Posts

Showing posts from May, 2020

ଜାତୀୟ ଧ୍ଵଜା ଆମ ଉଡଇ ଫରଫର

୧ । ଉତ୍ତର ଲେଖିବା ।  (କ) ଆମ ଦେଶ ପରାଧୀନ ଥିବାବେଳେ କ'ଣ ଅସୁବିଧା ହେଉଥିଲା ? ଉ : ଆମ ଦେଶ ପରାଧୀନ ଥିବାବେଳେ ଆମେ ଅନେକ କ୍ଲେଶ ଭୋଗୁଥିଲୁ । (ଖ) ଦେଶ ସ୍ଵାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି ?  ଉ : ଦେଶ ସ୍ଵାଧୀନ ହେବା ପରେ ଆମେ ଅନେକ ଭଲ କାମ କରିପାରିବା ବୋଲି କବିତାରେ କୁହାଯାଇଛି, ଯଥା – ସ୍ଵଦେଶର ସେବା, ଅଛୁଆଁ ଛୁଆଁ ଭେଦ ଦୂର, ବିବିଧ କାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ଇତ୍ୟାଦି ।  (ଗ) ଜାତିର ଟେକ ରଖିବା ପାଇଁ ଆମକୁ କ’ଣ କରିବାକୁ ପଡ଼ିବ ?  ଉ : ଜାତିର ଟେକ ରଖୁବା ପାଇଁ ଆମକୁ ସ୍ଵଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ ।  (ଘ) ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ବାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି ?  ଉ : ଦେଶର ଉନ୍ନତି ପାଇଁ ସ୍ଵାଧୀନ ଭାରତରେ କର୍ତ୍ତବ୍ୟପରାୟଣ ହେବାକୁ ଆଶା କରାଯାଇଛି । ଏଥି ସହିତ ସ୍ୱଦେଶ ସେବା, ଭେଦଭାବ ଦୂରୀକରଣ, ଛୁଆଁ ଅଛୁଆଁ ଭାବଠାରୁ ଦୂରରେ ରହିବା, କଳକାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ସାଧନ କରାଯିବ ବୋଲି ଆଶା କରାଯାଇଛି। (ଙ) ଆମେ କାହିଁକି ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ?  ଉ : ଆମେ ବୀର ଜାତି । ଆମେ ଯେଉଁକଥା କହିବୁ ସେହି କାମକୁ ପ୍ରାଣ ଦେଇ କରିବୁ । ତେଣୁ ଆମେ ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ।   ୨ । ଉତ୍ତର ଲେଖିବା ।  (କ

ସାମାଜିକ ଶୃଙ୍ଖଳା

ଗୋଟିଏ ବାକ୍ୟରେ ଉତ୍ତର ଦିଅ ୧। କେଉଁମାନଙ୍କୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ?  ଉ : ମଦ, ଗଞ୍ଜଇ, ଡ୍ରଗସ, ଅଫିମ୍ ଇତ୍ୟାଦି ଖାଉଥିବା ଲୋକକୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ।  ୨। ଆମେ କେଉଁ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ୍ ?   ଉ : ସମାଜରେ ନିଜେ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ରହିବାରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।  ୩ । ପିଲାମାନେ କାହିଁକି ପାଠ ପଢ଼ିବା ଦରକାର ?  ଉ : ଶିକ୍ଷା ମନୁଷ୍ୟକୁ ଠିକ୍ ବାଟରେ ନିଏ । ତେଣୁ ପିଲାମାନେ ପାଠ ପଢ଼ିବା ଉଚିତ୍ ।   ୪ । ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା କି ପ୍ରକାର କାର୍ଯ୍ୟ ?  ଉ : ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା ଏକ ମନ୍ଦ ଅଭ୍ୟାସ ।  ୫ । ମଣିଷ କେତେବେଳେ ହିତାହିତ ଜ୍ଞାନ ଭୁଲିଯାଏ ?  ଉ : ମଦ୍ୟପାନ କରିବା, ଗଞ୍ଜଇ ଟାଣିବା, ଡ୍ରଗ୍ସ ଖାଇବା,ଅଫିମ ଖାଇବା ଇତ୍ୟାଦି ନିଶାସେବନ ଦ୍ଵାରା ମଣିଷ ମନରେ ଉତ୍ତେଜନା ସୃଷ୍ଟି ହେଉଥିବାରୁ ସେ ହିତାହିତଜ୍ଞାନ ଭୁଲିଯାଏ । ୬ । ମଣିଷ କେତେବେଳେ ଅପରାଧମୂଳକ କାର୍ଯ୍ୟ କରିଥାଏ ?  ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଗଲେ ଅପରାଧମୂଳକ କାର୍ଯ୍ୟ କରିଥାଏ ।  ୭ । ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା କେଉଁ କେଉଁ ଅପରାଧମୂଳକ କାର୍ଯ୍ୟ କରିଥାଏ ?  ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା ଗୁଣ୍ଡାଗିରି, ଅବିବେକତା, ଚୋରି, ଡକାୟତି ଆଦି ଅପରା

