I:-ଆମ ପରିବେଶ
୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ପରିସଂସ୍ଥା କଅଣ ?
ଉ : କୌଣସି ପରିବେଶରେ ରହିଥିବା ଜୀବ ଓ ସେମାନଙ୍କ ପରିବେଶକୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ । ପ୍ରାଣୀ, ଉଦ୍ଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢ଼ି ଉଠିଥିବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୋଇଥାଏ । ଉଦାହରଣ ସ୍ଵରୂପ, ଏକ ବିସ୍ତୃତ ଚିରହରିତ୍ ଅରଣ୍ୟ, ଚାରଣ ଭୂମି, ମରୁଭୂମି, ପର୍ବତ, ହ୍ରଦ, ନଦୀ, ମହାସାଗର ଏବଂ କ୍ଷୁଦ୍ର ପୁଷ୍କରିଣୀରେ ମଧ୍ୟ ପରିସଂସ୍ଥା ଗଢ଼ିଉଠିଥାଏ ।
(ଖ) ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?
ଉ : ପ୍ରକୃତି ଦ୍ଵାରା ସୃଷ୍ଟ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ । ଉଦାହରଣ : ପର୍ବତ, ଝରଣା, ବୃକ୍ଷଲତା ଓ ଜୀବଜନ୍ତୁ ।
(ଗ) ପରିବେଶର ମୁଖ୍ୟ ଅଂଶଗୁଡ଼ିକ କ’ଣ ?
ଉ : ‘ପ୍ରାକୃତିକ ପରିବେଶ’ ଓ ‘ମାନବୀୟ ବା ମଣିଷକୃତ ପରିବେଶ’ ହେଉଛି ପରିବେଶର ମୁଖ୍ୟ ଅଂଶ ।
(ଘ) ଅଶ୍ମମଣ୍ଡଳ କ’ଣ ?
ଉ :(i) ପୃଥିବୀର କଠିନ ଭୂତ୍ବକ ବା ଶକ୍ତ ଉପରିଭାଗକୁ ଅଷ୍ମମଣ୍ଡଳ କୁହାଯାଏ । ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ ।
(ii) ଏହାର ଉପରିଭାଗ ମୁତ୍ତିକା ଏକ ପତଳା ଆଚରଣଦ୍ଵାରା ଆବୃତ । ଏହି ମଣ୍ଡଳ ଜୀବଜଗତକୁ ସମସ୍ତ ଆବଶ୍ୟକୀୟ ଉପାଦାନ ଯୋଗାଇଥାଏ ।
(ଙ) ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ କ’ଣ ?
ଉ : ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ ହେଲା : ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ।
(ଚ) ଜୈବ ମଣ୍ଡଳ କାହାକୁ କୁହାଯାଏ ?
ଉ :(i) ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ ।
(ii) ଏହା ଅଶ୍ମ ମଣ୍ଡଳ, ବାୟୁମଣ୍ଡଳ ଓ ବାରି ମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ବୁଝାଏ ।
୨ । ଠିକ୍ ଉତ୍ତରଟି ବାଛି ଲେଖ ।
(i) କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?
(କ) ମରୁଭୂମି (ଖ) ଆକ୍ବାରିୟମ୍ (ଗ) ଜଙ୍ଗଲ
ଉ : (ଖ) ଆକ୍ବାରିୟମ୍
(ii) କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ ?
(କ) ଭୂମି (ଖ) ଧର୍ମ (ଗ) ସମ୍ପ୍ରଦାୟ
ଉ : (କ) ଭୂମି
(iii) କେଉଁଟି ଏକ ମାନବକୃତ ପରିବେଶ ?
(କ) ପର୍ବତ (ଖ) ସମୁଦ୍ର (ଗ) ରାସ୍ତା
ଉ : (ଗ) ରାସ୍ତା
(iv) କେଉଁଟି ପରିବେଶ ନିମନ୍ତେ ବିପଦ ?
