ସାମାଜିକ ଶୃଙ୍ଖଳା

ଗୋଟିଏ ବାକ୍ୟରେ ଉତ୍ତର ଦିଅ

୧। କେଉଁମାନଙ୍କୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ? 

ଉ : ମଦ, ଗଞ୍ଜଇ, ଡ୍ରଗସ, ଅଫିମ୍ ଇତ୍ୟାଦି ଖାଉଥିବା ଲୋକକୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ।

 ୨। ଆମେ କେଉଁ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ୍ ? 

 ଉ : ସମାଜରେ ନିଜେ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ରହିବାରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

 ୩ । ପିଲାମାନେ କାହିଁକି ପାଠ ପଢ଼ିବା ଦରକାର ? 

ଉ : ଶିକ୍ଷା ମନୁଷ୍ୟକୁ ଠିକ୍ ବାଟରେ ନିଏ । ତେଣୁ ପିଲାମାନେ ପାଠ ପଢ଼ିବା ଉଚିତ୍ । 

 ୪ । ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା କି ପ୍ରକାର କାର୍ଯ୍ୟ ?

 ଉ : ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା ଏକ ମନ୍ଦ ଅଭ୍ୟାସ । 

୫ । ମଣିଷ କେତେବେଳେ ହିତାହିତ ଜ୍ଞାନ ଭୁଲିଯାଏ ? 

ଉ : ମଦ୍ୟପାନ କରିବା, ଗଞ୍ଜଇ ଟାଣିବା, ଡ୍ରଗ୍ସ ଖାଇବା,ଅଫିମ ଖାଇବା ଇତ୍ୟାଦି ନିଶାସେବନ ଦ୍ଵାରା ମଣିଷ ମନରେ ଉତ୍ତେଜନା ସୃଷ୍ଟି ହେଉଥିବାରୁ ସେ ହିତାହିତଜ୍ଞାନ ଭୁଲିଯାଏ ।

୬ । ମଣିଷ କେତେବେଳେ ଅପରାଧମୂଳକ କାର୍ଯ୍ୟ କରିଥାଏ ? 

ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଗଲେ ଅପରାଧମୂଳକ କାର୍ଯ୍ୟ କରିଥାଏ । 

୭ । ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା କେଉଁ କେଉଁ ଅପରାଧମୂଳକ କାର୍ଯ୍ୟ କରିଥାଏ ?

 ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା ଗୁଣ୍ଡାଗିରି, ଅବିବେକତା, ଚୋରି, ଡକାୟତି ଆଦି ଅପରାଧମୂଳକ କାର୍ଯ୍ୟ କରିଥାଏ । 

୮ । ଅପରାଧମୂଳକ କାର୍ଯ୍ୟ କହିଲେ କ’ଣ ବୁଝ ଲେଖ । 

ଉ : ଯେଉଁ କାର୍ଯ୍ୟଦ୍ୱାରା ସମାଜର ଓ ଦେଶର ଅନେକ କ୍ଷତି ହୁଏ, ତାହାକୁ ଅପରାଧମୂଳକ କାର୍ଯ୍ୟ କୁହାଯାଏ । 

 ୯ । ଗୋଟିଏ ଅପରାଧମୂଳକ କାର୍ଯ୍ୟର ନାମ ଲେଖ । 

 ଉ : ଅନ୍ୟ ଲୋକର ମଟର ସାଇକେଲ ଚୋରିକରି ନେବା । 

୧୦। ଚୋରି, ଡକାୟତି, ମାଡ଼ପିଟ କରିବା ଆଦି କାର୍ଯ୍ୟକୁ କ'ଣ କୁହାଯାଏ ? 

ଉ : ଚୋରି, ଡକାୟତି, ମାଡ଼ ପିଟ କରିବା କାର୍ଯ୍ୟକୁ ଅପରାଧମୂଳକ କାର୍ଯ୍ୟ କୁହାଯାଏ । 

 ୧୧। ଗୋଟିଏ ପାଠ ପଢୁଥିବା ପିଲାର ଗୋଟିଏ ମନ୍ଦ ଅଭ୍ୟାସ ଲେଖ । 

ଉ : ପାଠପଢ଼ା ନ କରି ବିଦ୍ୟାଳୟକୁ ଯିବା ।

୧୨। ମନ୍ଦ ଅଭ୍ୟାସ ଓ ମନ୍ଦ ବ୍ୟବହାର ଦ୍ଵାରା କ'ଣ ହୋଇଥାଏ ? 

ଉ : ମନ୍ଦ ଅଭ୍ୟାସ ଓ ମନ୍ଦ ବ୍ୟବହାର ନିଜର କ୍ଷତି କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କ୍ଷତି କରିଥାଏ । 

୧୩। ବିଦ୍ୟାଳୟକୁ ଯାଉଥିବା ଜଣେ ପିଲାର ଗୋଟିଏ ଭଲ ଗୁଣ ଲେଖ ।

 ଉ : ବିଦ୍ୟାଳୟକୁ ଯାଉଥିବା ଗୋଟିଏ ପିଲାର ଭଲ ଗୁଣ ହେଉଛି ଠିକ୍ ସମୟରେ ବିଦ୍ୟାଳୟକୁ ଯିବା । 

୧୪ ।ଅଧିକ ଶବ୍ଦ କରି ରେ ଗୀତ ଶୁଣିବା ଦ୍ଵାରା କ'ଣ ହୋଇଥାଏ ?

