iii:-ଭୂମିରୂପ

୧।ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 
 (କ) ମହାଦେଶୀୟ ସଞ୍ଚଳନ କ’ଣ ? 
ଉ :(i) ପୃଥିବୀ ଆମକୁ ସ୍ଥିର ଓ ଚଳନଶୂନ୍ୟ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହାର ଉଭୟ ସ୍ଥଳଭାଗ ଓ ଜଳଭାଗ ସର୍ବଦା ଗତିଶୀଳ । 
 (i) ମହାଦେଶୀୟ ସଞ୍ଚଳନ ଏକ ଧୀର ଓ ନିରବଚ୍ଛିନ୍ନ ପ୍ରକ୍ରିୟା ଅଟେ । 
(ii) ଭୂବିଜ୍ଞାନୀଙ୍କ ମତରେ ନିୟୁତ ନିୟୁତ ବର୍ଷ ପୂର୍ବେ ସମସ୍ତ  ମହାଦେଶ ମିଶି ଗୋଟିଏ ମହାଦେଶ ତଥା ‘ପାଞ୍ଜିଆ' ଏବଂ ସମସ୍ତ ମହାସାଗର ମିଶି ଗୋଟିଏ ମହାସାଗର ତଥା 'ପାନ୍ଥାଲାସା’ ଥିଲା । 
(iv) ପରବର୍ତ୍ତୀ ସମୟରେ ପାଞ୍ଜିଆର ମଧ୍ୟଭାଗରେ ଏକ ସଂକୀର୍ଣ୍ଣ ଅଗଭୀର ସମୁଦ୍ର ସୃଷ୍ଟି ହେଲା । କାଳକ୍ରମେ ପାଞ୍ଜିଆର ଭୂଭାଗରେ ଫାଟ ସୃଷ୍ଟି ହେବା ସହ ଧୀର ଭୂଚଳନ ହେଲା । 
(y) ଏହି ଭୂଚଳନ ଫଳରେ ବର୍ତ୍ତମାନର ମହାଦେଶ ଓ ମହାସାଗର ସୃଷ୍ଟି ହୋଇଛି । ବର୍ତ୍ତମାନ ଦେଖାଯାଉଥିବା ସ୍ଥଳ ଓ ଜଳଭାଗର ବଣ୍ଟନ ମହାଦେଶୀୟ ସଞ୍ଚଳନର ଫଳ ଅଟେ ।
 (ଖ) ପ୍ଲେଟ ବା ପଟଳ ଗତିର କାରଣ କ'ଣ ?
 ଉ :(i) ଅଶ୍ରୁମଣ୍ଡଳ କେତେଗୁଡ଼ିଏ ବିଶାଳ ଫଟଳ ବା ପ୍ଲେଟରେ ବିଭକ୍ତ । ଏହି ପଟଳଗୁଡ଼ିକର ଗତିବେଗ ଅତି ଧୀର ଅଟେ । 
(ii) ଅଶ୍ମମଣ୍ଡଳ ନିମ୍ନାଂଶରେ ଅର୍ଦ୍ଧତରଳ ଶିଳା ବା ମାଗ୍ନା ଗତିଶୀଳ ହୋଇଥିବାରୁ ଅଶ୍ମମଣ୍ଡଳୀୟ ପଟଳର ଗତି ସମ୍ଭବ ହୋଇଛି ।
(ଗ) ସ୍ଥାନୀୟ ଭାବେ ଭୂମିକମ୍ପର ପୂର୍ବାନୁମାନ କିପରି କରାଯାଏ? 
