ଜାତୀୟ ଧ୍ଵଜା ଆମ ଉଡଇ ଫରଫର
୧ । ଉତ୍ତର ଲେଖିବା ।
(କ) ଆମ ଦେଶ ପରାଧୀନ ଥିବାବେଳେ କ'ଣ ଅସୁବିଧା ହେଉଥିଲା ?
ଉ : ଆମ ଦେଶ ପରାଧୀନ ଥିବାବେଳେ ଆମେ ଅନେକ କ୍ଲେଶ ଭୋଗୁଥିଲୁ ।
(ଖ) ଦେଶ ସ୍ଵାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି ?
ଉ : ଦେଶ ସ୍ଵାଧୀନ ହେବା ପରେ ଆମେ ଅନେକ ଭଲ କାମ କରିପାରିବା ବୋଲି କବିତାରେ କୁହାଯାଇଛି, ଯଥା – ସ୍ଵଦେଶର ସେବା, ଅଛୁଆଁ ଛୁଆଁ ଭେଦ ଦୂର, ବିବିଧ କାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ଇତ୍ୟାଦି ।
(ଗ) ଜାତିର ଟେକ ରଖିବା ପାଇଁ ଆମକୁ କ’ଣ କରିବାକୁ ପଡ଼ିବ ?
ଉ : ଜାତିର ଟେକ ରଖୁବା ପାଇଁ ଆମକୁ ସ୍ଵଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ ।
(ଘ) ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ବାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି ?
ଉ : ଦେଶର ଉନ୍ନତି ପାଇଁ ସ୍ଵାଧୀନ ଭାରତରେ କର୍ତ୍ତବ୍ୟପରାୟଣ ହେବାକୁ ଆଶା କରାଯାଇଛି । ଏଥି ସହିତ ସ୍ୱଦେଶ ସେବା, ଭେଦଭାବ ଦୂରୀକରଣ, ଛୁଆଁ ଅଛୁଆଁ ଭାବଠାରୁ ଦୂରରେ ରହିବା, କଳକାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ସାଧନ କରାଯିବ ବୋଲି ଆଶା କରାଯାଇଛି।
(ଙ) ଆମେ କାହିଁକି ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ?
ଉ : ଆମେ ବୀର ଜାତି । ଆମେ ଯେଉଁକଥା କହିବୁ ସେହି କାମକୁ ପ୍ରାଣ ଦେଇ କରିବୁ । ତେଣୁ ଆମେ ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ।
୨ । ଉତ୍ତର ଲେଖିବା ।
(କ) କଥାକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି ?
ଉ : କଥାକୁ ପ୍ରାଣଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି ।
(ଖ) ସ୍ବାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣି ପାରିବା କଥା କବି କହିଛନ୍ତି ?
ଉ : ସ୍ବାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ ସ୍ବର୍ଗର ସୁଷମା ଖେଳାଇ ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି।
(ଗ) କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି ?
ଉ : ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି ।
(ଘ) କେଉଁମାନେ ପ୍ରତିଜ୍ଞା କରିବା କଥା କବିତାରେ ପ୍ରକାଶ ପାଇଛି ?
ଉ : କୋଟି କୋଟି ଭାରତର ସନ୍ତାନ ଯିଏ ଯେଉଁଠି ଅଛନ୍ତି ସମସ୍ତେ ପ୍ରତିଜ୍ଞା କରିବା କଥା କବିତାରେ କୁହାଯାଇଛି ।
(ଙ) ଦେଶରେ କଳକାରଖାନା ଗଢ଼ିଉଠିଲେ ଆମର କ’ଣ ସୁବିଧା ହେବ ?
ଉ : ଦେଶରେ କଳକାରଖାନା ଗଢ଼ିଉଠିଲେ ନାନା ପ୍ରକାରର ଦ୍ରବ୍ୟ ଉତ୍ପନ୍ନ ହେବ ଏବଂ ଅସଂଖ୍ୟ କାରିଗର ସୃଷ୍ଟି ହେବେ ।
୩ । କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦଟି ବାଛି ଲେଖିବା ।
(କ) ସେ ସମୟରେ କଷ୍ଟ ଭୋଗୁଥିଲୁ,
ଉ : ‘ବିଦେଶୀ ଶାସନରେ ଅଧୀନ ଥିଲା ଦେଶ ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଳେଶ'