 ଉ : ଅଧିକ ଶବ୍ଦ କରି ଟେରେ ଗୀତ ଶୁଣିବା ଦ୍ଵାରା ସେହି ଶବ୍ଦରେ ଘରର ତଥା ପଡ଼ୋଶୀ ପିଲାଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୁଏ ।

୧୫। ମନ୍ଦ ଅଭ୍ୟାସ କହିଲେ କଣ ବୁଝ ? 

ଉ : ସମାଜର ନୀତିନିୟମ ନ ମାନି ବିଶୃଙ୍ଖଳିତ ଭାବରେ କାର୍ଯ୍ୟ କରିବା ହେଉଛି ମନ୍ଦ ଅଭ୍ୟାସ ।

 ୧୬। କେଉଁମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି? 

ଉ : ଅସତ୍ ଚରିତ୍ର ବ୍ୟକ୍ତିମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି ।

୧୭। ଅପରାଧ ରୋକିବା ପାଇଁ ଦେଶରେ କେଉଁ ସଂସ୍ଥା ସବୁବେଳେ ତତ୍ପର ଥାଆନ୍ତି ? 

ଉ : ଅପରାଧ ରୋକିବା ପାଇଁ ଦେଶରେ ପୋଲିସ୍‌ ସଂସ୍ଥା ସବୁବେଳେ ତତ୍ପର ଥାଆନ୍ତି । 

୧୮। କ’ଣ କଲେ କାର୍ଯ୍ୟ ଶୃଙ୍ଖଳିତ ହୁଏ ? 

ଉ : ନୀତି ନିୟମ ମାନି କାର୍ଯ୍ୟ କଲେ କାର୍ଯ୍ୟ ଶୃଙ୍ଖଳିତ ହୁଏ । 

୧୯। ଗଞ୍ଜେଇ ଟାଣିବା ଦ୍ଵାରା କ'ଣ ହୋଇଥାଏ ? 

 ଉ: ଗଞ୍ଜେଇ ଟାଣିବା ଦ୍ଵାରା ସାମୟିକ ଉତ୍ତେଜନା ସୃଷ୍ଟି ହୋଇଥାଏ । 

୨୦। ସାଧାରଣ ଲୋକ କେଉଁମାନଙ୍କୁ ଭୟ ଓ ଘୃଣା କରନ୍ତି ? 

ଉ : ସାଧାରଣ ଲୋକ ମଦ ପିଉଥିବା, ଗଞ୍ଜେଇ ଟାଣୁଥିବା, ଡ୍ରଗସ ଖାଉଥିବା, ଅଫିମ ଖାଉଥିବା ଲୋକମାନଙ୍କୁ ଭୟ କରନ୍ତି ଓ ଘୃଣା କରନ୍ତି । 

୨୧। ବେଞ୍ଚ, ଗଛ, ଟାୟାର ଜାଳି ରାସ୍ତା ଅବରୋଧ କରିବା କି ପ୍ରକାରର କାର୍ଯ୍ୟ ? 

ଉ : ବେଞ୍ଚ, ଗଛ, ଟାୟାର ଜାଳି ରାସ୍ତା ଅବରୋଧ କରିବା ଅପରାଧମୂଳକ କାର୍ଯ୍ୟ ।

ସଂକ୍ଷେପରେ ଉତ୍ତର ଦିଅ।

୧। ଆମ ସମାଜରେ ଘଟୁଥିବା ବିଭିନ୍ନ ଅପରାଧକୁ ଆମେ କିପରି କମାଇ ପାରିବା ? 

କିମ୍ବା, ଅପରାଧ ନିରାକରଣର ୩ଟି ଉପାୟ ଲେଖ । 

ଉ: (i) ଅପରାଧୀକୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ।
 (ii) ମନ୍ଦ ଅଭ୍ୟାସ ଓ ତାକୁ ନେଇ ଘଟୁଥିବା ଦୁର୍ଘଟଣା ଓ ଅପରାଧ ବିଷୟରେ ଦୂରଦର୍ଶନରେ ଦେଖାଇବା ତଥା ରେଡିଓରେ ପ୍ରଚାର କରିବା ଦରକାର ।
(iii) ଶିକ୍ଷା ମଣିଷକୁ ଠିକ୍ ବାଟରେ ନେଇଥାଏ । ତେଣୁ ଅପରାଧ ନିରାକରଣ ପାଇଁ ପିଲାମାନଙ୍କୁ ପାଠ ପଢ଼ାଇବା ଉଚିତ୍। 

୨ । ମଦ ପିଇ ଗାଡ଼ି ଚଳାଇଲେ କି କି ଅସୁବିଧା ହେବ ?

ଉ :(i) ମଦ ପିଇଲେ ମଣିଷ ମନରେ ଏକ ସାମୟିକ ଉତ୍ତେଜନା ସୃଷ୍ଟି ହୋଇ ତା’ର ହିତାହିତ ଜ୍ଞାନ ଭୁଲିଯାଏ। 
(ii)ଏହି ସମୟରେ ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟି ଧନ ଜୀବନର ହାନି ଘଟିବ । 

୩ । ଦୁଇଟି ସମାଜ ବିରୋଧୀ କାର୍ଯ୍ୟ ଲେଖ । 

ଉ :(i) ଟ୍ରେରେ ବିନା ଟିକେଟରେ ଯାତ୍ରା କରିବା । 
(ii) ରାସ୍ତାରେ ବସ୍‌, ଟ୍ରକ୍ ଅଟକାଇ ଚାନ୍ଦା ଆଦାୟ କରିବା । 

