୬:-ମୋଗଲ ସାମ୍ରାଜ୍ୟର ପତନ
୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କେନ୍ଦ୍ର ଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଥୁଲା, ଆଲୋଚନା କର ।
ଉ : (i) ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ କୁଶାସନ ମୋଗଲ ସାମ୍ରାଜ୍ୟକୁ ପତନାଭିମୁଖୀ କରିଥିଲା ।
(ii) ତାଙ୍କ ପରେ ପରବର୍ତ୍ତୀ ଶାସକ ମାନେ ସର୍ବଦା ଭୋଗବିଳାସରେ ବୁଡ଼ି ରହିଲେ ।
(iii) ଅମୀର ଓ ରାଜକର୍ମଚାରୀମାନେ ତାଙ୍କ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ ।
(iv) ଦିଲ୍ଲୀରେ ଆଖପାଖ ଅଞ୍ଚଳ ଓ ସୁଦୂର ପ୍ରଦେଶଗୁଡ଼ିକରେ କେନ୍ଦ୍ରର କର୍ତ୍ତୁତ୍ବ ରହିଲା ନାହିଁ । ଏହି ସବୁ କାରଣ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ।
(ଖ) ଔରଙ୍ଗଜେବଙ୍କ ଧର୍ମ ନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ଥିଲା ଲେଖ ।
ଉ : (i) ଔରଙ୍ଗଜେବ ହିନ୍ଦୁ ବିଦ୍ବେଷ ନୀତି ଅବଲମ୍ବନ କରିଥିଲେ ।
(ii) ସେ ଆକବର ଉଠାଇ ଦେଇଥିବା ଜିଜିୟା କର ଓ ତୀର୍ଥଯାତ୍ରୀ କର ପୁଣି ପ୍ରବର୍ତ୍ତନ କରିଥିଲେ ।
(i) ହିନ୍ଦୁମାନଙ୍କୁ ରାଜକାର୍ଯ୍ୟରୁ ବାହାର କରି ଦେଇଥିଲେ ।
(iv) ମୁସଲମାନ ବ୍ୟତୀତ ସେ ଅନ୍ୟାନ୍ୟ ଧର୍ମାବଲମ୍ବୀମାନଙ୍କୁ କଠୋର ଦୃଷ୍ଟିରେ ଦେଖୁଥିଲେ ।
(v) ଶିଖୁମାନଙ୍କ ନବମ ଗୁରୁ ‘ତେଗବାହାଦୁର’ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ସେ ତାଙ୍କୁ ହତ୍ୟା କରିଥିଲେ । ଔରଙ୍ଗଜେବଙ୍କ ଏସବୁ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ।
(ଗ) କେଉଁ କେଉଁ ପ୍ରାଦେଶିକ ଶକ୍ତିମାନଙ୍କର ସ୍ଵାଧୀନତା ଘୋଷଣା ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ?
ଉ : (i) ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇଗଲା ପରେ ଏହା ଅଧୀନସ୍ଥ ପ୍ରଦେଶଗୁଡ଼ିକ ଆସ୍ତେ ଆସ୍ତେ ସ୍ବାଧୀନ ହେଲେ ।
(ii) ଦାକ୍ଷିଣାତ୍ୟ, ଅଯୋଧ୍ୟା, ବଙ୍ଗଳା କ୍ରମେ ସ୍ଵାଧୀନ ହେଲେ ।
(iii) ଶିବାଜୀଙ୍କ ନେତୃତ୍ବରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ ଅହମ୍ମଦ ନଗର, ବିଜାପୁର ଓ ଗୋଲକୁଣ୍ଡା ଅଧିକାର କଲେ ।
(iv) ଏହି ଭଳି ଭାବେ ଅନେକ ପ୍ରାଦେଶିକ ଶକ୍ତି ନିଜର ସ୍ଵାଧୀନତା ଘୋଷଣା କରିବାରୁ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା ।
(ଘ) ବୈଦେଶିକ ଶତ୍ରୁମାନଙ୍କର ଭାରତ ଆକ୍ରମଣ କିପରି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଉଲ୍ଲେଖ କର ।
ଉ : (i) ମୋଗଲ ଶାସକମାନଙ୍କର ଦୁର୍ବଳତାର ସୁଯୋଗ ବିଦେଶୀ ଶତ୍ରୁମାନେ ନେଇଥିଲେ ।
(i) ୧୭୩୯ ଖ୍ରୀଷ୍ଟାବ୍ଦରେ ପାରସ୍ୟାର ସମ୍ରାଟ୍ ଦିଲ୍ଲୀ ଆକ୍ରମଣ କରି ବହୁ ସମ୍ପତ୍ତି ଲୁଟ୍ କରିନେଲେ ।
(ii) ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ଆଦି ଅଞ୍ଚଳ ପାରସ୍ୟ ସମ୍ରାଜ୍ୟରେ ମିଶିଗଲା ।
(iv) ନାଦିର ଶାହଙ୍କ ପରେ ଆଫଗାନିସ୍ଥାନ ଶାସକ ଅହମ୍ମଦ ଶାହ ଅବଦଲୀ ୧୭୪୮ ଖ୍ରୀ:ରୁ ୧୭୬୧ ଖ୍ରୀ: ମଧ୍ୟରେ ଅନେକ ଥର ଭାରତ ଆକ୍ରମଣ କରିଥିଲେ । ଏହି ସବୁ ବିଦେଶୀ ଶତ୍ରୁମାନଙ୍କ ଆକ୍ରମଣ ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ।
୨ । ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ପ୍ରଶ୍ନଗୁଡ଼ିକ ଉତ୍ତର ଲେଖ ।
(କ) କାହାର ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା ?
