୨:-ସ୍ବାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୧।ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନରେ କେଉଁ ଶାସନ ଆଇନ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଓ କାହିଁକି ? ପାଞ୍ଚ ଧାଡ଼ିରେ ଲେଖି ।
 ଉ : ସାମ୍ରାଜ୍ୟବାଦୀ ଇଂରେଜ ମାନେ ଭାରତକୁ ଶାସନାଧୀନ କଲାପରେ ଅନେକ ଶାସନ ଆଇନ୍ ପ୍ରଣୟନ କରିଥିଲେ । ତନ୍ମଧ୍ୟରୁ ୧୯୪୭ ମସିହା ଭାରତ ସ୍ୱାଧୀନତା ଆଇନ୍ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହାର ମୁଖ୍ୟ କାରଣ ହେଲା ଏହି ଆଇନ୍ ବଳରେ ଭାରତ ସ୍ୱାଧୀନ ହେଲା । ଏହାର ସାର୍ବଭୌମତ୍ୱକୁ ସ୍ବୀକୃତି ଦିଆଗଲା । ସର୍ବୋପରି ବ୍ରିଟିଶ ସାମ୍ରାଜ୍ୟର କ୍ଷମତା ପରିସରରେ ଏହା ଆଉ ରହିଲା ନାହିଁ । ଅର୍ଥାତ୍ ଇଂରେଜମାନେ ଭାରତକୁ ତାଙ୍କ ଶାସନରୁ ମୁକ୍ତ କରିଦେଲେ  
୨ । ୧୮୫୭ ମସିହା ସିପାହୀ ବିଦ୍ରୋହର ତାପୂର୍ଯ୍ୟ କ'ଣ ? 
ଉ : ଇଂଲଣ୍ଡର ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ପ୍ରବେଶ କରିଥିଲା ବାଣିଜ୍ୟ କରିବା ଉଦ୍ଦେଶ୍ୟରେ । ମାତ୍ର ଚତୁର ଓ ଧୂର୍ତ୍ତ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର ଏହାର ମୂଳ କାରଣ ଥିଲା ଯହିଁରେ ସେମାନେ ସକ୍ଷମ ହୋଇଥିଲେ । ଭାରତ ଇଂରେଜ ଶାସନାଧୀନ ହେଲା ପରେ ସେମାନେ ଭାରତକୁ ସମସ୍ତ ଦିଗରୁ ଶୋଷଣ କରିବାରେ ଲାଗିଲେ । ଫଳସ୍ବରୂପ ଭାରତୀୟମାନଙ୍କ ମନରେ ଅସନ୍ତୋଷ ରୂପକ ବହ୍ନି ପ୍ରଜ୍ଜ୍ବଳିତ ହେଲା । ୧୮୫୭ ମସିହାରେ ହିନ୍ଦୁ ଓ ମୁସଲମାନ ମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସିପାହୀ ବିଦ୍ରୋହ ଘୋଷଣା କଲେ । ଏହାର ବିଶେଷ ତାତ୍ପର୍ଯ୍ୟ ହେଲା ଏହା ହେଉଛି ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ । 
୩ । ରାଣୀ ଭିକ୍ଟୋରିଆଙ୍କର ଘୋଷଣାନାମା ବଳରେ ଭାରତ ଶାସନରେ କି କି ପରିବର୍ତ୍ତନ ଘଟିଲା ?
ଉ : ବ୍ରିଟିଶ୍ ଶାସନାଧୀନ ଭାରତକୁ ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଥିଲା । ମାତ୍ର ୧୮୫୭ ମସିହାର ସିପାହୀ ବିଦ୍ରୋହ ଯୋଗୁଁ ତତ୍‌କାଳୀନ ଇଂଲଣ୍ଡର ରାଣୀ ଭିକ୍ଟୋରିଆ ନିଜ ହାତକୁ ଶାସନ ନେଲେ । ୧୮୫୮ ମସିହାରେ ସେ ଏକ ଘୋଷଣା ନାମା ପ୍ରକାଶ କଲେ । ଏହାଦ୍ଵାରା ଭାରତୀୟ ପ୍ରଜାମାନଙ୍କୁ ଇଂଲଣ୍ଡର ପ୍ରଜାମାନଙ୍କ ସହ ସମାନ ଅଧିକାର ଦିଆଗଲା ଏବଂ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଭାରତୀୟମାନଙ୍କୁ ସରକାରୀ ଚାକିରୀ ଦିଆଯିବାର ସୁଯୋଗ ଦିଆଗଲା । 
୪। ଦ୍ବୈତ ଶାସନ କ'ଣ?
ଉ : ୧୯୧୯ ମସିହାରେ ଇଂରେଜ ପ୍ରଶାସନ ଭାରତ ଶାସନ ସଂସ୍କାର ଆଇନ୍ ପ୍ରବର୍ତ୍ତିତ କଲେ । ଏହି ଆଇନ୍ ଅନୁସାରେ ଭାରତର ପ୍ରଦେଶମାନଙ୍କରେ ଦ୍ବୈତ ଶାସନ ବ୍ୟବସ୍ଥା ରହିଲା ଏବଂ ଶାସନ ବ୍ୟବସ୍ଥାରେ କ୍ଷମତାଗୁଡ଼ିକୁ ସଂରକ୍ଷିତ ଓ ହସ୍ତାନ୍ତରିତ କ୍ଷମତାରେ ଦୁଇ ଭାଗ କରାଗଲା । 