୩:-ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୧ । ଭାରତର ସମ୍ବିଧାନରେ ପ୍ରସ୍ତାବନା କାହିଁକି ସ୍ଥାନ ପାଇଅଛି?  ଉ : ପ୍ରତ୍ୟେକ ଲିଖିତ ସମ୍ବିଧାନରେ ଏକ ପ୍ରସ୍ତାବନା ବା ମୁଖବନ୍ଧ ଥାଏ । ଏହା ହେଉଛି ସମ୍ବିଧାନର ଜାତକ ବା ସମ୍ବିଧାନର ମାପକାଠି । ପ୍ରସ୍ତାବନା ହେଉଛି ସମ୍ବିଧାନର ଦର୍ପଣ ଭଳି । ଦର୍ପଣ ସାମନାରେ ଠିଆ ହେଲେ ଜଣେ ଯେମିତି ନିଜର ଛବିକୁ ଦେଖିପାରିବ ପ୍ରସ୍ତାବନାକୁ ପଠନ କଲେ ସମ୍ବିଧାନ ମଧ୍ୟରେ କ’ଣସବୁ ରହିଛି ଅନୁଧ୍ୟାନ କରିପାରିବ । ଏହା ସମ୍ବିଧାନର ଆଭିମୁଖ୍ୟକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରିଥାଏ । ଏଣୁ ଭାରତର ସମ୍ବିଧାନରେ ପ୍ରସ୍ତାବନାକୁ ସ୍ଥାନ ଦିଆଯାଇଛି ।  ୨ । ଭାରତ ସମ୍ବିଧାନ ଏକ ଲିଖିତ ସମ୍ବିଧାନ ହେଲେ ମଧ୍ୟ ସମ୍ବିଧାନରେ ଦୁଇଗୋଟି ଅଲିଖିତ ବିଷୟବସ୍ତୁର ଉଦାହରଣ ଲେଖ ।  ଉ : ଲିଖିତ ସମ୍ବିଧାନରେ ରାଷ୍ଟ୍ରର ସାମ୍ବିଧାନିକ ଆଇନ୍ ଗୁଡ଼ିକ ଲିପିବଦ୍ଧ ହୋଇଥାଏ । ଯଦିଓ ଭାରତ ସମ୍ବିଧାନ ଏକ ଲିଖିତ ସମ୍ବିଧାନ ଏଥିରେ ଅନେକ ବିଷୟ ଅଲିଖିତ ଆକାରରେ ରହିଛି। ଉଦାହରଣ ସ୍ଵରୂପ : ଭାରତ ଏକ ସଂଘୀୟ ରାଷ୍ଟ୍ର ବୋଲି କେଉଁଠି ଲେଖାଯାଇ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ଦଳର ନେତା ହୋଇଥିବା ବିଷୟ ମଧ୍ୟ ଲେଖା ହୋଇନାହିଁ । ୩ । ଭାରତୀୟ ସମ୍ବିଧାନରେ କେତେକ ଅଂଶ ନମନୀୟ । ଏହାର ୩ଗୋଟି ଉଦାହରଣ ଦିଅ ।  ଉ : ଭାରତର ଅନେକ ଅଂଶ ନମନୀୟ ଯାହା ସହଜ ଭାବେ ସଂଶୋଧିତ ହୋଇପାରିବ । ଏହାର ତିନିଗୋଟି ଉଦାହରଣ ହେଲା : ନୂତନ ରାଜ୍ୟ ସୃଷ୍ଟି, ରାଜ୍ୟବିଧାନ ପ