୪। ବିଦ୍ୟାଳୟରେ ପଢୁଥିବା କେତେକ ପିଲାଙ୍କର ଦୁଇଟି ମନ୍ଦ ଅଭ୍ୟାସ ଲେଖ ।

 ଉ :(i) ବିଳମ୍ବରେ ବିଦ୍ୟାଳୟକୁ ଯିବା । 
 (ii) ପାଠ ନ ପଢ଼ି ଟି.ଭି. ଦେଖିବା । 

୫। ମନ୍ଦ ଅଭ୍ୟାସସମ୍ପନ୍ନ ଏବଂ ଅସଦଚରିତ୍ର ବ୍ୟକ୍ତିମାନଙ୍କ ପାଇଁ ସମାଜରେ କ’ଣ ଅସୁବିଧା ସୃଷ୍ଟି ହୋଇଥାଏ ? 

ଉ :(i) ମନ୍ଦ ଅଭ୍ୟାସସମ୍ପନ୍ନ ଏବଂ ଅସଦଚରିତ୍ର ବ୍ୟକ୍ତିମାନଙ୍କ ପାଇଁ ସମାଜରେ ସବୁବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ । 
(ii) ଫଳରେ ଅନ୍ୟ ଲୋକମାନେ ଶାନ୍ତିରେ ରହି ପାରନ୍ତି ନାହିଁ ।

୬ । ତୁମ ଅଞ୍ଚଳରେ ଘଟୁଥିବା ଦୁଇଟି ଅପରାଧର ନାମ ଲେଖ । 

ଉ:(i) ବିନା ଟିକେଟ୍‌ରେ ବସ୍ ଓ ଟ୍ରେନ୍‌ରେ ଯିବା ଆସିବା କରିବା । 
 (ii) ଜବରଦସ୍ତ ଚାନ୍ଦା ଆଦାୟ କରିବା । 

୭ । ଦୁଇଟି ମନ୍ଦ ଅଭ୍ୟାସର ଉଦାହରଣ ଦିଅ । 

ଉ: (i)ଜୋରରେ ଶବ୍ଦ କରି ମାଇକ୍ ବଜାଇବା । 
(ii) ରାସ୍ତା କଡ଼ରେ ପରିସ୍ରା କରିବା ।

 ୮ । ଜଣେ ପିଲାର ଦୁଇଟି ମନ୍ଦ ଅଭ୍ୟାସ ଲେଖ । 

ଉ:(i) ସାଙ୍ଗ ପିଲାମାନଙ୍କ ସହିତ ଗଣ୍ଡଗୋଳ କରିବା ।
(ii) ଅନ୍ୟ ପିଲାର ଖାତାରୁ କପି କରିବା ।

 ୯। ଜଣେ ପିଲାର ଦୁଇଟି ଭଲ ଅଭ୍ୟାସ ଲେଖ । 

ଉ:(i) ସବୁଦିନ ବିଦ୍ୟାଳୟକୁ ଆସିବା । 
(ii) ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା

 ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅପରାଧମୂଳକ କାର୍ଯ୍ୟ କାହାକୁ କୁହାଯାଏ ? ଦୁଇଟି ଅପରାଧମୂଳକ କାର୍ଯ୍ୟର ଉଦାହରଣ ଦିଅ ।

ଉ : ସମାଜରେ କେତେକ ଲୋକ ନାନା ପ୍ରକାର ଅପରାଧ କରିଥାନ୍ତି । ଯଥା : ଚୋରି, ଡକାୟତି, ମାଡ୍‌ପିଟ୍ କରିବା, ଧମକ ଚମକ ଦେବା, ଜବରଦସ୍ତ ଚାନ୍ଦା ଆଦାୟ କରିବା ଇତ୍ୟାଦି । 
(i) ବେଳେବେଳେ ଲୋକମାନେ ଘରଦ୍ଵାର, ସରକାରୀ ଓ ବେସରକାରୀ ଅନୁଷ୍ଠାନର ଆସବାବପତ୍ର, ଗାଡ଼ିମଟର ଇତ୍ୟାଦିକୁ ଭଙ୍ଗାରୁଜା ବା ପୋଡ଼ାଜଳା ଏବଂ ଲୁଟତରାଜ କରନ୍ତି।
 (ii) କେତେକ ଲୋକ ବିନା ଟିକସରେ ବସ୍, ଟ୍ରେନ୍‌ରେ ଯିବା ଆସିବା କରନ୍ତି ଓ ପ୍ଲାଟଫର୍ମରେ ଅନାଧିକାର ପ୍ରବେଶ କରନ୍ତି । ଫଳରେ ସମାଜର ତଥା ଦେଶର ଅନେକ କ୍ଷତି ହୁଏ । ଏହି ଭଳି କାର୍ଯ୍ୟଗୁଡ଼ିକୁ ଅପରାଧମୂଳକ କାର୍ଯ୍ୟ କୁହାଯାଏ । 

ଉଦାହରଣ : ମଟର ସାଇକେଲ ଚୋରି କରିବା । ହୁକ୍ ପକାଇ ବିଦ୍ୟୁତ୍ ଚୋରି କରିବା ।

୨ । ମନ୍ଦ ଅଭ୍ୟାସ ଦ୍ଵାରା ଆମର କ'ଣ ସବୁ କ୍ଷତି ବା ଅସୁବିଧା ହୋଇଥାଏ ? 

