୨:-ଦିଲ୍ଲୀରେ ସୁଲତାନୀ ଶାସନ
୧ । ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଦିଲ୍ଲୀରେ ତୁର୍କ ସୁଲତାନମାନେ କେତେବର୍ଷ ଶାସନ କରିଥିଲେ ?
ଉ : ଦିଲ୍ଲୀରେ ତୁର୍କ ସୁଲତାନମାନେ ୩୦୦ ବର୍ଷ ଶାସନ କରିଥିଲେ ।
(ଖ) କୁତବୁଦ୍ଦିନ ପ୍ରତିଷ୍ଠା କରିଥିବା ବଂଶକୁ ଦାସ ବଂଶ କାହିଁକି କୁହାଯାଏ ?
ଉ :(i) କୁତବୁଦ୍ଦିନ ଆଇବାକ ୧୨୦୬ ଖ୍ରୀ.ରେ ଦାସବଂଶ ପ୍ରତିଷ୍ଠା କରିଥିଲେ ।
(i) ତାଙ୍କ ଦ୍ବାରା ପ୍ରତିଷ୍ଠିତ ବଂଶକୁ ଦାସବଂଶ କୁହାଯାଏ କାରଣ ସେ ସମ୍ରାଟ ହେବା ପୂର୍ବରୁ ମହମ୍ମଦ ଘୋରୀଙ୍କ ଜଣେ ଦାସ ଥିଲେ ।
(ଗ) ଇଲତୁତମିସ୍ ବିଭିନ୍ନ ସମସ୍ୟାଗୁଡ଼ିକୁ କିପରି ସମାଧାନ କରିଥିଲେ ?
ଉ : ଇଲତୁତମିସ୍ ବିଭିନ୍ନ ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସଫଳ ଭାବେ ମୁକାବିଲା କରୁଥିଲେ ଏବଂ ତାହାର ସମାଧାନ କରିଥିଲେ ।
(ଘ) ସୁଲତାନ ରେଜିଆ ଅନେକ ଗୁଡ଼ିଏ ସମସ୍ୟା ସମ୍ମୁଖୀନ ହେବାର କାରଣ କ'ଣ?
ଉ : ସୁଲତାନ ରେଜିଆ ତୁର୍କ ସାମନ୍ତମାନଙ୍କ ସହଯୋଗ ପାଉଥିଲେ ସୁଦ୍ଧା ପ୍ରାଦେଶିକ ଶାସକମାନେ ତାଙ୍କୁ ବିରୋଧ କରୁଥିଲେ । ଏଣୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
(ଙ) ଗିୟାସୁଦ୍ଦିନ ବଲବନ୍ ସମ୍ରାଟଙ୍କ ମର୍ଯ୍ୟାଦା ବଢ଼ାଇବା ପାଇଁ କି କି ପଦକ୍ଷେପ ନେଇଥିଲେ ?
ଉ : ଗିୟାସୁଦ୍ଦିନ ବଲବନ୍ ସମ୍ରାଟ ଇଲତୁତମିସଙ୍କ ମର୍ଯ୍ୟାଦା ବଢ଼ାଇବା ପାଇଁ ସୈନ୍ୟବାହିନୀକୁ ପୁନଃ ସଙ୍ଗଠିତ କରି ଥିଲେ, ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ଦୁର୍ଗ ନିର୍ମାଣ କରିଥିଲେ, ସୁଦୃଢ଼ ଗୁପ୍ତଚର ସଂସ୍ଥା ଗଠନ କରିଥିଲେ ତଥା ଦିଲ୍ଲୀ ଓ ଦୋଆବ ଅଞ୍ଚଳରେ ଆଇନ ଶୃଙ୍ଖଳା ସୁଧାରି ଥିଲେ ।
(ଚ) ଆଲ୍ଲାଉଦ୍ଦିନ ଖାଲଜୀଙ୍କର ଇତିହାସରେ ସ୍ଵତନ୍ତ୍ର ସ୍ଥାନ ରହିଛି କାହିଁକି ?
ଉ : ଆଲ୍ଲାଉଦ୍ଦିନ ଖିଲଜୀ ଦ୍ବିତୀୟ ଆଲେକଜାଣ୍ଡାର ହୋଇ ସମଗ୍ର ପୃଥିବୀକୁ ଜୟ କରିବାର ଇଚ୍ଛା କରିଥିଲେ । ଏଣୁ ଇତିହାସରେ ତାଙ୍କୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି ।
(ଛ) ମହମ୍ମଦ ବିନ୍ ତୃଘଲଙ୍କୁ ଆଡ଼ବାୟା ରାଜା କୁହାଯାଏ କାହିଁକି ?