୪:-ମାନବିକ ଅଧିକାର

୧ । ମଣିଷ ମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ କ’ଣ ? ପାଞ୍ଚ ଧାଡ଼ିରେ ଲେଖ ।  ଉ :(i) ଜଣେ ବ୍ୟକ୍ତିର ଅଧିକାର ଅନ୍ୟ ଜଣଙ୍କ ବିରୁଦ୍ଧରେ ଦାବୀ ।  (ii) ଅଧିକାର ଏମିତି ଅବସ୍ଥା ସୃଷ୍ଟି କରେ ଯଦ୍ଦ୍ବାରା ବ୍ୟକ୍ତିମାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ବର ପରିପ୍ରକାଶ ଘଟେ |  (iii) ସୁତରାଂ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅତ୍ୟାବଶ୍ୟକ।  (iv) ଅଧିକାର ଯୋଗୁଁ ଜଣେ ବ୍ୟକ୍ତି ଯେକୌଣସି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରେ ଏବଂ ସୁଖରେ ଜୀବନଯାପନ କରିଥାଏ ।  (v) ଏଣୁ ମଣିଷମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ ରହିଛି।    ୨ । କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ଲେଖ ।  ଉ : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ହେଲା : -  (କ) ଜୀବନ ଧାରଣ ଅଧିକାର,  (ଖ) ଦାସତ୍ୱରୁ ମୁକ୍ତ ହେବା ଅଧିକାର,  (ଗ) ଆଇନ୍ ଦୃଷ୍ଟିରେ ସମସ୍ତେ ସମାନ,  (ଘ) ଜୋରଜବରଦସ୍ତି କାହାରିକୁ ବନ୍ଦୀ କରା ନଯିବା   (ଙ) ଭ୍ରମଣ କରିବାର ସ୍ଵାଧୀନତା ଇତ୍ୟାଦି । ୩ । ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ପଛରେ ତିନିଗୋଟି ବଳିଷ୍ଠ ଯୁକ୍ତି ଉପସ୍ଥାପନ କର ।  ଉ : ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ଉଚିତ । ଏହି ଯୁକ୍ତି ସପକ୍ଷରେ ତିନୋଟି ଯୁକ୍ତି ହେଲା : (i) ଆଜିର ନାରୀ ଅବଳା-ଦୁର୍ବଳା ନୁହେଁ କାରଣ ସେମାନେ ସବୁ କ୍ଷେତ୍ରରେ ଏବେ ପୁରୁଷମାନଙ୍କଠାର