 ଉ :(i) ସବୁଦିନ ଅଧିକ ଜୋର୍‌ରେ ଟେପ୍ ଲଗାଇ ଗୀତ ଶୁଣିବା ଏକ ମନ୍ଦ ଅଭ୍ୟାସ । ଏହାଦ୍ୱାରା ନିଜର କ୍ଷତି ହେବା ସହ ପଡ଼ିଶା ଘରର ମଧ୍ୟ ଶୁଣିବାରେ ଓ ପଢ଼ିବାରେ ବ୍ୟାଘାତ ହୋଇଥାଏ । 
(ii) ରାସ୍ତାର ନିୟମମାନି ନ ଚାଲିବା ଏକ ମନ୍ଦ ଅଭ୍ୟାସ । ଏହାଦ୍ଵାରା ଦୁର୍ଘଟଣା ଘଟି ନିଜର ଓ ଅନ୍ୟମାନଙ୍କର କ୍ଷୟକ୍ଷତି ହୋଇଥାଏ । 
 (iii) ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା ଦ୍ଵାରା ପରିବେଶ ଦୂଷିତ ହୋଇଥାଏ।
(iv) ବିନା ଟିକେଟ୍‌ରେ ବସ୍, ରେଳରେ ଯିବା ଆସିବା ଦ୍ବାରା ଦେଶର ତଥା ରାଜ୍ୟର ରାଜସ୍ବ କ୍ଷତି ଘଟିଥାଏ ।
 (v) ରାସ୍ତା କଡ଼ରୁ ଗଛ କାଟି ନେବାଦ୍ବାରା ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଥାଏ ।

 ୩ । ସାମାଜିକ ଶୃଙ୍ଖଳା ମାନି ଚଳିବା ଉଚିତ କାହିଁକି ? 

ଉ : (i) ଆମ ସମାଜ ନିର୍ଦ୍ଦିଷ୍ଟ ନୀତିନିୟମ ଉପରେ ପ୍ରତିଷ୍ଠିତ।

(ii) ଏହି ସାମାଜିକ ନୀତିନିୟମଗୁଡ଼ିକ ମାନିବାରୁ ଆମ ଜୀବନ ଶୃଙ୍ଖଳିତ ହୋଇଛି । 
(iii) ସମାଜରେ ସମସ୍ତେ ସୁଖ ଶାନ୍ତିରେ ଚଳୁଛନ୍ତି ।
 (iv) ପ୍ରତ୍ୟେକ ବ୍ୟକ୍ତି ନିଜେ ଭଲରେ ଚଳିବା ସହିତ ଅନ୍ୟମାନଙ୍କର ଯେପରି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଉଚିତ । 
 (v) ଏଥିପାଇଁ ସାମାଜିକ ଶୃଙ୍ଖଳା ମାନି ଚଳିବା ଉଚିତ।

 ୪ । ବିଦ୍ୟାଳୟରେ ବିଶୃଙ୍ଖଳା ହେଲେ କ'ଣ ଅସୁବିଧା ହେବ ? 

ଉ :(i) ପାଠପଢ଼ାରେ ବ୍ୟାଘାତ ଘଟିବ । 
 (ii) ଶିକ୍ଷକମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେଲେ ସ୍କୁଲ ପରିବେଶ ମଧ୍ୟ ନଷ୍ଟ ହେବ । 
(iii) ପିଲାମାନଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହେଲେ ଏହାର ପ୍ରଭାବ ପରିବାର ଉପରେ ପଡ଼ି ଏକ ପ୍ରକାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ।
 (iv) ବିଦ୍ୟାଳୟର ଉପକରଣ ନଷ୍ଟ ହେବ ।
 (v) ବିଦ୍ୟାଳୟର ପରିବେଶ ବିଶୃଙ୍ଖଳିତ ହେବ ।

୫) ଅପରାଧ ନିରାକରଣର ୫ଟି ଉପାୟ ଲେଖ । 

ଉ:(i) ପିଲାମାନଙ୍କୁ ପାଠପଢ଼ି ଶିକ୍ଷିତ କରିବାକୁ ହେବ । 
(ii) ମନ୍ଦ ଅଭ୍ୟାସ ଓ ତାକୁ ନେଇ ଘଟୁଥିବା ଦୁର୍ଘଟଣା ଓ ଅପରାଧର ନିରାକରଣ ସମ୍ପର୍କରେ ଦୂରଦର୍ଶନରେ ଦେଖାଇବା ତଥା ରେଡ଼ିଓରେ ପ୍ରଚାର କରିବା ଦରକାର। 
(iii) ବିଦ୍ୟାଳୟରେ ମନ୍ଦ ଅଭ୍ୟାସ ଓ ସେଥିପାଇଁ ହେଉଥିବା ଅସୁବିଧା ଉପରେ ତର୍କସଭା ଏବଂ ବିଭିନ୍ନ ପ୍ରତିଯୋଗିତା ହେବା ଦରକାର; ଫଳରେ ପିଲାମାନେ ଅପରାଧରୁ ନିବୃତ୍ତ ରହିବେ ।  
(iv) ଅପରାଧ ନିରାକରଣ ସମ୍ପର୍କୀୟ ଯାତ୍ରା ଏବଂ ପଥପ୍ରାନ୍ତ ନାଟକ ବିଭିନ୍ନ ଗଳିକନ୍ଦିରେ ହେବା ଦରକାର।
 (v) ଅପରାଧୀକୁ କଠୋର ଦଣ୍ଡ ଦେବା ବ୍ୟବସ୍ଥା କରାଯିବା ଉଚିତ୍ ।

 ୬ । ମଦ ପିଉଥିବା ଲୋକକୁ ସାଧାରଣ ଲୋକେ ଭୟ ଓ ଘୃଣା କରନ୍ତି କାହିଁକି ? 

