ii:-ପୃଥିବୀର ଅଭ୍ୟନ୍ତର ଶିଳା ଓ ଖଣିଜ
୧। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ପୃଥିବୀ କେଉଁ ତିନୋଟି ସ୍ତରଦ୍ବାରା ଗଠିତ ?
ଉ:-ପୃଥିବୀ (a) ଉପରସ୍ତର ତଥା ଭୂ-ତ୍ବକ, (b) ମଧ୍ୟ ସ୍ତର ତଥା ମାଣ୍ଟଲ୍ ବା ମଧ୍ୟମଣ୍ଡଳ ଏବଂ (c) ଭିତରସ୍ତର ତଥା କୋର ବା କେନ୍ଦ୍ର ମଣ୍ଡଳ ଏହିପରି ତିନୋଟି ସ୍ତର ଦ୍ବାରା ଗଠିତ ।
(ii) ଶିଳା କଣ ?
ଉ:(a) ଏକାଧକ ଖଣିଜ ପଦାର୍ଥ ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ ।
(b) ଶିଳାଗୁଡ଼ିକର ରଙ୍ଗ, ଆକାର ଓ ଗଠନ ଭିନ୍ନ ଭିନ୍ନ ହୋଇଥାଏ ।
(iii) ତିନୋଟି ପ୍ରକାର ଶିଳାର ନାମ ଲେଖ ।
ଉ : ଆଗ୍ନେୟ ଶିଳା, ସ୍ତରୀଭୂତ ଶିଳା ଓ ରୂପାନ୍ତରିତ ଶିଳା ତିନି ପ୍ରକାର ଶିଳାର ନାମ ଅଟନ୍ତି ।
(iv) ନିଃସ୍ରବଜ ଆଗ୍ନେୟଶିଳା କିପରି ସୃଷ୍ଟି ହୁଏ ?
ଉ:(a) କେତେକ ଜ୍ଵାଳାମୁଖୀରୁ ଅତି ଉତ୍ତପ୍ତ ତଥା ତରଳ ମାଗ୍ନା ଭୂପୃଷ୍ଠ ଆଡ଼କୁ ପ୍ରବାହିତ ହୁଏ ଓ ଭୂପୃଷ୍ଠରେ ଏହାକୁ ଲାଭା କୁହାଯାଏ ।
(b) ଲାଭା କ୍ରମେ ଶୀଘ୍ର ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୋଇଥାଏ । ଭୂପୃଷ୍ଠରେ ସୃଷ୍ଟି ଏହି ଶିଳାକୁ ନିଃସ୍ରବଜ ଆଗ୍ନେୟଶିଳା କୁହାଯାଏ ।
(v) ଶିଳାଚକ୍ର କହିଲେ କ’ଣ ବୁଝାଏ ?
ଉ:(a) ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହୋଇଥାଏ ।
(b) ଏହି ପରିବର୍ତ୍ତନ ଏକ ନିୟମିତି ଧାରାରେ ହୋଇଥିବାରୁ ଏହାକୁ ଶିଳାଚକ୍ର କୁହାଯାଏ ।
(vi) ଶିଳାର କି’ କି’ ବ୍ୟବହାର ରହିଛି ?
ଉ:(a) ଅବକ୍ଷିପ୍ତ ଶିଳା ବା ସ୍ତରୀଭୂତ ଶିଳାରେ ବିଭିନ୍ନ ପ୍ରକାର ପ୍ରାଣୀ ଓ ଉଭିଦଙ୍କର ମୃତଦେହର ଅବଶିଷ୍ଟାଂଶ ବା ଜୀବାଶ୍ମ ସଞ୍ଚିତ ହୋଇ ରହିଥାଏ ।
(b) କର୍ଦ୍ଦମଶିଳା ରୂପାନ୍ତରିତ ହୋଇ ସ୍ଲେଟରେ ଓ ଚୁନପଥର ମାର୍ବଲରେ ପରିଣତ ହୋଇଥାଏ । ସ୍ଲେଟରେ ଆମେ ଲେଖିବାରେ ଓ ମାର୍ବଲରେ ଆମେ ଘରେ, ମନ୍ଦିରରେ ଲଗାଇଥାଉ ଏବଂ ଏହା ଅନେକ କାର୍ଯ୍ୟରେ ଲାଗିଥାଏ ।
(c) କଠିନ ଶିଳାଗୁଡ଼ିକୁ ରାସ୍ତା, ଗୃହ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଏ ।
(d) ଗୋଡ଼ି ବା ବାଲିଗରଡ଼ା ବ୍ୟବହାର କରି ପିଲାମାନେ ବିଭିନ୍ନ ଖେଳ ଖେଳିଥା'ନ୍ତି ।
(vii) ରୂପାନ୍ତରିତ ଶିଳା କ'ଣ ?