୨:-ସ୍ବାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୧।ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନରେ କେଉଁ ଶାସନ ଆଇନ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଓ କାହିଁକି ? ପାଞ୍ଚ ଧାଡ଼ିରେ ଲେଖି ।  ଉ : ସାମ୍ରାଜ୍ୟବାଦୀ ଇଂରେଜ ମାନେ ଭାରତକୁ ଶାସନାଧୀନ କଲାପରେ ଅନେକ ଶାସନ ଆଇନ୍ ପ୍ରଣୟନ କରିଥିଲେ । ତନ୍ମଧ୍ୟରୁ ୧୯୪୭ ମସିହା ଭାରତ ସ୍ୱାଧୀନତା ଆଇନ୍ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହାର ମୁଖ୍ୟ କାରଣ ହେଲା ଏହି ଆଇନ୍ ବଳରେ ଭାରତ ସ୍ୱାଧୀନ ହେଲା । ଏହାର ସାର୍ବଭୌମତ୍ୱକୁ ସ୍ବୀକୃତି ଦିଆଗଲା । ସର୍ବୋପରି ବ୍ରିଟିଶ ସାମ୍ରାଜ୍ୟର କ୍ଷମତା ପରିସରରେ ଏହା ଆଉ ରହିଲା ନାହିଁ । ଅର୍ଥାତ୍ ଇଂରେଜମାନେ ଭାରତକୁ ତାଙ୍କ ଶାସନରୁ ମୁକ୍ତ କରିଦେଲେ   ୨ । ୧୮୫୭ ମସିହା ସିପାହୀ ବିଦ୍ରୋହର ତାପୂର୍ଯ୍ୟ କ'ଣ ?  ଉ : ଇଂଲଣ୍ଡର ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ପ୍ରବେଶ କରିଥିଲା ବାଣିଜ୍ୟ କରିବା ଉଦ୍ଦେଶ୍ୟରେ । ମାତ୍ର ଚତୁର ଓ ଧୂର୍ତ୍ତ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର ଏହାର ମୂଳ କାରଣ ଥିଲା ଯହିଁରେ ସେମାନେ ସକ୍ଷମ ହୋଇଥିଲେ । ଭାରତ ଇଂରେଜ ଶାସନାଧୀନ ହେଲା ପରେ ସେମାନେ ଭାରତକୁ ସମସ୍ତ ଦିଗରୁ ଶୋଷଣ କରିବାରେ ଲାଗିଲେ । ଫଳସ୍ବରୂପ ଭାରତୀୟମାନଙ୍କ ମନରେ ଅସନ୍ତୋଷ ରୂପକ ବହ୍ନି ପ୍ରଜ୍ଜ୍ବଳିତ ହେଲା । ୧୮୫୭ ମସିହାରେ ହିନ୍ଦୁ ଓ ମୁସଲମାନ ମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସିପାହୀ ବିଦ୍ରୋହ ଘୋଷଣା କଲେ । ଏହାର ବିଶେଷ ତାତ୍ପର୍ଯ୍ୟ ହେଲା ଏହା ହେଉଛି ଭାରତର ପ୍

୧:-ସମ୍ବିଧାନ

୧।ସଂକ୍ଷେପରେ ଉତ୍ତର ଲେଖ ।   (କ) ସମ୍ବିଧାନ କହିଲେ କ’ଣ ବୁଝ ? ଉ : (i) ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ଆଇନ । ଫାଇନରଙ୍କ ମତରେ "ସମ୍ବିଧାନ ମୌଳିକ ରାଜନୈତିକ ଅନୁଷ୍ଠାନମାନଙ୍କର ଏକ ବ୍ୟବସ୍ଥା ଅଟେ । " (ii) ସମ୍ବିଧାନରେ ବିଭିନ୍ନ ପ୍ରକାର ସରକାରର ରୂପରେଖ, ସାର୍ବଭୌମତ୍ବ କ୍ଷମତାର ସୁନିୟନ୍ତ୍ରଣ, କ୍ଷମତାର ବଣ୍ଟନ ଇତ୍ୟାଦି ବିଷୟରେ ଲେଖାଯାଇଥାଏ ।  (ଖ) ସମ୍ବିଧାନର ପ୍ରକାରଭେଦ ଲେଖ । ଉ:(i)ସମ୍ବିଧାନ ମୁଖ୍ୟତଃ ଦୁଇ ପ୍ରକାରର:ଲିଖିତ ସମ୍ବିଧାନ,ଅଲିଖିତ ସମ୍ବିଧାନ । ଲିଖିତ ସମ୍ବିଧାନ ଯତ୍ନ ସହକାରେ ସମ୍ବିଧାନ ପ୍ରଣୟନ ସଭା ଦ୍ଵାରା ପ୍ରଣୀତ ହୋଇଥାଏ । ଅଲିଖିତ ସମ୍ବିଧାନ ମୁଖ୍ୟତଃ ପ୍ରଥା, ପରମ୍ପରା, ଚଳଣି ଉପରେ ପର୍ଯ୍ୟବସିତ ।   (ii) ସମ୍ବିଧାନର ସଂଶୋଧନ ବା ପରିବର୍ତ୍ତନ ଦୃଷ୍ଟିରୁ ନମନୀୟ ବା ଅନମନୀୟ ହୋଇଥାଏ । ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ବା ପରିବର୍ତ୍ତନ କରାଯାଇପାରିବ ତାହା ନମନୀୟ ସମ୍ବିଧାନ । ଅନମନୀୟ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଜଟିଳ ଯାହାକୁ ସହଜରେ ସଂଶୋଧନ କରାଯାଇପାରିବ ନାହିଁ ।  (iii) ପୁଣି ସମ୍ବିଧାନର ପ୍ରଣୟନ ଦୃଷ୍ଟିରୁ ଦୁଇ ପ୍ରକାର ସମ୍ବିଧାନ ଦେଖାଯାଏ – ବିକଶିତ ଏବଂ ପ୍ରଣୀତ ସମ୍ବିଧାନ । (ଗ)ଲିଖିତ ସମ୍ବିଧାନର ଆବଶ୍ୟକତା କଣ?  ଉ : ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏକ ଲିଖିତ ସମ୍ବିଧାନର ଆବଶ୍ୟକତା ରହିଛି; କାରଣ |  (i) ଲିଖିତ ସମ୍ବିଧାନ ଦେଶର ସାମ୍ବିଧାନିକ ଆଇନ

୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

ଉତ୍ତର ଦିଅ ।  (କ) କପିଳେନ୍ଦ୍ରଦେବଙ୍କ ରାଜ୍ୟ ଜୟ ବିଷୟରେ ଲେଖ ।  ଉ : (i) ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବ ୧୪୩୫ ଖ୍ରୀ.ରେ ସିଂହାସନ ଆରୋହଣ କରିଥିଲେ ।  (ii) ସେ ଜଣେ ବିଚକ୍ଷଣ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ୍ ଥିଲେ ।  (iii) କପିଳେନ୍ଦ୍ରଦେବ ଗୌଡ଼ ଦେଶର ସୁଲତାନ, ଦାକ୍ଷିଣାତ୍ୟର ବିଜୟ ନଗରର ରାଜା; ବାହମନୀର ସୁଲତାନଙ୍କୁ ପରାସ୍ତ କରି ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ ।   (iv) ସେ ପରାଜିତ ରାଷ୍ଟ୍ରମାନଙ୍କର ନାମକୁ ନେଇ ଗଜପତି - ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର’ ଉପାଧିରେ ଭୂଷିତ ହୋଇଥିଲେ ।  (ଖ) ପ୍ରତାପରୁଦ୍ର ଦେବ ଏବଂ କୃଷ୍ଣଦେବରାୟଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଲେଖ ।  ଉ : (i) ପ୍ରତାପରୁଦ୍ରଦେବ ସୂର୍ଯ୍ୟବଂଶର ଶେଷ ସମ୍ରାଟ୍ ଥିଲେ । ସେତେବେଳେ କୃଷ୍ଣଦେବରାୟ ବିଜୟ ନଗର ରାଜ୍ୟର ରାଜା ଥିଲେ ।  (ii) ପ୍ରବଳ ପ୍ରତାପୀ କୃଷ୍ଣଦେବ ରାୟ ଓଡ଼ିଶାର ଉଦୟଗିରି ସମେତ ବହୁ ଅଞ୍ଚଳ ତାଙ୍କ ଅଧୀନକୁ ନେଇ ଥିଲେ ( ସୀମାଚଳମ୍ ପର୍ଯ୍ୟନ୍ତ) । ପ୍ରତାପରୁଦ୍ର ତାଙ୍କ ଗତିରୋଧ କରିବାକୁ ଯାଉ ପରାଜିତ ହୋଇଥିଲେ ।  (iii) ପ୍ରତାପରୁଦ୍ର ଓ କୃଷ୍ଣଦେବଙ୍କ ମଧ୍ୟରେ ସନ୍ଧି ସ୍ଥାପିତ ହେଲା । ପ୍ରତାପରୁଦ୍ର ଦେବ ତାଙ୍କ କନ୍ୟା ଜଗନ୍ମୋହିନୀଙ୍କୁ କୃଷ୍ଣଦେବଙ୍କ ସହ ବାହା କରାଇଲେ । ଫଳସ୍ୱରୂପ ପ୍ରତାପରୁଦ୍ର ଶ୍ବଶୁର ହେଲେ, କୃ