ଉ:(i) ମଦ ପିଇଲେ ନିଶା ହେଉଥିବାରୁ ମଦ୍ୟପ ହିତାହିତଜ୍ଞାନ ହରାଇ ବସେ । ଫଳରେ ସେ କ’ଣ କରେ ଜାଣିପାରେ ନାହିଁ ।
(ii) ତେଣୁ ଅଜାଣତରେ ସେ ଅନେକ ଖରାପ କାମ କରିଥାଏ । 
(iii) ସମୟେ ସମୟେ ଗୁଣ୍ଡାଗିରି କରି ଅନ୍ୟର ଟଙ୍କାପଇସା ଛଡ଼ାଇ ନିଏ । 
(iv) ମଦ ପିଉଥିବା ବ୍ୟକ୍ତିର ସ୍ଵାସ୍ଥ୍ୟହାନି ହେବା ସହ ବିଭିନ୍ନ  ଦୁରାରୋଗ୍ୟ ବ୍ୟାଧି ହୋଇଥାଏ ।
 (v) ବେଳେବେଳେ ମଦ ପିଇଥିବା ଲୋକ ଅନ୍ୟଲୋକଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ । ଏହି ସବୁ କାରଣରୁ  ମଦ୍ୟପମାନଙ୍କୁ ଲୋକମାନେ ଭୟ ଓ ଘୃଣା କରନ୍ତି ।


ଶୂନ୍ୟସ୍ଥାନ ପୂରଣ କର । 

୧ । ଆମେ ସମସ୍ତେ – ରେ ବାସ କରୁ । 
 ୨ । ସମାଜର ନୀତି ନିୟମ ନ ମାନି ବିଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ହେଉଛି — ଅଭ୍ୟାସ । 
 ୩ । ଗୁରୁଜନଙ୍କୁ - ପ୍ରଦର୍ଶନ କରିବା ଉଚିତ୍ । 
 ୪ । ମଣିଷ ମନରେ ସାମୟିକ ଉତ୍ତେଜନା ସୃଷ୍ଟି ହେଲେ ସେ ନିଜର____  ଭୁଲିଯାଏ । 
 ୫ । ରାସ୍ତାର ନିୟମ ମାନି ଚାଲିବା ଗୋଟିଏ ----ଅଭ୍ୟାସ । 
୬ । ମଦ୍ୟପାନ କରିବା, ଗଞ୍ଜଇ ଟାଣିବା, ଡ୍ରଗସ୍ ଖାଇବା, ଅଫିମ ଖାଇବା ଦ୍ବାରା ମଣିଷ ମନରେ ଏକ_____ ଉତ୍ତେଜନା ସୃଷ୍ଟି ହୁଏ । 
୭ । ଅନ୍ୟ ଲୋକର ମଟର ସାଇକେଲ ଚୋରିକରିବା _____ । 
୮।ଶିକ୍ଷା ମଣିଷକୁ – ବାଟରେ ନିଏ । 
 ୯। ଅପରାଧୀକୁ____ ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ୍ । 
୧୦ । ରେଡ଼ିଓ, ଟେଲିଭିଜନ୍ ଓ ସମ୍ବାଦପତ୍ରରେ ଅପରାଧ ନିରାକରଣ ସମ୍ପର୍କରେ____ କରିବା ।

ଉତ୍ତର :-

(୧) ସମାଜ (୨) ମନ୍ଦ (୩) ସମ୍ମାନ (୪) ହିତାହିତଜ୍ଞାନ (୫) ଭଲ (୬) ସାମୟିକ (୭) ଅପରାଧ (୮) ଠିକ୍ (୯) କଠୋର (୧୦) ପ୍ରଚାର।

କେଉଁଟି ଅଲଗା ଖାଲି ଘରେ ଲେଖ । 

୧ । ଔଷଧ, ମଦ, ଗଞ୍ଜଇ, ଡ୍ରଗସ୍ । 
୨ । ବିଦ୍ୟାଳୟ କାନ୍ଥରେ ଗାରେଇବା, ଧୂମପାନ କରିବା, ଠିକ୍ ସମୟରେ ବିଦ୍ୟାଳୟକୁ ଯିବା, ଅନ୍ୟ ବାଡ଼ିରୁ ଫୁଲ ଓ ଫଳ ଚୋରି କରିବା । 
୩ । ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ି, ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ରାସ୍ତା ବିଜୁଳିବତୀକୁ ଟେକା ମାରି ଭାଙ୍ଗିବା, ସାଙ୍ଗପିଲାମାନଙ୍କ ସହିତ ଗଣ୍ଡଗୋଳ କରିବା ।
୪ । ଚୋର, ଜୁଆଡ଼ି, ମଦ୍ୟପ, ପୋଲିସ ।
 ୫ । ଭଲ ପାଠପଢ଼ିବା, ପର ବାଡିରୁ ଫୁଲ ଚୋରି କରିବା,
 ଅନ୍ଧକୁ ବାଟ ଦେଖାଇବା, ପରିଷ୍କାର ପରିଚ୍ଛନ୍ନ ରହିବା
୬ । ରାସ୍ତା ଅବରୋଧ କରିବା, ବିଦ୍ୟୁତ୍ ଚୋରିକରିବା, ସ୍କୁଲ କାନ୍ଥରେ ଗାରେଇବା, ଗୁରୁଜନଙ୍କୁ ସମ୍ମାନ ଦେବା । 
୭ । ଘରର ଅପରିଷ୍କାର ଜଳି ରାସ୍ତାକୁ ଛାଡ଼ିବା, ରାସ୍ତାକଡ଼ରୁ ଗଛ କାଟିବା, ରାସ୍ତାର ନିୟମ ମାନି ଚାଲିବା, ମାଡ଼ପିଟ କରିବା 
୮ । ଖବର କାଗଜ ପଢ଼ିବା, ଛୁଟିରେ ବନ୍ଧୁଘର ବୁଲିଯିବା, ରାସ୍ତାକଡ଼ରେ ଝାଡ଼ାବସିବା, ନିୟମିତ ବିଦ୍ୟାଳୟକୁ ଯିବା