( ବାବର, ଜାହାଙ୍ଗୀର, ଔରଙ୍ଗଜେବ, ଶାହାଜାହାନ)
ଉ : ଔରଙ୍ଗଜେବଙ୍କ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା ।
(ଖ) କିଏ ଭାରତରୁ ମୟୂର ସିଂହାସନ ନେଇଯାଇଥିଲେ ?
(ବୈରାମ ଖାଁ, ଶିବାଜୀ, ନାଦୀର ଶାହ, ଅହମ୍ମଦ ଶାହ ଅବଦଲୀ) ।
ଉ : ନାଦିର ଶାହ ଭାରତରୁ ମୟୂର ସିଂହାସନ ନେଇ ଯାଇଥିଲେ ।
(ଗ) କେଉଁ ବୈଦେଶିକ ଆକ୍ରମଣକାରୀ ମରହଟ୍ଟାମାନ ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ ?
(ତୈମୁରଲଙ୍ଗ, ନାଦିର ଶାହା, ଅହମ୍ମଦ ଶାହା ଅବଦଲୀ, ରବର୍ଟ କ୍ଲାଇବ୍)
ଉ : ଅହମ୍ମଦ ଶାହ ଅବଦଲୀ ମରହଟ୍ଟାମାନଙ୍କୁ ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ ।
(ଘ) କେଉଁ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ?
(୧୫୪୨, ୧୭୩୯, ୧୭୪୮, ୧୭୬୧) ।
ଉ : ୧୭୩୯ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ।
(ଙ) ତୃତୀୟ ପାନିପଥ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
(୧୭୪୧, ୧୭୫୧, ୧୭୫୭, ୧୭୬୧)
ଉ : ତୃତୀୟ ପାନି ପଥ ଯୁଦ୍ଧ ୧୭୬୧ ଖ୍ରୀଷ୍ଟାବ୍ଦରେ ହୋଇଥିଲା।
୩ । ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ ଓ ଧର୍ମଗତ କାରଣ ମଧ୍ୟରୁ ତମେ କେଉଁଟିକୁ ପ୍ରାଧାନ୍ୟ ଦେବ ଓ କାହିଁକି?