ଭ:(a) ଭୂତ୍ବକ୍ ଅଭ୍ୟନ୍ତରରେ ଅତ୍ୟଧିକ ତାପ ଓ ଚାପ ପ୍ରଭାବରେ କେତେକ ଆଗ୍ନେୟ ଓ ସ୍ତରୀଭୂତ ଶିଳାର ରୂପଗୁଣରେ ପରିବର୍ତ୍ତନ ହୁଏ । ଫଳରେ ଏଗୁଡ଼ିକ ନୂତନ ଶିଳାରେ ପରିଣତ ହୋଇଥାଏ । ଏଗୁଡ଼ିକୁ ରୂପାନ୍ତରିତ ଶିଳା କୁହାଯାଏ ।
(b) ଉଦାହରଣ : କର୍ଦ୍ଦମଶିଳା ରୂପାନ୍ତରିତ ହୋଇ ସ୍ଲେଟରେ ଓ ଚୂନପଥର ମାର୍ବଲରେ ପରିଣତ ହୋଇଥାଏ ।
୨ । ଠିକ୍ ଉତ୍ତରଟି ବାଛି ଲେଖ ।
(i) ଅର୍ଦ୍ଧତରଳ ମାଗ୍ମାରୁ କେଉଁ ଶିଳା ସୃଷ୍ଟି ହୋଇଥାଏ ?
(କ) ଆଗ୍ନେୟ (ଖ) ଅବକ୍ଷିପ୍ତ (ଗ) ରୂପାନ୍ତରିତ
ଉ: (i) (କ) ଆଗ୍ନେୟ
(ii) ପୃଥିବୀର ଗଭୀରତମ ସ୍ତରକୁ କ’ଣ କୁହାଯାଏ ?
(କ) ଭୂତ୍ବକ (ଖ) ମାଣ୍ଟଲ (ଗ) କୋର୍
ଉ: (ii) (ଗ) କୋର୍
(iii) ସୁନା, ପେଟ୍ରୋଲିୟମ୍ ଓ କୋଇଲା କ'ଣ ?
(କ) ଶିଳା (ଖ) ଖଣିଜ (ଗ) ଜୀବାଶ୍ମ ।
ଉ: (iii) (ଖ) ଖଣିଜ
(iv) କେଉଁ ଶିଳାରେ ପ୍ରାୟତଃ ଜୀବାଶ୍ମ ଥାଏ ?
(କ) ଅବକ୍ଷିପ୍ତ (ଖ) ରୂପାନ୍ତରିତ (ଗ) ଆଗ୍ନେୟ
ଉ: (iv) (କ) ଅବକ୍ଷିପ୍ତ
(v) କେଉଁ ସ୍ତରଟି ପୃଥିବୀର ସବୁଠାରୁ ପତଳା ସ୍ତର ?