 ଉତ୍ତର: -

 ୧ । ଔଷଧ 
୨ । ଠିକ୍ ସମୟରେ ବିଦ୍ୟାଳୟକୁ ଯିବା 
୩ । ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା
 ୪ । ପୋଲିସ 
 ୫ । ପରବାଡ଼ିରୁ ଫୁଲ ଚୋରିକରିବା
 ୬ । ଗୁରୁଜନମାନଙ୍କୁ ସମ୍ମାନ ଦେବା 
୭ । ରାସ୍ତାର ନିୟମମାନି ଚାଲିବା 
୮ । ରାସ୍ତା କଡ଼ରେ ଝାଡ଼ା ବସିବା

ବନ୍ଧନୀ ମଧରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

 ୧ । ଅନ୍ୟର ବାଡ଼ିରୁ ଫୁଲ ଓ ଫଳ ଚୋରି କରିବା ଏକ — ଅଭ୍ୟାସ । 
 (ମନ୍ଦ, ଭଲ, କୌଣସିଟି ନୁହେଁ)

 ୨ । ଟାୟାର ଜାଳି ରାସ୍ତା ଅବରୋଧ କରିବା ଏକ___ କାମ।
 (ଭଲ, ମନ୍ଦ, ଗୁଣ୍ଡାମି) 

୩ । ମଣିଷ ଏକ – ପ୍ରାଣୀ ।
(ସାମାଜିକ, ଅସାମାଜିକ, ମନ୍ଦଅଭ୍ୟାସ ସମ୍ପନ୍ନ)

୪ । ମଦ୍ୟପକୁ ସାଧାରଣ ଲୋକ ଦେଖିଲେ – କରନ୍ତି ।
(ଆଦର, ଘୃଣା, ପ୍ରଶଂସା) 

୫ । ମଦ୍ୟପମାନେ ସାଧାରଣ ଲୋକଙ୍କୁ — କରି ଅନ୍ୟାୟ ଭାବରେ ଚାନ୍ଦା ଆଦାୟ କରନ୍ତି ।
 (ଭୟଭୀତ, ଅନୁରୋଧ, ମାଗି)

 ୬ ।____ ମଦ ପିଇ ବହୁ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି ।
(ବିଷାକ୍ତ, ଦାମୀ, ପ୍ୟାକେଟ) । 

୭ । ଅଧିକ — ମୁତୟନ କଲେ ଅପରାଧର ନିରାକରଣ ହୋଇ ପାରିବ ।
 (ପୋଲିସ, ଡିଲର, ବ୍ୟବସାୟୀ)

୮ । ଶାନ୍ତିପୂର୍ଣ୍ଣ ସମାଜରେ – ଆସେ ।
(ଅବନତି, ପ୍ରଗତି, ଅଧୋଗତି) 

୯ । ନିୟମ ମାନି କାର୍ଯ୍ୟ କରିବା — ଅଭ୍ୟାସ ।
(ମନ୍ଦ, ଭଲ, ବେଖିଆଲ)

 ୧୧ । ମଦ୍ୟପମାନଙ୍କ ବଦ ଅଭ୍ୟାସରୁ — ଫାଇଦା ଉଠାନ୍ତି ।
(ବ୍ୟବସାୟୀ, ସାଧାରଣଲୋକ, ପୋଲିସ୍) 

୧୧ । ବିଦ୍ୟାଳୟ କାନ୍ଥରେ ଗାରେଇବା ଗୋଟିଏ — କାମ ।
(ବାହାଦୁରି, ମନ୍ଦ କାମ, ଭଲ କାମ) 

 ୧୨ । ମଦପିଇ ଗାଡ଼ି ଚଳାଇଲେ – ହୁଏ ।
(ଦୁର୍ଘଟଣା, ଗାଡ଼ି ଜୋରରେ ଚାଲେ, ଗାଡ଼ି ରହିଯାଏ)

 ୧୩ । ଚୋର ତସ୍କରଙ୍କୁ ଡରାଇବା ପାଇଁ ଆମେ__ ପାଳିବା।
(ବାଘ, କୁକୁର, ଛେଳି) 

୧୪ । ଅପରାଧ ନିରାକରଣ ପାଇଁ ସବୁଠାରୁ ବଡ଼ ପଦକ୍ଷେପ — (ପୋଲିସରେ ଦେବା, ଜୋରିମାନା କରିବା, ସଚେତନତା ସୃଷ୍ଟି କରିବା)