ଉ : ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ ଓ ଧର୍ମଗତ କାରଣ ମଧ୍ୟରୁ ମୁଁ ଅର୍ଥନୈତିକ କାରଣକୁ ଅଧିକ ପ୍ରାଧାନ୍ୟ ଦେବି କାରଣ -
(i) ଯେକୌଣସି ରାଷ୍ଟ୍ର ରାଜ୍ୟ ଶାସନ ପାଇଁ ଅର୍ଥନୈତିକ ଅବସ୍ଥା ସୁଦୃଢ ହେବା ଆବଶ୍ୟକ ।
(ii) ମୋଗଲ ଶାସନ କାଳରେ ଜାହାଙ୍ଗୀରଙ୍କ ପତ୍ନୀ ନୁରଜାହାନଙ୍କ ଅର୍ଥନୀତି ପ୍ରତି ଅଧିକ ଦୃଷ୍ଟି ଦେଲେ ନାହିଁ, ଶାହାଜାହାନ ରାଜପ୍ରାସାଦ ଓ ସୌଧ ନିର୍ମାଣ ପାଇଁ ବହୁ ଅର୍ଥ ବ୍ୟୟ କରି ଥିଲେ, ମୋଗଲ ସମ୍ରାଟ୍ ମାନଙ୍କ ଶତ୍ରୁମାନଙ୍କ ସହ ବିଭିନ୍ନ ଯୁଦ୍ଧ ଯୋଗୁଁ ରାଜକୋଷ ଶୂନ୍ୟ ହୋଇଯାଇଥିଲା ।
(iii) ବୋଝ ଉପରେ ନଳିତା ବିଡ଼ା ଭଳି ଦୁର୍ଭିକ୍ଷ ହେବା ଫଳରେ ମୋଗଲ ଶାସନ ସମୟରେ ଅର୍ଥନୈତିକ ଅବସ୍ଥା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଯାହା ମୋଗଲ ଶାସନର ପତନ ପାଇଁ ଦାୟୀ।
୪।ମରହଙ୍ଗା ଓ ବଙ୍ଗର ଶାସକ ମଧ୍ୟରୁ କିଏ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶି ଦାୟୀ ଥିଲେ, ପ୍ରମାଣ ସହ ଦଶାଅ ।
(i)ମୋଗଲ ସାମ୍ରାଜ୍ୟର କେନ୍ଦ୍ର ନେତୃତ୍ବ ଦୁର୍ବଳ ହୋଇ ପଡ଼ି ଥିବା ବେଳେ ଏହାର ସୁଯୋଗ ପ୍ରାଦେଶିକ ଶାସକମାନେ ନେଲେ ।
(ii) ଶିବାଜୀଙ୍କ ନେତୃତ୍ବରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାରକରି ଅହମ୍ମଦ ନଗର, ବିଜାପୁର ଓ ଗୋଲକୁଣ୍ଡା ରାଜ୍ୟଗୁଡ଼ିକୁ ଆକ୍ରମଣ କରି କେତେକ ଦୁର୍ଗ ଅଧିକାର କରିଥିଲେ । ଫଳରେ ଅନେକ ସ୍ଵାଧୀନ ରାଜ୍ୟର ଅଭ୍ୟୁଦୟ ଘଟିଲା । ଏଣୁ ମୋଗଲ ସାମ୍ରାଜ୍ୟ ସଙ୍କୁଚିତ ହୋଇ ପଡ଼ିଲା ।
(iii) ବଙ୍ଗଳାର ଶାସକ ମଧ୍ୟ ବଙ୍ଗ ସହ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜ ସ୍ଵାଧୀନତା ଘୋଷଣା କରିଥିଲେ ।
(iv) ଉପରୋକ୍ତ କାରଣରୁ ଜଣାପଡ଼େ ଯେ ମରହଟ୍ଟା ଓ ବଙ୍ଗର ଶାସକମାନଙ୍କ ମଧ୍ୟରୁ ଉଭୟେ ମୋଗଲ ସାମ୍ରାଜ୍ୟ ପତନ ପାଇଁ ଦାୟୀ । ମାତ୍ର ନୂତନ ସ୍ଵାଧୀନ ଅଞ୍ଚଳର ପରିସୀମା ଦୃଷ୍ଟିରୁ ମରହଟ୍ଟାମାନେ ଅଧିକ ଦାୟୀ ।
୫ । କେଉଁ ବୈଦେଶିକ ଆକ୍ରମଣ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥିଲା ଓ କାହିଁକି ?
ଉ : (i) ମୋଗଲ ଶାସନ ସମୟରେ ପାରସ୍ୟ ସମ୍ରାଟ ନାଦିର ଶାହ, ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ଭାରତ ଆକ୍ରମଣ କରିଥିଲେ ।
(ii) ନାଦିର ଦିଲ୍ଲୀ ଆକ୍ରମଣ କରି ପ୍ରଚୁର ଧନରତ୍ନ ଲୁଣ୍ଠନ କରିଥିଲେ । ମୟୂର ସିଂହାସନ ଓ କୋହିନୂର ହୀରା ଭାରତରୁ ଇରାନକୁ ନେଇ ଯାଇଥିଲେ । ସିନ୍ଧୁ ପ୍ରଦେଶ, ଲାହୋର ଓ କାବୁଲ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ମିଶାଇ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥିଲେ ।
(iii) ୧୭୬୧ ଖ୍ରୀଷ୍ଟାବ୍ଦରେ ଆଫଗାନିସ୍ଥାନ ଶାସକ ତୃତୀୟ ପାନି ପଥ ଯୁଦ୍ଧରେ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ।
(iv) ପରେ ଇଉରୋପୀୟ ଶକ୍ତି ବିଶେଷ କରି ଇଂଲଣ୍ଡ ଭାରତରେ ରାଜ୍ୟ ବିସ୍ତାର କରିଥିଲା ।
Comments
Post a Comment