୬:-ମୋଗଲ ସାମ୍ରାଜ୍ୟର ପତନ

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । (କ) କେନ୍ଦ୍ର ଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଥୁଲା, ଆଲୋଚନା କର ।  ଉ : (i) ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ କୁଶାସନ ମୋଗଲ ସାମ୍ରାଜ୍ୟକୁ ପତନାଭିମୁଖୀ କରିଥିଲା ।  (ii) ତାଙ୍କ ପରେ ପରବର୍ତ୍ତୀ ଶାସକ ମାନେ ସର୍ବଦା ଭୋଗବିଳାସରେ ବୁଡ଼ି ରହିଲେ । (iii) ଅମୀର ଓ ରାଜକର୍ମଚାରୀମାନେ ତାଙ୍କ ସ୍ୱାର୍ଥ ହାସଲ ପାଇଁ  ବିଭିନ୍ନ ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ ।  (iv) ଦିଲ୍ଲୀରେ ଆଖପାଖ ଅଞ୍ଚଳ ଓ ସୁଦୂର ପ୍ରଦେଶଗୁଡ଼ିକରେ କେନ୍ଦ୍ରର କର୍ତ୍ତୁତ୍ବ ରହିଲା ନାହିଁ । ଏହି ସବୁ କାରଣ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ।  (ଖ) ଔରଙ୍ଗଜେବଙ୍କ ଧର୍ମ ନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ଥିଲା ଲେଖ ।  ଉ : (i) ଔରଙ୍ଗଜେବ ହିନ୍ଦୁ ବିଦ୍ବେଷ ନୀତି ଅବଲମ୍ବନ କରିଥିଲେ ।   (ii) ସେ ଆକବର ଉଠାଇ ଦେଇଥିବା ଜିଜିୟା କର ଓ ତୀର୍ଥଯାତ୍ରୀ କର ପୁଣି ପ୍ରବର୍ତ୍ତନ କରିଥିଲେ ।  (i) ହିନ୍ଦୁମାନଙ୍କୁ ରାଜକାର୍ଯ୍ୟରୁ ବାହାର କରି ଦେଇଥିଲେ ।  (iv) ମୁସଲମାନ ବ୍ୟତୀତ ସେ ଅନ୍ୟାନ୍ୟ ଧର୍ମାବଲମ୍ବୀମାନଙ୍କୁ କଠୋର ଦୃଷ୍ଟିରେ ଦେଖୁଥିଲେ ।  (v) ଶିଖୁମାନଙ୍କ ନବମ ଗୁରୁ ‘ତେଗବାହାଦୁର’ ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ସେ ତାଙ୍କୁ ହତ୍ୟା କରିଥିଲେ । ଔରଙ୍ଗଜେବଙ୍କ ଏସବୁ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ । (ଗ) କେଉଁ କେଉଁ ପ୍ରାଦ

୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।  (କ) ଭକ୍ତି ଓ ସୁଫି ଧର୍ମ ପ୍ରଚାର ହେବାର କାରଣଗୁଡ଼ିକ କ’ଣ ?  ଉ : (i) ମଧ୍ୟଯୁଗରେ ଇସ୍‌ଲାମ ଓ ହିନ୍ଦୁଧର୍ମର ପ୍ରଭାବ ପରସ୍ପର ଉପରେ ପଡ଼ିଥିଲା ।  (i) ଉଭୟ ଧର୍ମର ସନ୍ଥ ମାନେ ଧର୍ମ କ୍ଷେତ୍ରରେ ରହି ଥିବା ଜଟିଳତା ଦୂର କରିବାକୁ ଚେଷ୍ଟା କରିଥିଲେ; ବିଭିନ୍ନ ଭଜନ, ଦୋହା, କାବ୍ୟ ରଚନା କରିଥିଲେ; ଯାହା ଫଳରେ ଉଭୟ ଧର୍ମର ପ୍ରଚାର ହୋଇଥିଲା ।  (ଖ) ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ କ’ଣ ?  ଉ : ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ ହେଲା :   (i) ସରଳ ଓ ନିରାଡ଼ମ୍ବର ଭାବେ ଧର୍ମ ଉପାସନା କରିବା;  (ii) ଭକ୍ତିକୁ ମୁଖ୍ୟ ଆଧାର କରି ଈଶ୍ବରଙ୍କ ଉପାସନା କରିବା। (ଗ) ଭକ୍ତିଧର୍ମର ପ୍ରଚାରକମାନଙ୍କର ନାମ ଲେଖ ।  ଉ :(i) ଭକ୍ତି ଧର୍ମର ପ୍ରଚାରକମାନେ ହେଲେ କବୀର, ଗୁରୁ ନାନକ ଓ ଶ୍ରୀଚୈତନ୍ୟ ।  (ii) ଏହା ବ୍ୟତୀତ ଅନ୍ୟ ମାନେ ହେଲେ ଜ୍ଞାନେଶ୍ବ ,ନାମଦେବ, ତୁକାରାମ ଇତ୍ୟାଦି ।  (ଘ) ସୁଫିଧର୍ମ କେଉଁମାନେ ପ୍ରଚାର କରିଥିଲେ ?  ଉ :(i) ମୁସଲମାନ ସନ୍ଥ ବା ଫକୀରଙ୍କୁ ସୁଫି କୁହାଯାଏ ।  (i) ସୁଫିଧର୍ମ ଖ୍ବାଜା ମଇନୁଦ୍ଦିନ୍ ଚିସ୍ତି, ନିଜାମୁଦ୍ଦିନ୍ ଅଉଲିୟା, ବାପା ଫରିଦ୍, ସାହା ଆଲାମ ବୁଖାରୀ, ବାହାଉଦ୍ଦିନ୍ ଜାକାରିଆ ଇତ୍ୟାଦି ସୁଫିଧର୍ମ ପ୍ରଚାର କରିଥିଲେ ।  (୧) ଭକ୍ତି ଓ ସୁଫିଧର୍ମ ପ୍ରଚାରର ଫଳାଫଳ କ’ଣ ଥିଲା ?  ଉ:(j) ଭକ୍ତି ଆନ୍ଦୋଳନର ପ୍ରଭାବ ଇସ୍‌ଲାମ ଲୋକ

୪:-ଇଉରୋପୀୟ ମାନଙ୍କର ଭାରତ ଆଗମନ

୧।ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।  (କ) ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ କେଉଁ କେଉଁ ଜିନିଷ ଆମଦାନି କରୁଥିଲେ ?   ଉ : ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ ପାଟବସ୍ତ୍ର, ଲବଙ୍ଗ ଆଦି ମସଲା, ମୂଲ୍ୟବାନ ପଥର, ହାତୀଦାନ୍ତ ଆମଦାନି କରୁଥିଲେ ।  (ଖ) ଇଉରୋପୀୟମାନେ ଭାରତକୁ ଆସିବାକୁ କାହିଁକି ଆଗ୍ରହ ପ୍ରକାଶ କଲେ ?  ଉ : ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ମାର୍କୋପୋଲୋ ଭାରତକୁ ଆସିଥିଲେ । ସେ ନିଜ ଦେଶକୁ ଫେରି ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସ ବସ୍ତ୍ର ଇତ୍ୟାଦି ବିଷୟରେ କହିବାରୁ ଇଉରୋପୀୟମାନେ ଭାରତକୁ ଆସିବାକୁ ଆଗ୍ରହ ପ୍ରକାଶ କଲେ ।  (ଗ) ଭାରତର ବିଭିନ୍ନ ଜିନିଷ ଗୁଡ଼ିକ ଇଉରେ।ପ ମହାଦେଶରେ ମହଙ୍ଗାରେ ବିକ୍ରୀ ହେଉଥିଲା କାହିଁକି ?  ଉ : ଭାରତରୁ ବିଭିନ୍ନ ଜିନିଷ କାବୁଲ, ଆଫଗାନିସ୍ଥାନ, ପାରସ୍ୟ ଇତ୍ୟାଦି ବୁଲାଣି ରାସ୍ତା ଦେଇ ଇଉରୋପରେ ପହଞ୍ଚୁଥିଲା । ଏଣୁ ସେଗୁଡ଼ିକ ମହଙ୍ଗାରେ ବିକ୍ରି ହେଉଥିଲା ।  (ଘ) ଇଉରୋପ ମହାଦେଶ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହେବାର କାରଣ କ’ଣ ଥିଲା ? ଉ : ୧୪୫୩ ଖ୍ରୀଷ୍ଟାବ୍ଦରେ ଅଟୋମାନ୍ ତୁର୍କମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନ୍‌ଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ। ଏଇ ବାଟ ଦେଇ ଇଉରୋପୀୟ ଦେଶଗୁଡ଼ିକୁ ମାଲ ପରିବହନ ବନ୍ଦ ହୋଇଗଲା । ସୁତରା ଇଉରୋପୀୟ ଦେଶମାନଙ୍କ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହୋଇଗଲା ।  (ଙ) ପର୍ତ୍ତୁଗୀଜମ