ଉ : ସ୍ଥାନୀୟ ଭାବେ ଭୂମିକମ୍ପର ପୂର୍ବାନୁମାନ ନିମ୍ନମତେ କରାଯାଏ । ଯଥା : 
 (i) ପଶୁପକ୍ଷୀମାନଙ୍କର ବ୍ୟାବହାରିକ ପରିବର୍ତ୍ତନକୁ ଲକ୍ଷ୍ୟକରି 
(ii) ପୁଷ୍କରିଣୀରେ ମାଛ ଆନ୍ଦୋଳିତ ହେବା,
 (iii) ସାପ ଗାତରୁ ପଦାକୁ ବାହାରିବା, ଏବଂ
 (iv) ଗାଈଗୋରୁମାନେ ହଠାତ୍ ବୋବାଳି ଛାଡ଼ିବା ।
 (ଘ) ସ୍ତରଚ୍ୟୁତି କାହାକୁ କୁହାଯାଏ ? 
ଉ :(i) କେତେକ ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ଉଭୟ ଦିଗରେ ଟାଣି ହୋଇଯାଏ । ଫଳରେ ଫାଟ ସୃଷ୍ଟି ହୁଏ । 
 (ii) ଫାଟର ଉଭୟ ପାର୍ଶ୍ୱରେ ଥିବା ଶିଳାସ୍ତରରେ ଚଳନ ହୋଇ କୌଣସି ଅଂଶ ଉପରକୁ ବା ତଳକୁ ଚାଲିଯାଏ । ଫଳରେ ବିଭିନ୍ନ ଶିଳାସ୍ତର ମଧ୍ୟରେ ତାଳମେଳ ରହେ ନାହିଁ । ଏହାକୁ ସ୍ତରଚ୍ୟୁତି କୁହାଯାଏ ।
(ଙ) ଉଦାହରଣ ସହ ବିଭିନ୍ନ ପ୍ରକାର ପର୍ବତର ନାମ ଲେଖ।
ଉ : ପୃଥିବୀରେ ତିନି ପ୍ରକାର ପର୍ବତ ଦେଖାଯାଏ । ଯଥା : ଭଙ୍ଗିଳ ପର୍ବତ, ସ୍ତୂପ ପର୍ବତ ଓ ଆଗ୍ନେୟ ପର୍ବତ ବା ସଞ୍ଚୟଜାତ ପର୍ବତ 
ଉଦାହରଣ : 
(i) ହିମାଳୟ, ଆଲପସ, ରକି ଓ ଆଣ୍ଡିଜ୍ – ଭଙ୍ଗିଳ ପର୍ବତ । 
 (i) ଭାରତର ସାତପୁରା ପର୍ବତ – ସ୍ତୂପ ପର୍ବତ ।
(i) ଜାପାନର ଫୁଜିୟାମା – ସଞ୍ଚୟଜାତ ବା ଆଗ୍ନେୟ ପର୍ବତ । 
 (ଚ) ମାଳଭୂମି କାହାକୁ କୁହାଯାଏ ? 
ଉ :(i) ସମୁଦ୍ର ପତ୍ତନରୁ ପ୍ରାୟ ୪୦୦ ମିଟର ବା ଅଧିକ ଉଚ୍ଚତାରେ ଅବସ୍ଥିତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ । 
 (ii) ଚତୁଃପାର୍ଶ୍ଵସ୍ଥ ସମତଳ ଭୂମିରୁ ଏଗୁଡ଼ିକ ତୀଖ ଭାବେ ଉପରକୁ ଉଠିଥାନ୍ତି । ସୁତରାଂ, ମାଳଭୂମିଗୁଡ଼ିକର ପାର୍ଶ୍ଵ ଅଧିକ ଢାଲୁ ବିଶିଷ୍ଟ । 
 (iii) ପାମିର ପୃଥିବୀର ଉଚ୍ଚତମ ମାଳଭୂମି । 
 (ଛି) ସମାନୀକରଣ ପ୍ରକ୍ରିୟା କ’ଣ ? 