ଉ : ମହମ୍ମଦ ବିନ୍ ତୁଘଲକ୍ ନିଷ୍ଠା, ଦୂରଦୃଷ୍ଟି ଓ ଧୈର୍ଯ୍ୟର ଅଭାବରୁ କୌଣସି କାର୍ଯ୍ୟକୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ପାରୁ ନ ଥିଲେ । ଏଣୁ ତାଙ୍କୁ ଆଡ଼ବାୟା ରାଜା କୁହାଯାଏ ।
(ଜ) ସୁଲତାନୀ ଯୁଗର ଶାସନ କିପରି ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେଉଥିଲା ?
ଉ : (i) ସୁଲତାନ ଯୁଗର ଶାସକମାନେ ବିଶେଷତଃ ଆଲ୍ଲାଉଦ୍ଦିନ ଖିଲଜୀ ଓ ମହମ୍ମଦ ତୁଘଲକ ଅନେକ ଶାସନ ନୀତି ପ୍ରଣୟନ କରିଥିଲେ ।
(ii) ତଦନୁସାରେ ସେମାନଙ୍କ ଶାସନ ନୀତି ତିନୋଟି ସ୍ତର : କେନ୍ଦ୍ରୀୟ ଶାସନ, ପ୍ରାଦେଶିକ ଶାସନ ଏବଂ ସ୍ଥାନୀୟ ଶାସନରେ ବିଭକ୍ତ କରିଥିଲେ ।
(ଝ)ଇଣ୍ଡୋ-ଇସ୍ଲାମୀୟ କଳା ଓ ସ୍ଥାପତ୍ୟ କିପରି ସୃଷ୍ଟି ହୋଇଥିଲା ?
ଉ : ତୁର୍କର ଆଫଗାନ ଶାସକମାନେ ଭାରତରେ ଅନେକ ମସଜିଦ୍, ସମାଧି ମନ୍ଦିର, ଦୁର୍ଗ, ରାଜପ୍ରାସାଦ ପାରସ୍ୟ, ମଧ୍ୟ ଏସିଆ ଓ ଭାରତର ଶିଳ୍ପୀମାନଙ୍କ ଦ୍ଵାରା ନିର୍ମାଣ କରିଥିଲେ । ଫଳରେ ଇଣ୍ଡୋ-ଇସଲାମୀୟ କଳା-ସ୍ଥାପତ୍ୟ ସୃଷ୍ଟି ହୋଇଥିଲା।
(ଞ୍ଜ) ହାସାନ ଗାଙ୍ଗୁ ବାହାମନୀ ରାଜ୍ୟର ରାଜା ହୋଇଥିଲେ କିପରି ?
ଉ : ମହମ୍ମଦବିନ୍ ତୁଘଲକଙ୍କ ଶାସନ ସମୟରେ ଦାକ୍ଷିଣାତ୍ୟର କେତେକ ସାମନ୍ତ ବିଦ୍ରୋହ କରି ବାହାମନୀ ରାଜ୍ୟ ସ୍ଥାପନ କରିଥିଲେ । ସେମାନଙ୍କ ରାଜା ନାସିରୁଦ୍ଦିନ ଶାହା ରାଜ୍ୟ ଚଳାଇବାରେ ଅସମର୍ଥ ହେବାରୁ ସାମନ୍ତମାନେ ହାସାନ୍ ଗଙ୍ଗୁଙ୍କୁ ରାଜା କରିଥିଲେ ।
(ଟ) କୃଷ୍ଣଦେବ ରାୟ କିଏ ? ତାଙ୍କର ବ୍ୟକ୍ତିତ୍ବ କିପରି ଥିଲା?