(କ) ବଢୁଥିବା ଉଦ୍ଭିଦ (ଖ) ବଢୁଥିବା ଜନସଂଖ୍ୟା
(ଗ) ବଢୁଥିବା ଶସ୍ୟ
ଉ : (ଖ) ବଢୁଥିବା ଜନସଂଖ୍ୟା
୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
‘କ’ ସ୍ତମ୍ଭ। ‘ଖ ସ୍ତମ୍ଭ |
(i) ଜୈବମଣ୍ଡଳ(କ) ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର। |
(ii) ବାୟୁମଣ୍ଡଳ (ଖ) ଜଳରାଶି
(iii) ବାରି ମଣ୍ଡଳ (ଗ) ଆମର ପରିବେଷ୍ଟନୀ
(iv) ପରିବେଶ । (ଘ) ଜଳ, ସ୍ଥଳ, ବାୟୁ ମଧ୍ୟରେ
ପାରସ୍ପରିକ ସମ୍ପର୍କ ଥିବା ପତଳା ସ୍ତର
ଉ:- (i) ଜୈବମଣ୍ଡଳ (ଘ) ଜଳ, ସ୍ଥଳ, ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥିବା ପତଳା ସ୍ତର
(ii) ବାୟୁମଣ୍ଡଳ (କ) ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ସ୍ତର।
(iii) ବାରି ମଣ୍ଡଳ(ଖ) ଜଳରାଶି
(iv) ପରିବେଶ (ଗ) ଆମର ପରିବେଷ୍ଟନୀ ।
୪ । କାରଣ ଦର୍ଶାଅ ।
(କ) ମଣିଷ ପରିବେଶରେ ପରିବର୍ତ୍ତନ ଆଣିଥାଏ ।
ଉ :(i) ଆଦିମ ମଣିଷ ପ୍ରଥମେ ପ୍ରକୃତି ସହ ନିଜକୁ ଖାପଖୁଆଇ ଚଳୁଥିଲା । ଫଳରେ ତା’ର ଆବଶ୍ୟକତା ଖୁବ କମ ଥିଲା । ସେ ଆବଶ୍ୟକ କରୁଥିବା ପଦାର୍ଥମାନ ସିଧାସଳଖ ତା’ର ଚତୁଃପାର୍ଶ୍ଵରୁ ସଂଗ୍ରହ କରୁଥିଲା । ସମୟ ଅନୁସାରେ ମଣିଷର ଆବଶ୍ୟକତା କ୍ରମଶଃ ବୃଦ୍ଧି ପାଇଲା ।
(ii) ମନୁଷ୍ୟ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ତ୍ତିତ କରିବାର ନୂତନ ଉପାୟମାନ ବାହାର କରି କୃଷି କାର୍ଯ୍ୟ, ପଶୁ ପାଳନ, ସ୍ଥାୟୀ ବସତି ସ୍ଥାପନ, ଖାଦ୍ୟଶସ୍ୟ ଉତ୍ପାଦନ, ଯାନବାହନ ନିର୍ମାଣ, ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କଲା । ଫଳରେ ମଣିଷ ପରିବେଶରେ ଏହିପରି ବହୁ ପରିବର୍ତ୍ତନ ଆଣିଥିଲା ।
(ଖ) ପ୍ରାଣୀ ଓ ଉଭିଦ ପରସ୍ପର ନିର୍ଭରଶୀଳ ।
ଉ : (i) ପ୍ରାଣୀ ବିନା ଉଦ୍ଭିଦ ଜଗତ ଓ ଉଦ୍ଭିଦ ଜଗତ ବିନା ପ୍ରାଣୀ ଜଗତ ବଞ୍ଚିବା କଷ୍ଟକର । ପ୍ରାଣୀଜଗତ ବଞ୍ଚିବା ପାଇଁ ଉଦ୍ଭିଦ ଜଗତ ଉପରେ ଏବଂ ଉଦ୍ଭିଦ ଜଗତ ମଧ୍ୟ ବଞ୍ଚିବା ଓ ବଢ଼ିବା ପାଇଁ ପ୍ରାଣୀ ଜଗତ ଉପରେ ନିର୍ଭରଶୀଳ ଅଟନ୍ତି ।
(ii) ପ୍ରକୃତରେ ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତ ବଞ୍ଚିବା ପାଇଁ ପରିବେଶ ଉପରେ ନିର୍ଭର କରିଥାନ୍ତି ।
(ଗ) ମଣିଷ ପ୍ରକୃତିର ବିନା ସହାୟତାରେ ଚଳିପାରେ ନାହିଁ।
ଉ:(i) ମଣିଷ ସମ୍ପୂର୍ଣ୍ଣ ରୂପେ ପ୍ରକୃତି ଉପରେ ନିର୍ଭର କରି ଚଳିଥାଏ । ଏପରିକି ତା’ର ସମସ୍ତ ଆବଶ୍ୟକତା ଏହି ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ |
(ii) ମଣିଷ ପ୍ରାକୃତିକ ପରିବେଶକୁ ବ୍ୟବହାର କରି ତା'ର ଜୀବନଧାରାରେ ବହୁ ନୂତନ ପରିବର୍ତ୍ତନ ଆଣିପାରିଛି ଏବଂ ସମଗ୍ର ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସରଳ କରିପାରିଛି । ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରେ ନାହିଁ।
Comments
Post a Comment