(କ) ଭୂତ୍ଵକ୍ (ଖ) ମାଣ୍ଡଲ୍ (ଗ) କୋର୍
ଉ: (v) (କ) ଭୂତ୍ଵକ୍ ।
୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
କ’ ସ୍ତମ୍ଭ “ଖ” ସ୍ତମ୍ଭ ।
(i) କୋର-(କ) ସ୍ଲେଟରେ ପରିଣତ ହୁଏ
(ii) ଖଣିଜଦ୍ରବ୍ୟ । (ଖ) ରାସ୍ତା ଓ ଗୃହ ନିର୍ମାଣରେ ବ୍ୟବହୃତ ହୁଏ ।
(iii) ଶିଳା . (ଗ) ସିଲିକନ୍ ଓ ଆଲୁମିନାରେ ଗଠିତ
(iv)କଦ୍ଦମ -(ଘ) ନିର୍ଦ୍ଧିଷ୍ଟ ରାସାୟନିକ ଗଠନ ଥାଏ।
(v) ସିଆଲ୍ (ଙ) ସବୁଠାରୁ ଗଭୀରତମ ସ୍ତର
ଉ:- (i) କୋର-(ଙ) ସବୁଠାରୁ ଗଭୀରତମ ସ୍ତର
(ii) ଖଣିଜଦ୍ରବ୍ୟ- -(ଘ) ନିର୍ଦ୍ଧିଷ୍ଟ ରାସାୟନିକ ଗଠନ ଥାଏ।
(iii) ଶିଳା - (ଖ) ରାସ୍ତା ଓ ଗୃହ ନିର୍ମାଣରେ ବ୍ୟବହୃତ ହୁଏ।
(iv) କଦ୍ଦମ - (କ) ସ୍ଲେଟରେ ପରିଣତ ହୁଏ
(v) ସିଆଲ୍ - (ଗ) ସିଲିକନ୍ ଓ ଆଲୁମିନାରେ ଗଠିତ
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
୧ । ଆଗ୍ନେୟଶିଳା :
ଉ :(i) ଭୂତ୍ଵକ୍ ତଳେ ଶିଳା ତରଳ ବା ଅର୍ଦ୍ଧତରଳ ଅବସ୍ଥାରେ ଥିବା ସମୟରେ ଏହାକୁ ମାଗ୍ମା କୁହାଯାଏ ।
(ii) ମାଗ୍ମା ଭୂପୃଷ୍ଠ ଆଡ଼କୁ ବେଳେ ବେଳେ ପ୍ରବାହିତ ହୋଇଥାଏ; ଏହାକୁ ଭୂପୃଷ୍ଠର ଲାଭା କୁହାଯାଏ ।
(iii) ଲାଭା କ୍ରମେ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ । ପ୍ରଥମେ ସୃଷ୍ଟି ହୋଇଥିବାରୁ ଆଗ୍ନେୟଶିଳାକୁ ପ୍ରାଥମିକ ଶିଳା କୁହାଯାଏ ।
(iv) ଆଗ୍ନେୟ ଶିଳା ଦୁଇ ପ୍ରକାର ଯଥା:- ନିଃସ୍ରବଜ ଆଗ୍ନେୟଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟଶିଳା ।
୨ । ଅବକ୍ଷିପ୍ତ ଶିଳା :
ଉ :(i) ବଡ଼ ବଡ଼ ଶିଳାଖଣ୍ଡଗୁଡ଼ିକ କ୍ରମେ ଫାଟି ଯାଇ ଛୋଟ ହୋଇଯାନ୍ତି । ଏହା ବ୍ୟତୀତ ଉଚ୍ଚ ଭୂମିରୁ ଗଡ଼ିବା ଦ୍ଵାରା ବା ପରସ୍ପର ସହ ଘର୍ଷଣ ଯୋଗୁଁ ମଧ୍ୟ ଶିଳା ଛୋଟ ଗୋଡ଼ି, ବାଲି ବା ଧୂଳିରେ ପରିଣତ ହୁଏ ।
(ii) ଗୋଡି, ବାଲି, ଧୂଳିକୁ ଜଳସ୍ରୋତ ଓ ପବନ ଆଦି ସହଜରେ ବୋହି ନେଇ ସ୍ତର ସ୍ତର କରି ନିମ୍ନଭୂମିରେ ଜମା କରନ୍ତି ।
