୧:-ସମ୍ବିଧାନ

୧।ସଂକ୍ଷେପରେ ଉତ୍ତର ଲେଖ । 
 (କ) ସମ୍ବିଧାନ କହିଲେ କ’ଣ ବୁଝ ?
ଉ : (i) ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ଆଇନ । ଫାଇନରଙ୍କ ମତରେ "ସମ୍ବିଧାନ ମୌଳିକ ରାଜନୈତିକ ଅନୁଷ୍ଠାନମାନଙ୍କର ଏକ ବ୍ୟବସ୍ଥା ଅଟେ । "
(ii) ସମ୍ବିଧାନରେ ବିଭିନ୍ନ ପ୍ରକାର ସରକାରର ରୂପରେଖ, ସାର୍ବଭୌମତ୍ବ କ୍ଷମତାର ସୁନିୟନ୍ତ୍ରଣ, କ୍ଷମତାର ବଣ୍ଟନ ଇତ୍ୟାଦି ବିଷୟରେ ଲେଖାଯାଇଥାଏ ।
 (ଖ) ସମ୍ବିଧାନର ପ୍ରକାରଭେଦ ଲେଖ ।
ଉ:(i)ସମ୍ବିଧାନ ମୁଖ୍ୟତଃ ଦୁଇ ପ୍ରକାରର:ଲିଖିତ ସମ୍ବିଧାନ,ଅଲିଖିତ ସମ୍ବିଧାନ । ଲିଖିତ ସମ୍ବିଧାନ ଯତ୍ନ ସହକାରେ ସମ୍ବିଧାନ ପ୍ରଣୟନ ସଭା ଦ୍ଵାରା ପ୍ରଣୀତ ହୋଇଥାଏ । ଅଲିଖିତ ସମ୍ବିଧାନ ମୁଖ୍ୟତଃ ପ୍ରଥା, ପରମ୍ପରା, ଚଳଣି ଉପରେ ପର୍ଯ୍ୟବସିତ । 
 (ii) ସମ୍ବିଧାନର ସଂଶୋଧନ ବା ପରିବର୍ତ୍ତନ ଦୃଷ୍ଟିରୁ ନମନୀୟ ବା ଅନମନୀୟ ହୋଇଥାଏ । ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ବା ପରିବର୍ତ୍ତନ କରାଯାଇପାରିବ ତାହା ନମନୀୟ ସମ୍ବିଧାନ । ଅନମନୀୟ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଜଟିଳ ଯାହାକୁ ସହଜରେ ସଂଶୋଧନ କରାଯାଇପାରିବ ନାହିଁ । 
(iii) ପୁଣି ସମ୍ବିଧାନର ପ୍ରଣୟନ ଦୃଷ୍ଟିରୁ ଦୁଇ ପ୍ରକାର ସମ୍ବିଧାନ ଦେଖାଯାଏ – ବିକଶିତ ଏବଂ ପ୍ରଣୀତ ସମ୍ବିଧାନ ।
(ଗ)ଲିଖିତ ସମ୍ବିଧାନର ଆବଶ୍ୟକତା କଣ?
 ଉ : ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏକ ଲିଖିତ ସମ୍ବିଧାନର ଆବଶ୍ୟକତା ରହିଛି; କାରଣ | 
(i) ଲିଖିତ ସମ୍ବିଧାନ ଦେଶର ସାମ୍ବିଧାନିକ ଆଇନ୍ ।
 (i) ଏହାକୁ ଦେଶର ଜନସାଧାରଣ ଓ ସରକାର ମାନିବାକୁ ବାଧ୍ୟ ।
 (iii) ଲିଖିତ ସମ୍ବିଧାନରେ ସରକାର ଗଠନ, ବିଭିନ୍ନ ଅଙ୍ଗ ଗୁଡ଼ିକର ଗଠନ ଓ କ୍ଷମତା ବିଷୟରେ ଲେଖା ଯାଇଥିବାରୁ ରାଷ୍ଟ୍ରର ଶାସନ ଠିକ୍‌ଭାବେ ଚାଲିପାରେ ।
 (iv) ଲିଖିତ ସମ୍ବିଧାନ ରାଷ୍ଟ୍ରର ସର୍ବୋଚ୍ଚ ଆଇନ୍ ଅଟେ ।
(a) ଅଲିଖୁତ ଓ ଅନମନୀୟ ସମ୍ବିଧାନ ମଧ୍ୟରେ ପାର୍ଥକ୍ୟ କ’ଣ ? 
 ଉ : ଅଲିଖିତ ସମ୍ବିଧାନ :  
i) ଅଲିଖିତ ସମ୍ବିଧାନ କୌଣସି ସମ୍ବିଧାନ ସଭା ପ୍ରଣୀତ ହୋଇ ନଥାଏ ।
(ii) ଏଥିରେ ସାମ୍ବିଧାନିକ  ଓ ସାଧାରଣ  ଆଇନର ସଂଶୋଧନ ପ୍ରଣାଳୀରେ ଏକା ପ୍ରକାର ବ୍ୟବସ୍ଥା ରହିଥାଏ । 
(iii) ଅଲିଖିତ ସମ୍ବିଧାନ ପୁସ୍ତକ ଆକାରରେ ନଥାଏ ମାତ୍ର  କେତେକ ନିର୍ଦ୍ଦିଷ୍ଟ ଆଇନ୍ ଓ ପ୍ରଥାଦ୍ବାରା ପରିଚାଳିତ ।
ଅନମନୀୟ ସମ୍ବିଧାନ : 
(i) ଅନମନୀୟ ସମ୍ବିଧାନ ସମ୍ବିଧାନ ସଭା ଦ୍ଵାରା ପ୍ରଣୀତ ହୋଇଥାଏ ।
(ii) ଏଥିରେ ସାମ୍ବିଧାନିକ ଆଇନ୍ ଓ ସାଧାରଣ ଆଇନର ସଂଶୋଧନ ପ୍ରଣାଳୀ ଅଲଗା |