 ୧୫ । ରାସ୍ତାରେ ଥିବା ପାଣିକଳ ଖୋଲିଦେବାକୁ ଆମେ__ କହିବା । 
(ମନ୍ଦକାମ, ଭଲକାମ, ବାହାଦୁରି)

 ୧୬ । ଧୂମପାନ କରିବା ଏକ__ ଅଟେ ।
(ଅପରାଧ, ମନ୍ଦକାମ, ଭଲକାମ)

 ୧୭ ।__ଏକ ଅପରାଧମୂଳକ କାର୍ଯ୍ୟ ଅଟେ ।
(ରାସ୍ତା ଅବରୋଧ, ବୃକ୍ଷରୋପଣ, ଦେଶସେବା) 

୧୮ । ବିନା ଟିକେଟରେ ରେଳଯାତ୍ରା କରିବା ଏକ__ କାର୍ଯ୍ୟ।
(ଗୁଣ୍ଡାମି, ଚୋରି, ଅପରାଧ) 

୧୯ । ସମାଜର କ୍ଷତି କରୁଥିବା ଲୋକଙ୍କୁ — କୁହାଯାଏ ।
(ମନ୍ଦଲୋକ, ସମାଜବିରୋଧୀ, ଅପରାଧୀ)

 ୨୦ |— ଏକ ଅପରାଧ ଅଟେ ।
(ଡକାୟତି, ମଦ୍ୟପାନ, ଧୂମପାନ)

 ୨୧ । ବିଳମ୍ବରେ ସ୍କୁଲକୁ ଯିବା ଏକ — ଅଭ୍ୟାସ ।
(ଭଲ ଅଭ୍ୟାସ, ମନ୍ଦ ଅଭ୍ୟାସ, ବାହାଦୁରୀ)

 ୨୨ । __ଲୋକେ ଗାଡିମଟର ଇତ୍ୟାଦିକୁ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥାଆନ୍ତି ।
 (ଅସାମାଜିକ, ଭଲ, ସ୍ଵାସ୍ଥ୍ୟବାନ)

ଉତ୍ତର:-

(୧) ମନ୍ଦ, (9) ମନ୍ଦ, (୩) ସାମାଜିକ,(୪) ଘୃଣା (୫) ଭୟଭୀତ, (୬) ବିଷାକ୍ତ, (୭) ପୋଲିସ, (୮) ପ୍ରଗତି, (୯) ଭଲ, (୧୦) ବ୍ୟବସାୟୀ, (୧୧) ମନ୍ଦ କାମ, (୧୨) ଦୁର୍ଘଟଣା, (୧୩) କୁକୁର, (୧୪) ସଚେତନତା ସୃଷ୍ଟି କରିବା, (୧୫) ମନ୍ଦକାମ, ( ୧୬)ମନ୍ଦ କାମ, (୧୭) ରାସ୍ତ। ଅବରୋଧ, (୧୮) ଅପରାଧ , (୧୯) ସମାଜ ବିରୋଧୀ  (୨୦) ଡକାୟତି, (୨୧) ମନ୍ଦ ଅଭ୍ୟାସ, (୨୨) ଅସାମାଜିକ । 