ଉ : ତୁଲ୍ଲୁଭ ବଂଶର କୃଷ୍ଣଦେବ ରାୟ ବିଜୟ ନଗର ରାଜ୍ୟର ଶ୍ରେଷ୍ଠ ରାଜା ଥିଲେ । ଶତ୍ରୁମାନଙ୍କ ପ୍ରତି କଠୋର ମନୋଭାବ ପୋଷଣ ପୂର୍ବକ ସବୁ ଧର୍ମର ଲୋକଙ୍କୁ ସେ ସମାନ ଦୃଷ୍ଟିରେ ଦେଖୁଥିଲେ ।
୨ । ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ଦିଲ୍ଲୀରେ ତୁର୍କ ସୁଲତାନମାନେ ୫୦୦ ବର୍ଷ ଶାସନ କରିଥିଲେ ।
ଉ : ଦିଲ୍ଲୀରେ ତୁର୍କ ସୁଲତାନ ମାନେ ୩୦୦ ବର୍ଷ ଶାସନ କରିଥିଲେ ।
(ଖ) ରେଜିଆ ବଲବନ୍ଙ୍କ ଝିଅ ଥିଲେ ।
ଉ : ରେଜିଆ ଇଲତୁତମିସ୍ଙ୍କ ଝିଅ ଥିଲେ ।
(ଗ) କବି ଅମୀର ଖ୍ରୁସ୍ରୁ ଇଲତୁତମିସଙ୍କ ରାଜଦରବାରରେ ସ୍ଥାନ ପାଇଥିଲେ ।
ଉ : କବି ଅମୀର ଖ୍ରୁସ୍ରୁ ଗିୟାସୁଦ୍ଦିନ ବଲବନଙ୍କ ରାଜସଭାରେ ସ୍ଥାନ ପାଇଥିଲେ ।
(ଘ) ଆଲ୍ଲାଉଦ୍ଦିନ ଖାଲଜି ଉଲୁଘ ଖାଁଙ୍କ ସେନାପତିତ୍ବରେ ଉତ୍ତର ଭାରତର ଅନେକ ରାଜ୍ୟ ଜୟ କରିଥିଲେ ।
ଉ : ଆଲ୍ଲାଉଦ୍ଦିନ ଖାଲଜୀ ମାଲିକ କାଫୁରଙ୍କ ନେତୃତ୍ବରେ ଉତ୍ତରଭାରତର ଅନେକ ରାଜ୍ୟ ଜୟ କରିଥିଲେ ।
(ଙ) କୁତବୁଦ୍ଦିନ ଆଇବାକଙ୍କ ସମୟରେ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରିଥିଲେ ।
ଉ : ଇଲତୁତମିସଙ୍କ ସମୟରେ ଚେଙ୍ଗିଜ ଖାଁ ଭାରତ ଆକ୍ରମଣ କରିଥିଲେ ।
(ଚ) ଇବନ୍ ବତୁତା ଇଉରୋପ ଦେଶର ପର୍ଯ୍ୟଟକ ଥିଲେ ।
ଉ : ଇବନ୍ ବତୁତା ଆରବ ଦେଶର ପର୍ଯ୍ୟଟକ ଥିଲେ ।
(ଛ) ମହମ୍ମଦ ତୁଘଲକ୍ ତାଙ୍କ ରାଜଧାନୀ ଦିଲ୍ଲୀରୁ ବିଜୟ ନଗରକୁ ଉଠାଇ ନେଇଥିଲେ ।
ଉ : ମହମ୍ମଦ ତୁଘଲକ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ଉଠାଇ ନେଇଥିଲେ ।
(ଜ) ଦିୱାନ-ଇନ୍-ବନସା ରାଜସ୍ବ ବିଭାଗର ଦାୟିତ୍ବରେ ଥିଲେ ।
ଉ : ୱାଜିର ରାଜସ୍ବ ବିଭାଗ ଦାୟିତ୍ବରେ ଥିଲେ ।
(ଝ) ଢାଇ-ଦିନକା-ଝୋଁପରା ମସ୍ଜିଦ୍ ମହମ୍ମଦ ବିନ୍ ତୁଘଲକ ତିଆରି କରିଥିଲେ ।
ଉ : ଢାଇ-ଦିନକା-ଝୋଁପରା ମସଜିଦ୍ କୁତବୁଦ୍ଦିନ ଆଇବାକ୍ ତିଆରି କରିଥିଲେ ।
(ଞ) ମହମ୍ମଦ ଶାହଙ୍କ ଦ୍ବାରା ଅହମ୍ମଦାବାଦ ସହର ପ୍ରତିଷ୍ଠା କରାଯାଇଥିଲା ।
ଉ: ସୁଲତାନ ଅହମ୍ମଦ ଶାହଙ୍କ ଦ୍ବାରା ଅହମ୍ମଦାବାଦ ସହର ପ୍ରତିଷ୍ଠା କରାଯାଇଥିଲା ।
୩ । ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ /ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ)୧୨୦୬ ଖ୍ରୀଷ୍ଟାବ୍ଦଠାରୁ ୧୫୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦିଲ୍ଲୀରେ ସମୁଦାୟ ___ଟି ରାଜବଂଶ ଶାସନ କରିଥିଲେ । (୪, ୫, ୬, ୭)