 ଉ : (i) ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ବାହ୍ୟ ଶକ୍ତିଗୁଡ଼ିକ ଉଚ୍ଚଭୂମିକୁ କ୍ଷୟ କରିବା ସହ କ୍ଷୟଜାତ ପଦାର୍ଥକୁ ନିମ୍ନଭୂମିରେ ଜମା କରିଥା’ନ୍ତି ।
 (ii) ଭୂପୃଷ୍ଠକୁ କ୍ରମେ ସମତଳଭୂମି ବା ସମପ୍ରାୟ ଭୂମିରେ ପରିଣତ କରିବା ଏଗୁଡ଼ିକର କାର୍ଯ୍ୟ । ଏହାକୁ ସମାନୀକରଣ ପ୍ରକ୍ରିୟା କୁହାଯାଏ ।
(ଜ) ଅଶ୍ଵଖୁରାକୃତି ହ୍ରଦ କିପରି ସୃଷ୍ଟି ହୁଏ ?
 ଉ : (i) ସମତଳ ଶଯ୍ୟରେ ନଦୀସ୍ରୋତ ଧୀର ହୋଇ ସାମାନ୍ୟ ବାଧା ପାଇଲେ ଗତି ପରିବର୍ତ୍ତନ କରି ଅଙ୍କାବଙ୍କା ପଥରେ ପ୍ରବାହିତ ହୁଏ । ନଦୀବାଙ୍କର ଗୋଟିଏ ପାର୍ଶ୍ଵରେ ନଦୀଜଳ ବାଡ଼େଇ ହୋଇ ସେଠାରେ ଅଧିକ କ୍ଷୟ କରାଏ ଓ ଏହାର ଠିକ୍ ବିପରୀତ ପାର୍ଶ୍ଵରେ ବାଲି, ପଟୁ ଆଦି ଜମା ହେବାକୁ ଲାଗେ । ଧୀରେ ଧୀରେ ନଦୀ ବାଙ୍କର ଉଭୟମୁଣ୍ଡ ପରସ୍ପରର ନିକଟବର୍ତ୍ତୀ ହୋଇଥାଏ । 
 (ii) ବନ୍ୟା ସମୟରେ ନଦୀ ବୁଲାଣି ପଥ ପରିତ୍ୟାଗ କରି ସିଧାସଳଖ ପ୍ରବାହିତ ହୁଏ । ନଦୀବାଙ୍କଟି ଏକ କ୍ଷୁଦ୍ର ଅଗଭୀର ହ୍ରଦ ଆକାରରେ ରହିଥାଏ । ଏହିପରି ସୃଷ୍ଟି ହ୍ରଦକୁ ଅଶ୍ବଖୁରାକୃତି ହ୍ରଦ କୁହାଯାଏ । 
(ଝ) ଗ୍ରାବରେଖା କ’ଣ ? 
ଉ :(i) ହିମବାହ ବୋହି ଆଣୁଥିବା ଭିନ୍ନ ଭିନ୍ନ ଆକୃତିର ଶିଳାଖଣ୍ଡକୁ ଏହାର ପାର୍ଶ୍ଵ ତଥା ଅଗ୍ରଭାଗରେ ଜମା କରିଥାଏ । ଏହି ସଞ୍ଚିତ ଭୂମିରୂପକୁ ଗ୍ରାବ କୁହାଯାଏ । 
 (ii) ହିମବାହର ପାର୍ଶ୍ୱରେ ରେଖା ସଦୃଶ ଲମ୍ବି ରହିଥିବାରୁ ଏଗୁଡ଼ିକୁ ଗ୍ରାବରେଖା କୁହାଯାଏ ।
 (ଞ) ବାଲୁକାସ୍ତୂପ କିପରି ସୃଷ୍ଟି ହୁଏ ?