(iii) କାଳକ୍ରମେ ଏଗୁଡ଼ିକ କଠିନ ହୋଇ ଶିଳାରେ ପରିଣତ ହୁଏ । ଏହି ପ୍ରକାରରେ ସୃଷ୍ଟ ଶିଳାକୁ ଅବକ୍ଷିପ୍ତ ଶିଳା ବା ସ୍ତରୀଭୂତ ଶିଳା କୁହାଯାଏ ।
ପାର୍ଥକ୍ୟ ଦର୍ଶାଅ ।
୧। ନିଃସ୍ରବଜ ଆଗ୍ନେୟଶିଳା ଓ ଅନ୍ତର୍ଭେଦୀ ଆଗ୍ନେୟଶିଳା
(i) କେତେକ ଜ୍ବାଳାମୁଖୀରୁ ଅତି ଉତ୍ତପ୍ତ ତଥା ତରଳ ମାଗ୍ମା ଭୂପୃଷ୍ଠରେ ଲାଭା ଆକାରରେ ଶୀଘ୍ର ଶୀତଳ ଓ କଠିନ ହୋଇଯାଏ । ଏହି ଶିଳାକୁ ନିଃସ୍ରବଜ ଆଗ୍ନେୟଶିଳା କୁହାଯାଏ।
(ii) ବାସାଲଟ୍ ଏ ପ୍ରକାର ଶିଳାର ଏକ ଉଦାହରଣ ।
(i) ବେଳେ ବେଳେ ମାଗ୍ମା ଭୂପୃଷ୍ଠରେ ପହଞ୍ଚି ପାରେ ନାହିଁ।
ଏହା ଭୂତ୍ଵକ ଶିଳା ସ୍ତରରେ ଧୀରେ ଧୀରେ ଶୀତଳ ଓ କଠିନ ହୁଏ । ଏହାକୁ ଅନ୍ତର୍ଭେଦୀ ଆଗ୍ନେୟଶିଳା କୁହାଯାଏ।
(ii) ଗ୍ରାନାଇଟ୍ ଏ ପ୍ରକାର ଶିଳାର ଏକ ଉଦାହରଣ ।
୨। ସିଆଲ ଓ ସୀମା:
ଉ : ଭୂତ୍ଵକର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବାରୁ ଏହାକୁ ସିଆଲ ସ୍ତର କୁହାଯାଏ ।
ମହାସାଗର ଭୂତ୍ବକ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ୍ ଦ୍ଵାରା ଗଠିତ । ତେଣୁ ଏହା ସୀମା ସ୍ତର ରୂପେ ପରିଚିତ ।
କାରଣ ଦର୍ଶାଅ ।
୧ । ପ୍ରତ୍ୟେକ ଶିଳା ଅନ୍ୟ ଏକ ଶିଳାରେ ପରିଣତ ହେବା ପ୍ରକ୍ରିୟା ଚକ୍ରାକାରରେ ଘଟିଥାଏ ।
ଉ : ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହୋଇଥାଏ । ଏହା ଏକ ନିୟମିତ ଧାରାରେ ହୋଇଥାଏ । ଆଗ୍ନେୟଶିଳା ଛୋଟ ଛୋଟ ଖଣ୍ଡ ହୋଇ ନିମ୍ନ ଭୂମିରେ ଜମା ହୁଏ । କ୍ରମେ ଏହା ଅବକ୍ଷିପ୍ତ ଶିଳାରେ ପରିଣତ ହୋଇଥାଏ । ଉଭୟ ଆଗ୍ନେୟ ଓ ଅବକ୍ଷିପ୍ତ ଶିଳା ଅତ୍ୟଧିକ ତାପ ଓ ଚାପର ପ୍ରଭାବରେ ରୂପାନ୍ତରିତ ଶିଳାରେ ପରିଣତ ହୋଇଥାନ୍ତି । ରୂପାନ୍ତରିତ ଶିଳା ଅତ୍ୟଧିକ ତାପର ପ୍ରଭାବରେ ଆସିଲେ ଅର୍ଦ୍ଧତରଳ ମାଗ୍ନାରେ ପରିଣତ ହୁଏ । ଏହି ମାଗ୍ନା ପୁଣି ଶୀତଳ ଓ କଠିନ ହୋଇ ଆଗ୍ନେୟଶିଳାରେ ପରିଣତ ହୁଏ । ଏହି ପ୍ରକ୍ରିୟା ଚକ୍ରାକାରରେ ଘଟିଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଜୀବାଶ୍ମ କହିଲେ କ’ଣ ବୁଝ ?
