୪:-ମାନବିକ ଅଧିକାର

୧ । ମଣିଷ ମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ କ’ଣ ? ପାଞ୍ଚ ଧାଡ଼ିରେ ଲେଖ ।

 ଉ :(i) ଜଣେ ବ୍ୟକ୍ତିର ଅଧିକାର ଅନ୍ୟ ଜଣଙ୍କ ବିରୁଦ୍ଧରେ ଦାବୀ ।
 (ii) ଅଧିକାର ଏମିତି ଅବସ୍ଥା ସୃଷ୍ଟି କରେ ଯଦ୍ଦ୍ବାରା ବ୍ୟକ୍ତିମାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ବର ପରିପ୍ରକାଶ ଘଟେ | 
(iii) ସୁତରାଂ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅତ୍ୟାବଶ୍ୟକ। 
(iv) ଅଧିକାର ଯୋଗୁଁ ଜଣେ ବ୍ୟକ୍ତି ଯେକୌଣସି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରେ ଏବଂ ସୁଖରେ ଜୀବନଯାପନ କରିଥାଏ ।
 (v) ଏଣୁ ମଣିଷମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ ରହିଛି। 

 ୨ । କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ଲେଖ । 

ଉ : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ହେଲା : - 
(କ) ଜୀବନ ଧାରଣ ଅଧିକାର, 
(ଖ) ଦାସତ୍ୱରୁ ମୁକ୍ତ ହେବା ଅଧିକାର, 
(ଗ) ଆଇନ୍ ଦୃଷ୍ଟିରେ ସମସ୍ତେ ସମାନ, 
(ଘ) ଜୋରଜବରଦସ୍ତି କାହାରିକୁ ବନ୍ଦୀ କରା ନଯିବା 
 (ଙ) ଭ୍ରମଣ କରିବାର ସ୍ଵାଧୀନତା ଇତ୍ୟାଦି ।

୩ । ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ପଛରେ ତିନିଗୋଟି ବଳିଷ୍ଠ ଯୁକ୍ତି ଉପସ୍ଥାପନ କର । 

ଉ : ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ଉଚିତ । ଏହି ଯୁକ୍ତି ସପକ୍ଷରେ ତିନୋଟି ଯୁକ୍ତି ହେଲା : (i) ଆଜିର ନାରୀ ଅବଳା-ଦୁର୍ବଳା ନୁହେଁ କାରଣ ସେମାନେ ସବୁ କ୍ଷେତ୍ରରେ ଏବେ ପୁରୁଷମାନଙ୍କଠାରୁ ଆଗରେ; 
(ii) ହିନ୍ଦୁ ସଂସ୍କୃତିରେ ମା’କୁ ବିଶେଷ ଗୁରୁତ୍ବ ଦିଆଯାଉଛି ଏବଂ 
(iii) ନାରୀ ସକଳ ଶକ୍ତିର ଆଧାର । ମାତୃଶକ୍ତି ବିନା ସୃଷ୍ଟି ରହିବ ନାହିଁ ।

୪ । ଶିଶୁମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ମୌଳିକ ଅଧିକାରରେ କାହିଁକି ଅନ୍ତର୍ଭୁକ୍ତ ହେଲା ? ପାଞ୍ଚଧାଡ଼ିରେ ଲେଖ। 

 ଉ : ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନ୍ ଅନୁସାରେ : ଶିଶୁମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରାଯାଇଛି (ଧାରା ୨୧(କ)) ।  ଯଦିଓ ଆଗରୁ ଏହା ମୌଳିକ ଅଧିକାର ନଥିଲା ତାହାକୁ ଅନ୍ତର୍ଭୁକ୍ତ କରାଯିବାର ଯଥେଷ୍ଟ କାରଣ ତଥା ତାତ୍ପର୍ଯ୍ୟ ରହିଛି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାକ୍ଷରତା ହାର ଏବେ ମଧ୍ୟ ଉତ୍ସାହଜନକ ନୁହେଁ । ବିଭିନ୍ନ କାରଣରୁ ମୁଖ୍ୟତଃ ଦାରିଦ୍ର୍ୟ ଯୋଗୁଁ ବହୁ ଶିଶୁ ସ୍କୁଲ ଯାଇପାରନ୍ତି ନାହିଁ । ଏପଟେ ଦେଶରେ ସାକ୍ଷରତା  ହାର ବୃଦ୍ଧି ନ ପାଇଲେ ଗଣତନ୍ତ୍ର ଦୁର୍ବଳ ହୋଇପଡ଼ିବ; ଜାତି ଗଠନରେ ବାଧା ସୃଷ୍ଟି ହେବ । ଏସବୁକୁ ବିଚାରକୁ ନେଇ ଶିଶୁମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରାଗଲା ।

୫ । କେଉଁ ସ୍ଵାଧୀନତା ସଂଗ୍ରାମୀ ନାରୀ ଶିକ୍ଷାର ପ୍ରସାର ଓ ନାରୀମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ ଲେଖ ?

ଉ : ଇଂରେଜ ଶାସନାଧୀନ ଭାରତରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ, ସରୋଜିନୀ ନାଇଡୁ, ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରଭୃତି ନାରୀ ଶିକ୍ଷାର ପ୍ରସାର ଓ ନାରୀମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ । 

 ୬ | କେଉଁ ଦିନ ସାର୍ବଜନୀନ ମାନବିକ ଅଧିକାର ଘୋଷଣା  କରାଗଲା ?

 ଉ : ୧୯୪୮ ମସିହା ଡିସେମ୍ବର ୧୦ ତାରିଖ ଦିନ ସାର୍ବଜନୀନ ମାନବିକ ଅଧିକାର ଘୋଷଣା କରାଗଲା ।

୭ । ଶିଶୁମାନଙ୍କ ଶିକ୍ଷା ସଂପର୍କରେ କେଉଁ ନୂଆ ଅଧିକାର ସମ୍ବିଧାନ ସଂଶୋଧନ କରି ଯୋଗ କରାଯାଇଅଛି ?

ଉ : ଶିଶୁ ମାନଙ୍କ ଶିକ୍ଷା ସଂପର୍କ ରେ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନ (ଧାରା ୨୧ କ) କରି ଯୋଗ କରାଯାଇଛି ।

୮। ତୁମ ବହିରେ ଦିଆଯାଇଥିବା ନାରୀ ସଶକ୍ତିକରଣର ଉଦାହରଣ ବ୍ୟତୀତ ଆଉ ଦୁଇଜଣ ନାରୀ ଯେଉଁମାନେ କି ସେମାନଙ୍କ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି ଲେଖ ।

ଉ : (୧) ଶ୍ରୀମତୀ ଉଷା ପାଢ଼ୀ- ଭାରତୀୟ ପ୍ରଶାସନିକ ସେବା, (୨) କୁମାରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ – ଫୁଟବଲ୍ ଖେଳାଳୀ ।


Comments

Popular posts from this blog

ସାମାଜିକ ଶୃଙ୍ଖଳା

୬:-ମୋଗଲ ସାମ୍ରାଜ୍ୟର ପତନ