୩:-ମୋଗଲ ସାମ୍ରାଜ୍ୟ

୧। ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।  (କ) ତୋଗଲକ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇ ପଡ଼ିଲା କାହିଁକି ?  ଉ : ତୋଗଲକ ବଂଶର ପତନ ପରେ ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ବେଖାତିର କରି ନିଜ ନିଜ ସ୍ଵାଧୀନତା ଘୋଷଣା କଲେ । ଫଳରେ ଅରାଜକତା ଓ ବିଶୃଙ୍ଖଳା ଘଟି ସୁଲତାନୀ ଶାସନ ଦୁର୍ବଳ ହୋଇ ପଡ଼ିଲା ।  (ଖ) ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି ?  ଉ : ଦିଲ୍ଲୀରେ ଲୋଦୀ ବଂଶର ଶେଷ ଶାସକ ଇବ୍ରାହିମ୍ ଲୋଦୀ ଶାସନ କଲାବେଳେ ତାଙ୍କ ସେଚ୍ଛାଚାରୀ ଶାସନ ବିରୁଦ୍ଧରେ ଆଫଗାନ ଅମୀରମାନେ ଷଡଯନ୍ତ୍ର କଲେ । କାବୁଲର ରାଜା ବାବରଙ୍କ ସାହାଯ୍ୟ ନେବାରୁ ବାବର ଭାରତ ଆକ୍ରମଣ କରି ବିଜୟୀ ହୋଇ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇ ଥିଲେ ।   (ଗ) ହୁମାୟୁନ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇଥିଲେ ?   ଉ : ବାବରଙ୍କ ଜ୍ୟେଷ୍ଠପୁତ୍ର ହୁମାୟୁନ୍ ୧୫୩୦ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରି ଥିଲେ । ସେ ମୋଗଲ ସାମ୍ରାଜ୍ୟର ଦୁର୍ବଳ ଭିତ୍ତିଭୂମି, ଆଫଗାନମାନଙ୍କ ଦିଲ୍ଲୀ ଉପରେ ଆଖି ପକାଇବା ତଥା ନିଜ ଭାଇମାନଙ୍କ ଚକ୍ରାନ୍ତ ଇତ୍ୟାଦି ବିପଦର ସମ୍ମୁଖୀନ ହୋଇଥିଲେ । (ଘ) ଶେର ଖାଁ ହୁମାୟୁନଙ୍କୁ କିପରି ଅସୁବିଧାରେ ପକାଇଥିଲେ ?  ଉ : ଶେର ଖାଁ ଆଫଗାନ ବିଦ୍ରୋହୀମାନଙ୍କ ମଧ୍ୟରେ ଅନ୍ୟତମ ପରାକ୍ରମୀ ଥିଲେ । ଶେର ଖାଁ ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ ଯଦ୍ଦ୍ବାରା ତାଙ୍କ ପ୍ରଭାବ ବିହାର ଓ