୫ । ୧୯୩୫ ମସିହା ଭାରତ ଶାସନ ଆଇନ୍ ଆମ ଭାରତର ନୂଆ ସମ୍ବିଧାନକୁ କିପରି ପ୍ରଭାବିତ କରିଅଛି ?
ଉ : ୧୯୩୫ ମସିହା ଭାରତ ଶାସନ ବ୍ୟବସ୍ଥାରେ ଅନେକ ଆଇନ୍ ରହିଥିଲା । ତନ୍ମଧ୍ୟରୁ କେତେକ ଭାରତର ନୂତନ ସମ୍ବିଧାନରେ ମଧ୍ୟ ରଖାଯାଇଛି, ଯଥା: ଭାରତ ଏକ ସଂଘୀୟ ରାଷ୍ଟ୍ର ହେବା, ପାର୍ଲାମେଣ୍ଟକୁ ସମ୍ବିଧାନ ସଂଶୋଧନ ଅଧିକାର, କେନ୍ଦ୍ର ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ ବ୍ୟବସ୍ଥା, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦର ସମାଧାନ ପାଇଁ ସଂଘୀୟ ନ୍ୟାୟାଳୟ । ସୁତରାଂ ଏଭଳି ଭାବେ ୧୯୩୫ ମସିହା ଭାରତ ଶାସନ ଆଇନ୍ ନୂଆ ସମ୍ବିଧାନିକୁ ପ୍ରଭାବିତ କରିଛି ।
 ୬ ।୧୯୪୭ ମସିହା ଭାରତୀୟ ସ୍ଵାଧୀନତା ଆଇନ୍ ଭାରତକୁ ଏକ ସ୍ଵତନ୍ତ୍ର ରାଷ୍ଟ୍ର ହେବାରେ କିପରି  ସହାୟକ ହେଲା ?
ଉ : ୧୯୪୭ ମସିହା ଆଇନ୍ ହେଉଛି ଭାରତର ସ୍ଵାଧୀନତା ଆଇନ୍ । ଏହାର ପ୍ରଥମ ଆଇନ୍ ଅନୁସାରେ ଭାରତ ଏକ ଅଲଗା ସାର୍ବଭୌମ ରାଷ୍ଟ୍ର ହେଲା । ୧୯୪୭ ମସିହା ଅଗଷ୍ଟ । ୧୫ ତାରିଖରୁ ଏହି ଆଇନକୁ କାର୍ଯ୍ୟ କରିବା ଫଳରେ ସ୍ବାଧୀନ ଭାରତ ସୃଷ୍ଟି ହେଲା ।
୭। ସଂଶୋଧନ କରି ଲେଖ । 
(କ) ୧୯୧୯ ମସିହା ଭାରତ ସଂସ୍କାର ଶାସନ ଆଇନ ବଳରେ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଭାରତୀୟମାନେ ସରକାରୀ ଚାକିରୀରେ ନିଯୁକ୍ତି ପାଇ ପାରିବେ ।
 ଉ : ୧୮୫୮ ମସିହା ଭାରତ ଶାସନ ଆଇନ୍ ବଳରେ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଭାରତୀୟମାନେ ସରକାରୀ ଚାକିରୀରେ ନିଯୁକ୍ତି ପାଇ ପାରିବେ । 
(ଖ) ୧୮୯୨ ମସିହା ଶାସନ ସଂସ୍କାର ଆଇନ ବଳରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବା ପାଇଁ ରାଜ୍ୟ ନ୍ୟାୟାଳୟ ବ୍ୟବସ୍ଥା ରହିଲା । 
ଉ : ୧୯୩୫ ମସିହା ଭାରତ ଶାସନ ଆଇନ୍ ବଳରେ କେନ୍ଦ୍ର - ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବା ପାଇଁ ସଂଘୀୟ ନ୍ୟାୟାଳୟ ବ୍ୟବସ୍ଥା ରହିଲା ନାହିଁ । 
 (ଗ) ୧୮୬୧ ମସିହା ଶାସନ ଆଇନ ବଳରେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟର କ୍ଷମତା ଆଉ ରହିଲା ନାହିଁ ? 
ଉ : ୧୯୪୭ ମସିହା ସ୍ଵାଧୀନତା ଆଇନ୍ ବଳରେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟର କ୍ଷମତା ଆଉ ରହିଲା ନାହିଁ । 
 (ଘ) ଭାରତର ନୂତନ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରୁ କାର୍ଯ୍ୟକାରୀ ହୋଇ  ଆସୁଛି ? 
ଉ : ଭାରତର ନୂତନ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇ ଆସୁଅଛି ।

Comments

Popular posts from this blog

ସାମାଜିକ ଶୃଙ୍ଖଳା

୬:-ମୋଗଲ ସାମ୍ରାଜ୍ୟର ପତନ