀତ ସମାବେଶ ଆୟୋଜନ କରି ଭକ୍ତି ସଙ୍ଗୀତଗୁଡ଼ିକୁ ଜନପ୍ରିୟ କରିଥିଲେ ।
(iii) ଅମୀର ଖୁସ୍ରୁ‌ କବାଲି ମାଧ୍ୟମରେ ସୁଫି ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ।
 (iv )ଆକବରଙ୍କ ଦରବାରରେ ସଙ୍ଗୀତଜ୍ଞ ତାନସେନ ‌ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଅଧିକ ଲୋକପ୍ରିୟ କରିଥିଲେ।
(v ) ଅମୀର ଖୁସ୍ରୁ ସୀତାର ନାମକ ବାଦ୍ୟଯନ୍ତ ନିର୍ମାଣ କରିଥିଲେ । ଏହା ସହିତ ସଙ୍ଗୀତରେ ତବଲା ଓ ସାରଙ୍ଗୀ ବାଦ୍ୟଯନ୍ତ୍ର ବ୍ୟବହାର ହେଉଥିଲା ।

୨ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ ଯେଉଁଟି ଠିକ୍ ତା’ ପାଖରେ ଠିକ(√) ଚିହ୍ନ ଦିଅ । 
(କ) କବୀର କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ? 
ବନାରସ, କାନପୁର, ଲକ୍ଷ୍ନୌ, ଆହ୍ଲାବାଦ 
ଉ:ବନାରସ
 (ଖ) ଶିଖ୍ ଧର୍ମ କିଏ ପ୍ରତିଷ୍ଠା କରିଥିଲେ ?
କବୀର, ଗୁରୁ ନାନକ, ଗୋବିନ୍ଦ ସିଂହ, ତୁକାରାମ
 ଉ : ଗୁରୁ ନାନକ
 (ଗ) ଶ୍ରୀଚୈତନ୍ୟଙ୍କ ପ୍ରଧାନ ଶିଷ୍ୟ କିଏ ଥିଲେ ?
 ଗୋପ ଦାସ, ମଧୁଦାସ, ହରିଦାସ, ଗୋବିନ୍ଦ ଦାସ
 ଉ: ହରିଦାସ
(ଘ) ନାମଦେବ କେଉଁ ରାଜ୍ୟର ଧର୍ମ ପ୍ରଚାରକ ଥିଲେ?.
 ଗୁଜୁରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ 
ଉ : ମହାରାଷ୍ଟ୍ର
 (ଙ) ନିଜାମୁଦ୍ଦିନ୍‌ ଆଉଲିୟା କେଉଁଠାରେ ରହୁଥିଲେ ?
 ଗିୟାସପୁର, ଦିଲ୍ଲୀ ଗୁରୁଗାଁ, ମଥୁରା
 ଉ : ଗିୟାସପୁର
 (ଚ) ମହାଭାରତ ଓ ରାମାୟଣକୁ କିଏ ବଙ୍ଗଳାଭାଷାରେ ଅନୁବାଦ କରିଥିଲେ ? 
ନସରତ୍ ଶାହ, ମହମ୍ମଦ ଶାହ, ଅହମ୍ମଦ ଶାହ, ହରିହର ଶାହ 
ଉ:ନସରତ୍ ଶାହ
(ଛ) ଆମୁକ୍ତମାଲ୍ୟଦା କେଉଁ ଭାଷାରେ ଲେଖାଯାଇଥିଲା ?
ତାମିଲ, ତେଲୁଗୁ, ବଙ୍ଗଳା, ମାଲାୟାଲାମ୍ 
ଉ : ତେଲୁଗୁ ।
 (କ) ‘ତସବିରଖାନା’ କିଏ ନିର୍ମାଣ କରିଥିଲେ ?
ଜାହାଙ୍ଗୀର, ଶାହାଜାହାନ, ଆକବର, ବାବର ।
 ଉ : ଆକବର
(ଝ) ରାଗ ଦର୍ପଣ  କେଉଁ ସୁଲତାନଙ୍କ ସମୟରେ ଲେଖା ଯାଇଥିଲା ?
 ବଲବନ, ବାବର, ମହମ୍ମଦ ତୁଘଲକ, ଫିରୋଜ ଶାହା ତୁଘଲକ 
ଉ : ଫିରୋଜ ଶାହା ତୁଘଲକ
 ୩ । ଯେଉଁ ଗୋଟିଏ ଅଲଗା ତା’ ଚାରିପାଖରେ ଗୋଲ ବୁଲାଅ।
 (କ) କବୀର, ଗୁରୁ ନାନକ, ଶାହା ଆଲମ୍ ବୁଖାରୀ,ଜ୍ଞାନେଶ୍ବର
ଉ:(ଶାହା ଆଲାମ ବୁଖାରୀ)
(ଖ) ବୀଜକ, ଗୁରୁଗ୍ରନ୍ଥ ସାହେବ, ଚୈତନ୍ୟ ଚରିତାମୃତ, ବାବା ଫରିଦ
ଉ :( ବାବା ଫରିଦ)
(ଗ) ପଦ୍ମାବତୀ, ହିନ୍ଦୀ, ତେଲୁଗୁ, ପଞ୍ଜାବୀ ।
ଉ : ( ପଦ୍ମାବତୀ )
(ଘ) ତବଲା, ଢୋଲକ, ହାରମୋନିୟମ୍, ମୃଦଙ୍ଗ
ଉ : (ହାରମୋନିୟମ୍)

୪। କ’ ସ୍ତମ୍ଭରେ ଦିଆଯାଇଥିବା ନାମ ସହିତ ‘ଖ ସ୍ତମ୍ଭରେ ଦିଆଯାଇଥିବା ପୁସ୍ତକକୁ ଗାରଟାଣି ଯୋଡ଼ ।
 ଗୁରୁ ନାନକ - ମହାଭାରତ 
ସାରଳା ଦାସ - ଭାଗବତ
ଜଗନ୍ନାଥ ଦାସ - ଦାଣ୍ଡି ରାମାୟଣ 
ବଳରାମ ଦାସ - ଆଦିଗ୍ରନ୍ଥ
                    ରାଗଦର୍ପଣ

ଉ : ଗୁରୁ ନାନକ -   ଆଦିଗ୍ରନ୍ଥ
ଶାରଳା ଦାସ - ମହାଭାରତ 
 ଜଗନ୍ନାଥ ଦାସ – ଭାଗବତ 
ବଳରାମ ଦାସ – ଦାଣ୍ଡି ରାମାୟଣ

Comments