(ଖ) ଦେଶ ସେବାକୁ ଜୀବନର ବ୍ରତ କରିବା,
ଉ:'ସ୍ଵଦେଶ ସେବା ବ୍ରତ କରିବୁ ଜୀବନର ଜାତୀୟ ଧ୍ବଜା ଆମ ଉଡ଼ଇ ଫରଫର’
(ଗ) ସମସ୍ତଙ୍କ ପାଇଁ ଭଲ କାମ କରିବା,
ଉ : ‘‘ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ ସଭିଙ୍କ ହିତ ପାଇଁ କରିବୁ ଆମେ କାମ"
(ଘ) ବହୁ ଜିନିଷ ସୃଷ୍ଟି ହେବ,
ଉ : 'ଦେଶରେ ଖୋଲିଦେବୁ ବିବିଧ କାରଖାନା ଯେପରି ଉତପନ୍ନ ହୋଇବ ଦ୍ରବ୍ୟ ନାନା’ |
(ଙ) ଯାହା କରିବୁ ତାହା ପ୍ରାଣ ଦେଇ କରିବୁ ,
ଉ : ‘‘ଆମେ ଯେ ବୀର ଜାତି ନୋଇଁବୁ ନାହିଁ ମଥା କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା "।
୪ । “ଧ୍ବଜା’ ସହିତ ଯେପରି ‘ଫରଫର’ର ସମ୍ପର୍କ ଅଛି, ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ସହିତ ଯାହାର ଯାହାର ସମ୍ପର୍କ ଅଛି ତାହାକୁ ସେହି ଶବ୍ଦ ପାଖରେ ଲେଖିବା ।
(କ) ଝରଣା ଉ : ଝରଝର
(ଖ) ଓଦା ଉ : ସରସର
(ଗ) ରାଗ ଉ : ତମତମ
(ଗ) ଚାଲି ଉ : ଦମଦମ
(ଙ) ଶୀତ ଉ : ଥରଥର
୫ ।(କ) ତଳେ କବିତାରେ ଥିବା କେତେକ ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପୂର୍ବରୁ ଉପଯୁକ୍ତ ଗୋଟିଏ ଲେଖାଏଁ ଶବ୍ଦ ଯୋଡ଼ିବା ।
ଉ : ବିଦେଶୀ ଶାସନ
ଜାତୀୟ ଧୂଜା
କର୍ତ୍ତବ୍ୟ ପଥ
ଅସଂଖ୍ୟ କାରିଗର
(ଖ) ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପରେ ଉପଯୁକ୍ତ ଗୋଟିଏ ଲେଖା ଶବ୍ଦ ଯୋଡ଼ିବା ।
ଉ : ସ୍ବଦେଶ ସେବା
ବୀର ଜାତି ନୋଇଁବୁ
୬।ଯେପରି 'ବିଦେଶୀ’ ପାଇଁ “ସ୍ଵଦେଶୀ", ସେହିପରି ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡ଼ିକ ପାଇଁ କ’ଣ ହେବ ଲେଖ । ଦିଆଯାଇଥିବା ଶବ୍ଦ ଉତ୍ତର
ସ୍ଵାଧୀନ ପରାଧୀନ
ଭଲ ମନ୍ଦ
ପର ନିଜର
ହିତ ଅହିତ
ବୀର ଭୀରୁ
୭ । ଯେପରି “କର୍ତ୍ତବ୍ୟ’ ଶବ୍ଦ ସହ ‘ପଥ’ ଶହ ମିଶି ‘କର୍ତ୍ତବ୍ୟ ପଥ’ ହୋଇଛି, ସେହି ପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କ ମଧ୍ୟରୁ ଯେଉଁ ଶବ୍ଦରେ ‘ପଥ’ ଯୋଗକରି ନୂଆ ଶବ୍ଦ ଗଢ଼ିହେବ ସେଗୁଡ଼ିକୁ ଲେଖ ।
ଉ : ଦିଆଯାଇଥିବା ଶବ୍ଦଟି ନୂଆ ଶବ୍ଦ
ସତ୍ୟ ସତ୍ୟପଥ
ଟେକ
ଧର୍ମ ଧର୍ମପଥ
ଧ୍ବଜା
ଗତି ଗତିପଥ
ଛାୟା ଛାୟାପଥ
ଦ୍ରବ୍ୟ
କର୍ମ କର୍ମପଥ
ପ୍ରାଣ ପ୍ରାଣପଥ
ଜ୍ଞାନ ଜ୍ଞାନପଥ
୮। ପତାକାର ଆଉ କେତୋଟି ପ୍ରତିଶବ୍ଦ ଲେଖିବା ।
ଉ : ଧୂଜା, ବାନା, କେତନ, ବୈଜୟନ୍ତୀ ।
୯ । ଯେପରି ‘ଶାସନ’ ରୁ ‘ଶାସିତ', “ଦଳ’ରୁ ‘ଦଳୀୟ ହୋଇଛି ସେପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କର ନୂଆ ରୂପ ଲେଖିବା ।
ଉ : ଦିଆଯାଇଥିବା ଶବ୍ଦ ନୂଆ ରୂପ
ଉତ୍ପାଦନ ଉତ୍ପାଦିତ
ନାମ ନାମିତ
ଜାତି ଜାତୀୟ
ବିଦେଶ ବିଦେଶୀୟ
ଜୀବନ ଜୀବିତ
୧୦ । ତଳେ କ’ ଓ “ଖ” ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି ।ସେ ଶବ୍ଦ ଦୁହିଁଙ୍କୁ ମିଳାଇ ଯେଉଁ ନୂଆ ପଦଟି ହେଉଛି ତାକୁ ‘ଗ’ ସ୍ତମ୍ଭରେ ଲେଖବା ।
(ପ୍ରଶ୍ନ ସହ ଉତ୍ତର)
କାମ ଖରଖର କାମ ତରତର
ଲୁହ ଗରଗର ଲୁହ ଝରଝରି
ରାଗ ଝରଝର ରାଗ ଗରଗର' :
ବଚନ ତରତର। ବଚନ ଖରଖର
ପତାକା ଫରଫର ପତାକା ଫରଫର
ଓଦା ସରସର ଓଦା ସରସର
Comments
Post a Comment