ପ୍ରଥମ ଶବ୍ଦ ଦୁଇଟିର ସଂପର୍କ ଦେଖି ଶୁନ୍ୟସ୍ଥାନ ପୂରଣ କର । 

୧। ପ୍ରତିଦିନ ବିଦ୍ୟାଳୟ ଯିବା : ଭଲ ଅଭ୍ୟାସ : : ପ୍ରତିଦିନ ଡେରିରେ ବିଦ୍ୟାଳୟ ଯିବା : ____

 ୨ । ବାଡ଼ିରେ ଫୁଲଗଛ ଲଗାଇବା : ଭଲ ଅଭ୍ୟାସ:: ଅନ୍ୟବାଡ଼ିରୁ ଫୁଲ ଚୋରି କରିବା :____

୩।ହୁକ୍ ପକାଇ ବିଦ୍ୟୁତ ଚୋରି କରିବା: ଅପରାଧ::ଟିକେଟ୍ କରି ଟ୍ରେନ୍‌ରେ ଯିବା : ____

 ୪ । ରାସ୍ତା କଡ଼ରେ ଝାଡା ବସିବା : ମନ୍ଦ କାମ : : ରାସ୍ତାଘାଟ ସଫା ରଖିବା : ____

୫ । ଗୁରୁଜନକୁ ସମ୍ମାନ ପ୍ରଦର୍ଶନ କରିବା : ଭଲକାମ : ସାଙ୍ଗ ପିଲାର ବହିରୁ କପିକରିବା :___

ଉତ୍ତର:-

(୧) ମନ୍ଦ ଅଭ୍ୟାସ, (୨) ମନ୍ଦ ଅଭ୍ୟାସ, ୩) ଭଲ ଅଭ୍ୟାସ, (୪) ଭଲ କାମ, (୫) ମନ୍ଦ କାମ । 

ନିମ୍ନଲିଖିତ ବାକ୍ୟଗୁଡ଼ିକ ଠିକ୍ ଥିଲେ (√) ଚିହ୍ନ ଭୁଲ ଥିଲେ (×) ଚିହ୍ନ ଦିଅ । 

୧ । ନିୟମିତ ବିଦ୍ୟାଳୟକୁ ଯିବା । 
୨ । ଦିନରେ ଆବଶ୍ୟକ ନଥାଇ ବିଜୁଳି ବତି ଜାଳିବା ।
 ୩ । ବିଜୁଳି ବତିକୁ ଟେକା ମାରି ଭାଙ୍ଗିବା ।
 ୪। ଉତ୍ତମ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା । 
୫ । ଶିକ୍ଷା ମଣିଷକୁ ଠିକୁ ବାଟରେ ନିଏ 
 ୬ । ରାସ୍ତାକଡ଼ରେ ଗଛ ଲଗାଇବା ଉଚିତ୍ । 
୭ । ରାସ୍ତାର ନିୟମ ମାନି ଚାଲିବା ଉଚିତ୍ ।
୮ । ଅନ୍ୟର ବାଡ଼ିରୁ ଫୁଲ ତୋଳିବା ଏକ ମନ୍ଦ ଅଭ୍ୟାସ । 
୯ । ବିଦ୍ୟାଳୟ କାନ୍ଥରେ ଗାରେଇବା ଏକ ଭଲ ଅଭ୍ୟାସ । 
୧o । ଠିକ ସମୟରେ ଟିକସ୍ ଦେବା ଏକ ଭଲ ଅଭ୍ୟାସ ।
 ୧୧ । ପ୍ରତିଦିନ ଖବରକାଗଜ ପଢ଼ିବା ଉଚିତ ନୁହେଁ ।

ଉତ୍ତର:- 

(୧)√ (୨) x (୩) × (୪) √ (୫) √ (୬)√  (୭)  √ (୮) √ (୯)×   (୧୦)√  (୧୧)  × 

'କ’ ସ୍ତମ୍ଭର ଶବ୍ଦ ସହିତ ‘ଖ ସ୍ତମ୍ଭର ଠିକ୍ ସମ୍ବନ୍ଧଥିବା ଉତ୍ତର ସହିତ ଗାରଟାଣି ମିଳାଅ।

 ‘କ' ସ୍ତମ୍ଭ                               'ଖ' ସ୍ତମ୍ଭ
 ମଦ୍ୟପାନ କରି ଗାଡ଼ି ଚଳାଇବା  - ପରିବେଶ ପ୍ରଦୂଷଣ 
ବିନା ଟିକେଟ୍‌ରେ ଟ୍ରେନ୍ ଯାତ୍ରା - ଜାତୀୟ ସମ୍ପତ୍ତି ନଷ୍ଟ 
ସରକାରୀ ଅନୁଷ୍ଠାନ ଭଙ୍ଗାରୁଜା - ଯାତାୟାତରେ ଅସୁବିଧା
ଖୋଲାସ୍ଥାନରେ ମଳ ତ୍ୟାଗ କରିବା - ରାଜସ୍ବ ହାନି 
ରାସ୍ତାରେ ଦଉଡ଼ି ଟାଣି ଚାନ୍ଦା ଆଦାୟ କରିବା-ରାସ୍ତା ଦୁର୍ଘଟଣା

ଉତ୍ତର:-

 ମଦ୍ୟପାନ କରି ଗାଡ଼ି ଚଳାଇବା  -ରାସ୍ତା ଦୁର୍ଘଟଣା
ବିନା ଟିକେଟ୍‌ର ଟ୍ରେନ୍ ଯାତ୍ରା - ରାଜସ୍ବ ହାନି
ସରକାରୀ ଅନୁଷ୍ଠାନ ଭଙ୍ଗାରୁଜା - ଜାତୀୟ ସମ୍ପତ୍ତି ନଷ୍ଟ 
ଖୋଲାସ୍ଥାନରେ ମଳ ତ୍ୟାଗ କରିବା - ପରିବେଶ ପ୍ରଦୂଷଣ ରାସ୍ତାରେ ଦଉଡ଼ି ଟାଣି ଚାନ୍ଦା ଆଦାୟ କରିବା - ଯାତାୟାତରେ ଅସୁବିଧା

ଗୋଟିଏ ପଦରେ ପ୍ରକାଶ କର ।

 ୧ । ଜୋରରେ ମାଇକ୍ ବଜାଇ ଗୀତ ଶୁଣିବା -
 ୨ । ଘରର ଆବର୍ଜନା ପାଣି ରାସ୍ତାକୁ ଛାଡ଼ିବା-
୩ । ଏକ ଖାଇବା ଦ୍ରବ୍ୟ, ଯାହା ଖାଇଲେ ମନରେ ଏକ ସାମୟିକ ର ଉତ୍ତେଜନା ସୃଷ୍ଟିକରେ- 
୪ । ଯାହା ମଣିଷକୁ ଠିକ୍ ବାଟରେ ନିଏ -
 ୫ । ନିଜର କ୍ଷତି କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କ୍ଷତି କରିଥାଏ -
 ୬ । ସମାଜର ନୀତିନିୟମ ନମାନି ବିଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା-

ଉତ୍ତର :-

ଉ: - (୧) ମନ୍ଦ ଅଭ୍ୟାସ, (୨) ମନ୍ଦ ଅଭ୍ୟାସ,(୩) ମଦ, ଗଞ୍ଜଇ, ଡ୍ରଗ୍ସ, ଅଫିମ, (8) ଶିକ୍ଷା, (୫) ମନ୍ଦ ଅଭ୍ୟାସ, (୬) ମନ୍ଦ ଅଭ୍ୟାସ ।





Comments

Popular posts from this blog

୬:-ମୋଗଲ ସାମ୍ରାଜ୍ୟର ପତନ