୪:-ଇଉରୋପୀୟ ମାନଙ୍କର ଭାରତ ଆଗମନ
୧।ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ କେଉଁ କେଉଁ ଜିନିଷ ଆମଦାନି କରୁଥିଲେ ?
ଉ : ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ ପାଟବସ୍ତ୍ର, ଲବଙ୍ଗ ଆଦି ମସଲା, ମୂଲ୍ୟବାନ ପଥର, ହାତୀଦାନ୍ତ ଆମଦାନି କରୁଥିଲେ ।
(ଖ) ଇଉରୋପୀୟମାନେ ଭାରତକୁ ଆସିବାକୁ କାହିଁକି ଆଗ୍ରହ ପ୍ରକାଶ କଲେ ?
ଉ : ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ମାର୍କୋପୋଲୋ ଭାରତକୁ ଆସିଥିଲେ । ସେ ନିଜ ଦେଶକୁ ଫେରି ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସ ବସ୍ତ୍ର ଇତ୍ୟାଦି ବିଷୟରେ କହିବାରୁ ଇଉରୋପୀୟମାନେ ଭାରତକୁ ଆସିବାକୁ ଆଗ୍ରହ ପ୍ରକାଶ କଲେ ।
(ଗ) ଭାରତର ବିଭିନ୍ନ ଜିନିଷ ଗୁଡ଼ିକ ଇଉରେ।ପ ମହାଦେଶରେ ମହଙ୍ଗାରେ ବିକ୍ରୀ ହେଉଥିଲା କାହିଁକି ?
ଉ : ଭାରତରୁ ବିଭିନ୍ନ ଜିନିଷ କାବୁଲ, ଆଫଗାନିସ୍ଥାନ, ପାରସ୍ୟ ଇତ୍ୟାଦି ବୁଲାଣି ରାସ୍ତା ଦେଇ ଇଉରୋପରେ ପହଞ୍ଚୁଥିଲା । ଏଣୁ ସେଗୁଡ଼ିକ ମହଙ୍ଗାରେ ବିକ୍ରି ହେଉଥିଲା ।
(ଘ) ଇଉରୋପ ମହାଦେଶ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହେବାର କାରଣ କ’ଣ ଥିଲା ?
ଉ : ୧୪୫୩ ଖ୍ରୀଷ୍ଟାବ୍ଦରେ ଅଟୋମାନ୍ ତୁର୍କମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନ୍ଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ। ଏଇ ବାଟ ଦେଇ ଇଉରୋପୀୟ ଦେଶଗୁଡ଼ିକୁ ମାଲ ପରିବହନ ବନ୍ଦ ହୋଇଗଲା । ସୁତରା ଇଉରୋପୀୟ ଦେଶମାନଙ୍କ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହୋଇଗଲା ।
(ଙ) ପର୍ତ୍ତୁଗୀଜମାନେ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ କି କି ପଦକ୍ଷେପ ନେଇଥିଲେ ?
ଉ : ପର୍ତ୍ତୁଗୀଜମାନେ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ବହୁ ଉଦ୍ୟମ କରିଥିଲେ । ବହୁ ପର୍ତ୍ତୁଗୀଜ ନାବିକ ଯଥା ବାର୍ଥ ଲୋମିଓ ଡାଏଜ୍ , କଲମ୍ବସ ଇତ୍ୟାଦି ଏଥିରେ ବିଫଳ ହୋଇଥିଲେ । ପରେ ୧୪୯୮ ଖ୍ରୀଷ୍ଟାବ୍ଦରେ ଭାସ୍କୋଡାଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
(ଚ) ଡଚମାନେ ଷୋଡ଼ଶ ଶତାବ୍ଦୀରେ ଭାରତକୁ କାହିଁକି ଆସିଥିଲେ ?
ଉ : ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଡଚମାନେ ( ହଲାଣ୍ଡର ଅଧିବାସୀ) ଭାରତକୁ ଆସିଥିଲେ । ଭାରତ ଓ ପୂର୍ବ ଏସିଆରୁ ଗରମ ମସଲା ଆମଦାନୀ କରିବା ସେମାନଙ୍କ ପ୍ରଧାନ ଲକ୍ଷ୍ୟ ଥିଲା ।
(ଛ) ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକ ମାନେ କେଉଁ ସଂସ୍ଥା ଗଠନ କରିଥିଲେ ? ଏହାଦ୍ୱାରା ସେମାନଙ୍କ କ’ଣ ଲାଭ ହୋଇଥିଲା ?