ଉ :(i) ମରୁଭୂମିରେ ପବନ ବୋହି ନେଉଥିବା ବାଲି ଓ ଧୂଳିକଣା ଆଦିକୁ ଏହାର ବେଗ ହ୍ରାସ ପାଇଲେ ଜମା କରେ।
(ii)ଅପେକ୍ଷାକୃତ ବଡ଼ ବଡ଼ ବାଲୁକାରାଶି ମରୁଭୂମି ଭିତରେ ଛୋଟ ଛୋଟ ପାହାଡ଼ ଆକାରରେ ଜମା ହୁଏ । ଏହାକୁ ବାଲୁକାସ୍ତୂପ କୁହାଯାଏ ।
 ୨ । ଠିକ୍ ଉତ୍ତରଟି ବାଛି ଲେଖ ।
 (i) କେଉଁଟି ଏକ ଦ୍ବିତୀୟ ଶ୍ରେଣୀ ଭୂମିରୂପ ? 
(କ) ଜଳପ୍ରପାତ (ଖ) ମହୀସୋପାନ (ଗ) ମହାସାଗର
 (ii) କେଉଁଟି ପୃଥିବୀର ତ୍ବରିତ୍ ଚଳନ ଯୋଗୁଁ ହୋଇଥାଏ ?
 (କ) ଅଗ୍ନି ଉଦ୍ ଗୀରଣ (ଖ) ପର୍ବତ ଗଠନ (ଗ)ମହାଦେଶୀୟ ସଞ୍ଚଳନ । 
 (iii) କେଉଁ ନଦୀଟି ଏକ ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହେଉଛି ? 
(କ) ମହାନଦୀ (ଖ) ନର୍ମଦା (ଗ) କାବେରୀ
 (iv) ଉତ୍ତର ଆମେରିକା କେଉଁ ପୁରାତନ ଭୂଖଣ୍ଡର ଅଂଶ ଥିଲା ?
 (କ) ପାନ୍ଥାଲାସା (ଖ) ଗଣ୍ଡୱାନାଲାଣ୍ଡ (ଗ) ଆଙ୍ଗାରଲାଣ୍ଡ
 (v) ଭୂମିକମ୍ପ ଉତ୍ପତ୍ତିସ୍ଥଳକୁ କ’ଣ କୁହାଯାଏ ? 
 (କ) ଉପକେନ୍ଦ୍ର (ଖ) କେନ୍ଦ୍ର (ଗ) ଗ୍ରସ୍ତ ଉପତ୍ୟକା
(vi) ଅଶ୍ଵଖୁରାକୃତି ହ୍ରଦ କେଉଁଠି ଦେଖାଯାଏ ? 
(କ) ନଦୀ ଉପତ୍ୟକା (ଖ) ପାର୍ବତ୍ୟଭୂମି (ଗ) ମରୁଭୂମି 
(vii)  ଛତୁ ଶିଳା କାହା ଦ୍ଵାରା ସୃଷ୍ଟି ହୁଏ ?
 (କ) ନଦୀ (ଖ) ପବନ (ଗ) ହିମବାହ 
(viii) କେଉଁଠି ସାମୁଦ୍ରିକ ତରଙ୍ଗ ଦ୍ଵାରା ସୃଷ୍ଟି ହୁଏ ?
(କ) ବେଳାଭୂମି (ଖ) ପ୍ଲାବନ ଭୂମି (ଗ) ତ୍ରିକୋଣଭୂମି
(ix) ପଟୁବ୍ୟଜନ ପାହାଡ଼ର କେଉଁ ଅଂଶରେ ସୃଷ୍ଟି ହୁଏ ?
(କ) ଶୀର୍ଷଦେଶ (ଖ) ମଧ୍ୟଅଂଶ (ଗ) ପାଦଦେଶ
 (x) ଚୁନପଥର ଅଞ୍ଚଳର ଭୂପୃଷ୍ଠସ୍ଥ ଶୁଷ୍କ ନଦୀ ଉପତ୍ୟକାକୁ କ’ଣ କୁହାଯାଏ ?