ଉ :(i) ବିଭିନ୍ନ ପ୍ରାଣୀ ବା ଉଭିଦଙ୍କ ମୃତ ଦେହର ଅବଶିଷ୍ଟାଂଶକୁ ଜୀବାଶ୍ମ କୁହାଯାଏ ।
(ii) ଏହା ଅବକ୍ଷିପ୍ତ ଶିଳାରେ ସଞ୍ଚିତ ହୋଇ ରହିଥାଏ ।
୨ । ମାଣ୍ଟଲ୍ ବା ମଧ୍ୟମଣ୍ଡଳ କାହାକୁ କୁହାଯାଏ ? ଏଥିରେ କେଉଁ କେଉଁ ଧାତବ ପଦାର୍ଥ ଥିବାର ଜଣାଯାଏ ?
ଉ :(i) ଭୂତ୍ବକ ତଳକୁ ଥିବା ସ୍ତରକୁ ମାଣ୍ଡଲ ବା ମଧ୍ୟମଣ୍ଡଳ କୁହାଯାଏ । ଏହା ପ୍ରାୟ ୨୯୦୦ କି.ମି. ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ ।
(ii) ଏହି ସ୍ତରରେ ସିଲିକା, ମାଗ୍ନେସିୟମ୍ ସହ ବିଭିନ୍ନ ଧାତବପଦାର୍ଥ ଥିବାର ଜଣାଯାଏ ।
୩ । ନିଫେ ସ୍ତର କାହାକୁ କୁହାଯାଏ ? ଏହି ସ୍ତର କେଉଁ ଧାତବ ପଦାର୍ଥରେ ଗଠିତ ?
ଉ :(i) ମାଣ୍ଡଲ୍ ବା ମଧ୍ୟମଣ୍ଡଳ ତଳକୁ ଥିବା ସ୍ତରକୁ କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ । ଏହି ସ୍ତରର ବ୍ୟାସାର୍ଦ୍ଧ ୩୫୦୦ କି.ମି. ।
(ii) ଏହି ସ୍ତରକୁ ନିଫେ ସ୍ତର କୁହାଯାଏ । ଏହି ସ୍ତର ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରି ଧାତୁରେ ଗଠିତ।
୪।ନିଃସ୍ରବଜ ଆଗ୍ନେୟ ଶିଳା କିପରି ଗଠିତ ? ଏହାର ଗୋଟିଏ ଉଦାହରଣ ଦିଅ ।
ଉ :(i) ନିଃସ୍ରବଜ ଆଗ୍ନେୟ ଶିଳାଗୁଡ଼ିକ ଅତି ଛୋଟ ଛୋଟ ରେଣୁ ଦ୍ବାରା ଗଠିତ ।
(ii) ବାସାଲଟ୍ ଏ ପ୍ରକାର ଶିଳାର ଏକ ଉଦାହରଣ ।
୫ । ଅନ୍ତଭେଦୀ ଆଗ୍ନେୟଶିଳା କାହାକୁ କୁହାଯାଏ ? ଏହାର ଗୋଟିଏ ଉଦାହରଣ ଦିଅ ।
ଉ :(i) ବେଳେ ବେଳେ ମାଗ୍ନା ଭୂପୃଷ୍ଠରେ ପହଞ୍ଚି ନପାରି ଭୂତ୍ବକ ଶିଳା ସ୍ତରରେ ଧୀରେ ଧୀରେ ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହୁଏ । ଏହାକୁ ଅନ୍ତର୍ଭେଦୀ ଆଗ୍ନେୟଶିଳା କୁହାଯାଏ ।
(ii) ଗ୍ରାନାଇଟ୍ ଏ ପ୍ରକାର ଶିଳାର ଏକ ଉଦାହରଣ ।
୬ । ପୃଥିବୀର ଭୂତ୍ବକର ଗଠନ କିପରି ? ମହାଦେଶ ତଳେ ଏହାର ଗଭୀରତା ଓ ମହାସାଗର ତଳେ ଏହାର ମୋଟେଇ କେତେ ?