ଉ : ୧୫୯୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର କେତେକ ବଣିକ ଓ ନାବିକ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ । ଏହା ପ୍ରଥମେ ଜାଭା ଓ ସୁମାତ୍ରା ଇତ୍ୟାଦି ସ୍ଥାନରେ ବାଣିଜ୍ୟ କରିଥିଲେ ।
୩ । (ଜ) ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ କାହିଁ କି ଗଠନ କରାଯାଇଥିଲା?
ଉ : ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରାଯାଇଥିଲା । ଏହାର କାରଣ ହେଲା ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କାରବାର କରିବା ।
(4) କର୍ଣ୍ଣାଟ ସମର କ’ଣ ? ଏହା କାହିଁକି ହୋଇଥିଲା ?
ଉ : ଅଷ୍ଟାଦଶ ଶତାବ୍ଦୀ ମଧ୍ୟଭାଗରେ ଭାରତରେ ବାଣିଜ୍ୟ କରିବା ପାଇଁ ଓ ରାଜନୈତିକ କ୍ଷେତ୍ରରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା ହୋଇଥିଲା । ଏଥିପାଇଁ ତିନିଥର କର୍ଣ୍ଣାଟ ସମର ହୋଇଥିଲା ୧୬୪୬ ରୁ ୧୭୬୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା।
୨। ରେଖାଙ୍କିତ ପଦ /ପଦଗୁଡ଼ିକ ବଦଳାଇ ଭ୍ରମ ସଂଶୋଧନ କର ।
(କ) ଅଟୋମାନ ତୁର୍କମାନେ ୧୪୪୮ ଖ୍ରୀଷ୍ଟାବ୍ଦରେ କଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ ।
ଉ : ଅଟୋମାନ ତୁର୍କ ମାନେ ୧୪୫୩ ଖ୍ରୀଷ୍ଟାବ୍ଦରେ କନ୍ଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ ।
(ଖ) ବାର୍ଥଲୋମିଓ ଫରାସୀ ନାବିକ ଥିଲେ ।
ଉ : ବାର୍ଥଲୋମିଓ ପର୍ତ୍ତୁଗୀଜ ନାବିକ ଥିଲେ ।
(ଗ) ପେଡ୍ରୋଆଭାରେଜ୍ କାବ୍ରେଲ ୫୦ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
ଉ : ପେଡ୍ରୋଆଭାରେଜ୍ କାବ୍ରେଲ୍ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଲିସ୍ବନଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
(ଘ) ଡଚମାନେ ଓଡ଼ିଶାର ପାରାଦ୍ବୀପଠାରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
ଉ : ଡଚମାନେ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟ କେନ୍ଦ୍ରମାନ ସ୍ଥାପନ କରିଥିଲେ ।
(ଙ) ଜାହାଙ୍ଗୀର ଇଂରେଜ ମାନଙ୍କ ଉପରେ ଖୁସି ହୋଇ ବମ୍ବେଠାରେ ସେମାନଙ୍କୁ ବାଣିଜ୍ୟ କୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।
ଉ : ଜାହାଙ୍ଗୀର ଇଂରେଜ ମାନଙ୍କ ଉପରେ ଖୁସି ହୋଇ ସୁରଟଠାରେ ସେମାନଙ୍କୁ ବାଣିଜ୍ୟ କୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।
(ଚ) ଫରାସୀମାନେ ମାଲବାର ଉପକୂଳର କୋଚିନ ବନ୍ଦର ଅଧିକାର କରିଥିଲେ |
ଉ : ଫରାସୀମାନେ ମାଲବାର ଉପକୂଳରେ ମାହେ ବନ୍ଦର ଅଧିକାର କରିଥିଲେ ।
୩ । ଭୁଲ ଥିଲେ ଠିକ୍ କରି ଲେଖ ।
(କ) ତ୍ରୟୋଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
ଉ : ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
(ଖ) ଭାରତକୁ ଜଳପଥ ଆବିଷ୍କାର କରିବାରେ ଫରାସୀମାନେ ଆଗରେ ଥିଲେ ।
ଉ : ଭାରତକୁ ଜଳପଥ ଆବିଷ୍କାର କରିବାରେ ପର୍ତ୍ତୁଗୀଜମାନେ ଆଗରେ ଥିଲେ ।
(ଗ) ଶ୍ରୀରାମପୁର ଉତ୍ତର ପ୍ରଦେଶରେ ଅବସ୍ଥିତ ।
ଉ : ଶ୍ରୀରାମପୁର ବଙ୍ଗଦେଶ ପ୍ରଦେଶରେ ଅବସ୍ଥିତ ।