 (କ) ଅଦୃଶ୍ୟ ଉପତ୍ୟକା ( ଖ ) •U’ ଉପତ୍ୟକା (ଗ) •V’ ଉପତ୍ୟକା ।
ଉ: (i) (ଖ) ମହୀସୋପାନ (ii) (କ) ଅଗ୍ନି ଉଦ୍‌ଗୀରଣ (iii) (ଖ) ନର୍ମଦା(iv)(ଗ) ଆଙ୍ଗାରଲାଣ୍ଡ (v)  (ଖ) କେନ୍ଦ୍ର (vi) (କ) ନଦୀ ଉପତ୍ୟକା (vii) (ଖ) ପବନ  (viii)(କ) ବେଳାଭୂମି (ix) (ଗ) ପାଦଦେଶ (x) (କ) ଅଦୃଶ୍ୟ ଉପତ୍ୟକା । 
୩। ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
 (i) ହିମବାହ (କ) ଉପକୂଳ
(ii) ତ୍ରିକୋଣଭୂମି  (ଖ) ବରଫସ୍ରୋତ
(iii) ବେଳାଭୂମି (ଗ) ଭୂତଳଜଳ
 (iv) ବାଲୁକାସ୍ତୁପ (ଘ) ନଦୀ । 
(v) ଜଳପ୍ରପାତ (ଙ) ମରୁଭୂମି , 
(vi) ଉଭାଲା (ଚ) କଠିନ ଶିଳା 
 ‘କ’ ସ୍ତମ୍ଭ       ‘ଖ’ ସ୍ତମ୍ଭ
(i) ହିମବାହ (ଖ) ବରଫସ୍ରୋତ
 (ii) ତ୍ରିକୋଣଭୂମି (କ) ଉପକୂଳ 
 (iii) ବେଳାଭୂମି (ଚ) କଠିନ ଶିଳା
 (iv) ବାଲୁକାସ୍ତୂପ () ମରୁଭୂମି
 (v) ଜଳପ୍ରପାତ  (ଘ) ନଦୀ
 (vi) ଉଭାଲା  (ଗ) ଭୂତଳଜଳ 
 ୪। କାରଣ ଦର୍ଶାଅ -
 (i) ସମତଳଶଯ୍ୟାରେ ନଦୀବାଙ୍କ ସୃଷ୍ଟି ହୁଏ । 
ଉ : ସମତଳ ଶଯ୍ୟାରେ ନଦୀବାଙ୍କ ସୃଷ୍ଟି ହୁଏ, କାରଣ ସମତଳ ଶଯ୍ୟାରେ ନଦୀ ସ୍ରୋତ ଧୀର ହୁଏ । ସାମାନ୍ୟ ବାଧା ପାଇଲେ ଗତି ପରିବର୍ତ୍ତନ କରି ଅଙ୍କାବଙ୍କା ପଥରେ ପ୍ରବାହିତ ହୁଏ ।
 (ii) କେତେକ ଶିଳା ଛତୁ ଆକୃତିର ।
ଉ : କେତେକ ଶିଳା ଛତୁ ଆକୃତିର, କାରଣ -  
(i)ମରୁଭୂମିରେ ଉଚ୍ଚତା ବଢ଼ିବା ସହ ବାଲିର ପରିମାଣ କମ୍ ରହୁ ଥିବାରୁ କ୍ଷୟ ଶକ୍ତି କମି ଯାଏ । ଫଳରେ ମରୁଭୂମିମାନଙ୍କରେ ଛତୁ ଆକୃତିର ଭୂମିରୂପ ସୃଷ୍ଟି ହୋଇଥାଏ ।
 (ii) ଏହାର ଆଧାର ଭୂମି ଅପେକ୍ଷାକୃତ ପ୍ରଶସ୍ତ, ମଝି ଅଂଶ ସରୁ ଏବଂ ଉପର ଅଂଶ ପ୍ରଶସ୍ତ ହୋଇଥାଏ । ଏହାକୁ ଛତୁ ଶିଳା ବା ମସ୍‌ରୁମ୍ ରକ୍ କୁହାଯାଏ ।
(iii)ସାମୁଦ୍ରିକ ଗୁମ୍ଫା ଷ୍ଟମ୍ପରେ ପରିଣତ ହୁଏ ।