ଉ :(i) ପୃଥିବୀର ସବା ଉପର ସ୍ତରକୁ ଭୁ-ତ୍ବକ୍ କୁହାଯାଏ । ଏହି କଠିନ ସ୍ତରଟି ସବୁଠାରୁ ପତଳା ।
(ii) ମହାଦେଶ ତଳେ ଥିବା ଭୂତ୍ଵକ୍ ପ୍ରାୟ ୫୦ କି.ମି. ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ ଓ ମହାସାଗର ତଳେ ଏହାର ମୋଟେଇ ମାତ୍ର ୫ କି.ମି. ।
୭ । ସିଆଲ୍ ସ୍ତର ଓ ସୀମା ସ୍ତର କାହାକୁ କୁହାଯାଏ ?
ଉ :(i) ଭୂତ୍ବକର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ ହୋଇଥିବାରୁ ଏହାକୁ ସିଆଲ୍ ସ୍ତର କୁହାଯାଏ ।
(ii) ମହାସାଗରୀୟ ଭୂତ୍ବକୁ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ ଦ୍ବାରା ଗଠିତ । ତେଣୁ ଏହା ସୀମା ସ୍ତର ରୂପେ ପରିଚିତ ।
ଶୂନ୍ୟ ସ୍ଥାନ ପୂରଣ କର।
୧ । ପୃଥିବୀପୃଷ୍ଟର ସ୍ତରଗୁଡ଼ିକ ….…..ଅଟେ ।
୨ । ମହାଦେଶ ତଳେ ଥିବା ଭୂତ୍ବକ୍ ପ୍ରାୟ .…...କି.ମି. ପର୍ଯ୍ୟନ୍ତ ବିସ୍ତୃତ ।
୩ । ପୃଥିବୀର ଗଭୀରତମ ଖଣିର ଗଭୀରତା ପ୍ରାୟ .....।
୪ । ପୃଥିବୀର ବ୍ୟାସାର୍ଦ୍ଧ ...... କିଲୋମିଟର ।
୫ । ସିଲିକା ଓ ମାଗ୍ନେସିୟମରେ ଗଠିତ ସ୍ତରକୁ ......
କୁହାଯାଏ ।
୬ । ମହାସାଗର ତଳେ ଭୂତ୍ଵକ୍ର ମୋଟେଇ ମାତ୍ର ......କିଲୋମିଟର ।
୭ । ପୃଥିବୀର ମୋଟ ଘନଫଳର ...... ଭାଗ ଭୂତ୍ଵକ୍ ।
୮ । ପୃଥିବୀର .... ସ୍ତରରେ ଅତ୍ୟଧିକ ତାପମାତ୍ରା ଓ ଅତ୍ୟଧିକ ଚାପ ରହିଥିବାର ଜଣାଯାଏ ।
୯ | .......…. ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ ।
୧୦| ଆଗ୍ନେୟଶିଳାକୁ ....... ମଧ୍ୟ କୁହାଯାଏ ।
୧୧ । ଗ୍ରାନାଇଟ୍ ...... ଶିଳାର ଉଦାହରଣ ଅଟେ ।
୧୨। ବକସାଇଟ୍ ଏକ ...... ଅଟେ ।
ଉତ୍ତର
(୧) ବର୍ତ୍ତୁଳାକାର (9) ୫୦ ୩) ୪ କି.ମି. (୪) ୬୩୭୧ (୫) ସିମା (୬) ୫ (୭) ୦.୫ (୮) ନିଫେ (୯) ଖଣିଜ ପଦାର୍ଥ (୧୦) ପ୍ରାଥମିକ ଶିଳା (୧୧) ଅନ୍ତର୍ଭେଦୀ ଆଗ୍ନେୟଶିଳା (୧୨) ଖଣିଜ।
୧। ପୃଥିବୀର ବିଭିନ୍ନ ସ୍ତର ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଅ।