(ଘ) ଫରାସୀମାନେ ହକିନସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବା ପାଇଁ ପଠେଇଥିଲେ ।
ଉ : ଇଂରେଜମାନେ ହକିନସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।
(ଙ) ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୬୬୨ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।
ଉ : ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୬୬୪ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।
(ଚ) ଚନ୍ଦନ ନଗର ଓଡ଼ିଶାରେ ଅବସ୍ଥିତ ।
ଉ : ଚନ୍ଦନନଗର ବଙ୍ଗଦେଶରେ ଅବସ୍ଥିତ ।
୪ | ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
(କ) ଭାସ୍କୋଡାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ।
ଉ :(i) ଭାସ୍କୋଡାଗାମା ଜଣେ ପର୍ତ୍ତୁଗୀଜ୍ ନାବିକ ଥିଲେ ।
(ii) ସେ ୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗାଲରୁ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
(ଖ)ପେଡ୍ରୋଆଭାରେଜ୍ କାବ୍ରେଲ ।
ଉ :(i)ପେଡ୍ରୋଆଭାରେଜ କାବ୍ରେଲ ଜଣେ ପର୍ତ୍ତୁଗୀଜ୍ ନାବିକ ଥିଲେ ।
(ii) ସେ ୧୫୦୦ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନରୁ ଜଳଯାତ୍ରା ଆରମ୍ଭ କରି ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଥିଲେ ।
(ii) ରାଜା ଜାମୋରିନଙ୍କ ସହ ତାଙ୍କ ମତଭେଦ ହେବାରୁ କାଲିକଟ୍ ଛାଡ଼ି କୋଚିନରେ ଆଶ୍ରୟ ନେଇଥିଲେ ।
(ଗ) ଡଚମାନଙ୍କର ଭାରତରେ ବାଣିଜ୍ୟ ।
ଉ :(i) ଡଚ୍ ବା ଓଲନ୍ଦାମାନେ ହଲାଣ୍ଡ ଦେଶର ଅଧିବାସୀ ।
(i) ୧୬୦୨ ଖ୍ରୀଷ୍ଟାବ୍ଦରେ ସେମାନେ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।
(I) ଡଚମାନେ ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରି ଗୁଜରାଟ, କରମଣ୍ଡଳ, ଉପକୂଳ ବଙ୍ଗ, ବିହାର ଇତ୍ୟାଦି ଅଞ୍ଚଳରେ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲେ ।
(ଘ) ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନରେ ଗଠିତ ଇଷ୍ଟ ଇଣ୍ଡିଆ କମ୍ପାନୀ ।
ଉ :(i) ଲଣ୍ଡନର କେତେକ ନାବିକ ଓ ବଣିକ ୧୫୯୯ ଖ୍ରୀଷ୍ଟାବ୍ଦରେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
(i) ପରବର୍ତ୍ତୀ କାଳରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହେଲା ।
(ii) ଏହି କମ୍ପାନୀ ପ୍ରଥମେ ଜାଭା ଓ ସୁମାତ୍ରା ଆଦି ସ୍ଥାନରେ ବାଣିଜ୍ୟ କରୁଥିଲା ।
(ଙ) ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ।
ଉ :(6) ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ୧୬୬୪ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।
(i) ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
(ii) ଏହି କମ୍ପାନୀ ସୁରାଟ, ମୁସୁଲିପତ୍ତନମ୍, ପଣ୍ଡିଚେରୀ ଇତ୍ୟାଦି ସ୍ଥାନରେ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲା।
Comments
Post a Comment