 ଉ : ସାମୁଦ୍ରିକ ଗୁମ୍ଫା ଷ୍ଟମ୍ପରେ ପରିଣତ ହୁଏ । କାରଣ - 
(i) ସମୁଦ୍ର ଭିତରକୁ ପଶିଯାଇଥିବା ପାହାଡ଼, ପର୍ବତର ଉଭୟ ପାର୍ଶ୍ଵର ଗୁମ୍ଫା କ୍ରମଶଃ ପରସ୍ପର ସହ ମିଶିଯାଇଥା’ନ୍ତି । ଫଳରେ ତୋରଣ ସଦୃଶ ଭୂମିରୂପ ସୃଷ୍ଟି ହୁଏ । ଏହାକୁ ସାମୁଦ୍ରିକ ତୋରଣ କୁହାଯାଏ ।
 (ii) ତୋରଣର ଉପର ଅଂଶ ସମ୍ପୂର୍ଣ୍ଣ କ୍ଷୟ ହୋଇଗଲେ ଏକ ପ୍ରାଚୀର ସଦୃଶ ଭୂମିରୂପ ସମୁଦ୍ର ଭିତରେ ରହିଯାଏ । ଏହାକୁ ଷ୍ଟାକ୍ ବା ସ୍ତମ୍ଭ କୁହାଯାଏ ।
 (iii) ଷ୍ଟାକ୍ କାଳକ୍ରମେ କ୍ଷୟ ହୋଇ ଛୋଟ ହେଲେ, ଏହାକୁ ଷ୍ଟମ୍ପକୁହାଯାଏ । ଏହିପରି ସାମୁଦ୍ରିକ ଗୁମ୍ଫା ସମୟକ୍ରମେ କ୍ଷୟ ହୋଇ ଷ୍ଟମ୍ପରେ ପରିଣତ ହୋଇଥାଏ ।
 (iv) ଭୂମିକମ୍ପ ଯୋଗୁଁ କୋଠାଘର ଭାଙ୍ଗିଯାଏ I
 ଉ :(i) ପୃଥିବୀପୃଷ୍ଠ କମ୍ପି ଉଠିବା ବା ଥରି ଉଠିବାକୁ ଭୂମିକମ୍ପ କୁହାଯାଏ । 
 (ii) ଭୂକମ୍ପ ଜନିତ ସର୍ବାଧିକ କ୍ଷତି ଉପକେନ୍ଦ୍ରରେ ହିଁ ହୋଇଥାଏ । 
(ii) ସାଧାରଣତଃ ୬.୦ ମାନର ଭୂମିକମ୍ପ କ୍ଷେତ୍ରରେ ତୀବ୍ରତା ଅଧିକ ହେଉଥିବାରୁ କୋଠାଘର ଭାଙ୍ଗିଯିବା ସହ ବହୁ କ୍ଷୟକ୍ଷତି ହୋଇଥାଏ ।
 (v) ସ୍ତରଚ୍ୟୁତି ଯୋଗୁଁ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ । 
ଉ : ସ୍ତରଚ୍ୟୁତି ଯୋଗୁଁ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ । କାରଣ
 (i) ସ୍ତରଚ୍ୟୁତି ଫଳରେ ଦୁଇଟି ଚ୍ୟୁତିର ମଧ୍ୟବର୍ତ୍ତୀ ଅଂଶ ଦବିଯାଇ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୋଇଥାଏ ।
(ii) ଭାରତର ନର୍ମଦା ଓ ତାପ୍ତି ନଦୀଦ୍ବୟ ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହେଉଛନ୍ତି ।
 

Comments

Popular posts from this blog

୪:-ମାନବିକ ଅଧିକାର

୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