(iii) ଅନମନୀୟ ସମ୍ବିଧାନ ପୁସ୍ତକ ଆକାରରେ ଉପଲବ୍ଧ ଯହିଁରେ ବିଭିନ୍ନ ସାମ୍ବିଧାନିକ ଆଇନ୍ ଲେଖାଯାଇଥାଏ ।
(ଙ) କେଉଁ ରାଷ୍ଟ୍ରରେ ଅନମନୀୟ ସମ୍ବିଧାନର ଆବଶ୍ୟକତା ଅଛି ଏବଂ କାହିଁକି ? 
ଉ : ସଂଘୀୟ ରାଷ୍ଟ୍ରରେ ଅନମନୀୟ ସମ୍ବିଧାନର ଆବଶ୍ୟକତା ରହିଛି । ଏହାର କାରଣଗୁଡ଼ିକ ହେଲା : 
(i) ସଂଘୀୟ ରାଷ୍ଟ୍ରରେ ଗୋଟିଏ କେନ୍ଦ୍ର ସରକାର ଓ ଅନେକ 'ରାଜ୍ୟ ସରକାର ସହାବସ୍ଥାନ କରନ୍ତି । ସେମାନଙ୍କ ମଧ୍ୟରେ କ୍ଷମତାର ବଣ୍ଟନ ସମ୍ବିଧାନ ଜରିଆରେ ହୋଇଥାଏ । 
 (ii) ସେଠାରେ ରାଜ୍ୟ ରାଜ୍ୟ କିମ୍ବା କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ଉପୁଜିଲେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସର୍ବୋଚ୍ଚ ଅଦାଲତ ସମାଧାନ କରନ୍ତି ।
 (iii) କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ସମ୍ବିଧାନରେ ବ୍ୟବସ୍ଥା ଥାଏ ।
 (iv) ସମ୍ବିଧାନଟି ଅନମନୀୟ ହୋଇଥିଲେ କେନ୍ଦ୍ର ସରକାର ସହଜରେ ତଥା ମନମୁଖୀ ଭାବେ ପରିବର୍ତ୍ତନ କରିପାରିବ ନାହିଁ । ଏଣୁ ସଂଘୀୟ ରାଷ୍ଟ୍ରରେ ଅନମନୀୟ ସମ୍ବିଧାନର ଆବଶ୍ୟକତା ରହିଛି ।
(ଚ) ନମନୀୟ ସମ୍ବିଧାନ ଦେଶର ପ୍ରଗତିରେ କିପରି ସହାୟକ ହୋଇଥାଏ?
ଉ : ନମନୀୟ ସମ୍ବିଧାନ ଦେଶର ପ୍ରଗତିରେ ନିମ୍ନ ଉପାୟରେ ସହାୟକ ହୋଇଥାଏ । 
 (i) ନମନୀୟ ସମ୍ବିଧାନକୁ ଦେଶର ଆବଶ୍ୟକତା ଅନୁସାରେ ସହଜରେ ପରିବର୍ତ୍ତନ କରାଯାଇପାରିବ ।
 (ii) ଏହାର ସଂଶୋଧନ ପ୍ରଣାଳୀ ସହଜ ଏବଂ ସରଳ । 
(iii) ଏଠାରେ ସାମ୍ବିଧାନିକ ଓ ସାଧାରଣ ଆଇନ୍‌କୁ ସଂଶୋଧନ କରିବା ପାଇଁ ବ୍ୟବସ୍ଥିତ ପ୍ରଣାଳୀରେ ପାର୍ଥକ୍ୟ ଥାଏ ନାହିଁ ।
 ୨ । ‘କ’ ସ୍ତମ୍ଭରେ ଲିଖିତ ଶବ୍ଦଗୁଡ଼ିକୁ ‘ଖ ସ୍ତମ୍ଭରେ ଥିବା ସଂପର୍କିତ ଶବ୍ଦ ସହିତ ଗାରଟାଣି ଯୋଡ଼ ।
 ‘କ’ ସ୍ତମ୍ଭ।                ଖ’ ସ୍ତମ୍ଭ
ଅନମନୀୟ ସମ୍ବିଧାନ - ନମନୀୟ ସମ୍ବିଧାନ ନାଗରିକମାନଙ୍କର ଅଧିକାର ସୁରକ୍ଷା -ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନ 
ବ୍ରିଟିଶ ସମ୍ବିଧାନ -ବୃହତ୍ ସମ୍ବିଧାନ 
ଯୁଗୋସ୍ଲୋଭିଆ ସମ୍ବିଧାନ- ଲିଖିତ ସମ୍ବିଧାନ 
ଉ :‘କ’ ସ୍ତମ୍ଭ             “ଖ” ସ୍ତମ୍ଭ
ଅନମନୀୟ ସମ୍ବିଧାନ - ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନ
 ନାଗରିକମାନଙ୍କର ଅଧିକାର ସୁରକ୍ଷା– ଲିଖିତ ସମ୍ବିଧାନ
 ବିଟିଶ ସମ୍ବିଧାନ -ନମନୀୟ ସମ୍ବିଧାନ ।
ଯୁଗୋସ୍ଲୋଭିଆ ସମ୍ବିଧାନ- ବୃହତ୍ ସମ୍ବିଧାନ

Comments

Popular posts from this blog

ସାମାଜିକ ଶୃଙ୍ଖଳା

୬:-ମୋଗଲ ସାମ୍ରାଜ୍ୟର ପତନ