ଉ :(i) ପୃଥିବୀର ସବା ଉପର ସ୍ତରକୁ ଭୁ-ତ୍ବକ୍ କୁହାଯାଏ । ଏହା ପୃଥିବୀକୁ ଢାଙ୍କି ରଖୁଛି । ଏହି ଦୁଇଟି ସବୁଠାରୁ ପତଳା। (ii)ମହାଦେଶ ତଳେ ଥିବା ଭୂତ୍ବକୁ ପ୍ରାୟ ୫୦ କି.ମି. ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ । ଏହା ସିଲିକା ଓ ଆଲୁମିନା ଦ୍ବାରା ଗଠିତ ହୋଇଥିବାରୁ ଏହାକୁ ସିଆଲ୍ ସ୍ତର କୁହାଯାଏ ।
(iii) ମହାସାଗର ତଳେ ଏହାର ମୋଟେଇ ମାତ୍ର ୫ କି.ମି. । ଏହା ସିଲିକା ଓ ମାଗ୍ନେସିୟମ୍ ଦ୍ବାରା ଗଠିତ ହୋଇଥିବାରୁ ଏହାକୁ ସିମା ସ୍ତର କୁହାଯାଏ ।
(iv) ଭୂତ୍ଵକ୍ ତଳକୁ ଥିବା ସ୍ତରକୁ ମାଣ୍ଟଲ୍ ବା ମଧ୍ୟମଣ୍ଡଳ କୁହାଯାଏ । ଏହା ପ୍ରାୟ ୨୯୦୦ କି.ମି. ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ । ଏହି ସ୍ତରରେ ସିଲିକା, ମାଗ୍ନେସିୟମ୍ ସହ ବିଭିନ୍ନ ଧାତବ ପଦାର୍ଥ ରହିଥାଏ ।
(v) ସବୁଠାରୁ ଭିତରେ ଥିବା ସ୍ତରକୁ କୋର୍ ବା କେନ୍ଦ୍ର ମଣ୍ଡଳ କୁହାଯାଏ । ଏହି ସ୍ତରର ବ୍ୟାସାର୍ଦ୍ଧ ପ୍ରାୟ ୩୫୦୦ କି.ମି. । ଏହି ସ୍ତରରେ ଲୁହା ଓ ନିକେଲ୍ ଭଳି ଭାରୀ ଧାତୁ ଥିବାରୁ ଏହାକୁ ନିଫେ ସ୍ତର କୁହାଯାଏ ।
୨ । ଶିଳା କିପରି ସୃଷ୍ଟି ହୋଇଥାଏ ? ମାନବ ସମାଜ ପାଇଁ ଖଣିଜଦ୍ରବ୍ୟର ଯଥେଷ୍ଟ ଗୁରୁତ୍ବ ରହିଛି କିପରି ?
ଉ :(i) ଏକ ବା ଏକାଧକ ଖଣିଜ ଦ୍ରବ୍ୟ ମିଶି ଶିଳା ସୃଷ୍ଟି ହୋଇଥାଏ ।
(ii) ଖଣିଜ ଦ୍ରବ୍ୟର ନିର୍ଦ୍ଦିଷ୍ଟ ଭୌତିକ ଗୁଣ ଓ ରାସାୟନିକ ଗଠନ ଥାଏ । ମାନବ ସମାଜ ପାଇଁ ଏହାର ଯଥେଷ୍ଟ ଗୁରୁତ୍ଵ ରହିଛି ।
(iii) କେତେକ ଖଣିଜ ଦ୍ରବ୍ୟକୁ ଜାଳେଣୀ ଭାବେ ବ୍ୟବହାର କରାଯାଏ । ଉଦାହରଣ ସ୍ଵରୂପ, କୋଇଲା, ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ୍ ।
(iv) ଲୁହା, ବକସାଇଟ୍ ଓ ସୁନା ପ୍ରଭୃତି ଖଣିଜଦ୍ରବ୍ୟ ଶିଳ୍ପରେ ବ୍ୟବହାର କରାଯାଏ ।
(v) ଏହାଛଡ଼ା ବିଭିନ୍ନ ରାସାୟନିକ ସାର ଓ ଔଷଧ ଶିଳ୍ପରେ ମଧ୍ୟ ଖଣିଜ ଦ୍ରବ୍ୟର ବ୍ୟବହାର ରହିଛି ।
Comments
Post a Comment