(ଖ) କୁତବୁଦ୍ଦିନ ଆଇବାକ ____ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ ।(୧୨୦୩, ୧୨୦୪, ୧୨ ୦୫, ୧୨ ୦୬)
(ଗ) କୁତବମୀନାରର ନିର୍ମାଣ କାର୍ଯ୍ୟ ___ ଙ୍କ ଦ୍ଵାରା - ଆରମ୍ଭ ହୋଇଥିଲା । (କୁତବୁଦ୍ଦିନ ଆଇବାକ, ଇଲତୁତମିସ୍, ବଲବନ,ରେଜିଆ)
(ଘ) ବଲବନଙ୍କର ____ଖ୍ରୀଷ୍ଟାଦ୍ଦରେ ମୃତ୍ୟୁ ହୋଇଥିଲା।(୧୨୮୪, ୧୨୮୫, ୧୨୮୬, ୧୨୮୭)
(ଡ) ପଦ୍ମିନୀ – ରାଜ୍ୟର ରାଣୀ ଥିଲେ । (ମେୱାର, ରନ୍ଥମ୍ଭର, ଜାଲୋର, ଜୟପୁର)
(ଚ) ମହମ୍ମଦ ବିନ୍ ତୁଗଲକ ସମୁଦାୟ ___ବର୍ଷ ଶାସନ କରିଥିଲେ।(୨୬, ୨୭, ୨୮, ୨୯)
(ଛ) ମହମ୍ମଦ ବିନ୍ ତୁଗଲକ୍ ତାଙ୍କ ରାଜକୋଷ ପୂରଣ ପାଇଁ– ମୁଦ୍ରା ପ୍ରଚଳନ କରିଥିଲେ ।(ସୁନା, ରୁପା, ତମ୍ବା, କଂସା) |
( ଜ) ସୁଲତାନମାନେ ଉତ୍ପନ୍ନ ଶସ୍ୟର — କର ରୂପେ ନେଉଥିଲେ । (ଏକ-ତୃତୀୟାଂଶ, ଏକ ଚତୁର୍ଥାଶ, ଏକ ପଞ୍ଚମାଂଶ, ଏକ ଷଷ୍ଠାଂଶ)
(ଝ) ଫିରୋଜ ଶାହ କୋଟଲା ____ଙ୍କ ଦ୍ଵାରା ନିର୍ମିତ ହୋଇଥିଲା।(କୁତବୁଦ୍ଦିନ, ଫିରୋଜ ଶାହ, ଅହମ୍ମଦ ଶାହ, ରେଜିଆ)
(ଞ) ବିଜୟନଗର ରାଜ୍ୟକୁ ସମୁଦାୟ – – ଜଣ ଶାସକ ଶାସନ କରିଥିଲେ।(୧୩,୧୪,୧୫,୧୬)
ଉ : (କ) ୫, (ଖ) ୧୨୦୬, (ଗ) କୁତବୁଦ୍ଦିନ ଆଇଜାକ,(ଘ)୧୨୮୭ , (ଙ)ମେୱାର, (ଚ) ୨୬, (ଛ) ତମ୍ବା, (ଜ) ଏକ-ତୃତୀୟାଂଶ, (ଝ) ଫିରୋଜ ଶାହା (ଞ) ୧୬।
୪। କାଳକ୍ରମ ଅନୁସାରେ ସଜାଇ ଲେଖ ।
ରେଜିଆ, ବଲବନ୍, କୁତବୁଦ୍ଦିନ, ଇଲତୁତମିସ୍ , ମହମ୍ମଦ ବିନ ତୁଘଲକ, ଆଲ୍ଲାଉଦ୍ଦିନ ଖୁଲଜୀ
ଉ : କୁତବୁଦ୍ଦିନ, ଇଲତୁତମିସ୍,ରେଜିଆ, ବଲବନ୍, ଆଲ୍ଲାଉଦ୍ଦିନ ଖୁଲଜୀ, ମହମ୍ମଦ ବିନ ତୁଘଲକ ।
୧ । ଦିଲ୍ଲୀରେ ଶାସନ କରିଥିବା ତୁର୍କ ଶାସକମାନଙ୍କ ନାମ ଲେଖ ।
ଉ :(i) ଦିଲ୍ଲୀରେ ୧୨୦୬ ଖ୍ରୀ.ରେ ସୁଲତାନୀ ଶାସନ ଆରମ୍ଭ ହୋଇଥିଲା । ପ୍ରଥମେ ତୁର୍କମାନେ ଶାସନ କରିଥିଲେ ।
(i) ସେମାନେ ହେଲେ କୁତବୁଦ୍ଦିନ ଆଇବାକ ( ୧୨୦୬ -୧୨୧୦ ଖ୍ରୀ); ଇଲତୁତମିସ (୧୨୧୦-୧୨୩୬ ଖ୍ରୀ);ରେଜିଆ (୧୨୩୬ - ୧୨୪୦ ଖ୍ରୀ) ଏବଂ ଗିୟାସୁଦ୍ଦିନ ବଲବନ (୧୨୬୬ - ୧୨୮୭ ଖ୍ରୀ) ।
୨ । ଆରବ ଓ ତୁର୍କୀମାନେ ଦାସ (କ୍ରୀତଦାସ) ମାନଙ୍କୁ ଦାସତ୍ବ କବଳରୁ କାହିଁକି ମୁକ୍ତ କରି ଦେଉଥିଲେ ?
ଉ :(i) ଆରବ ଓ ତୁର୍କୀମାନେ ଉଚ୍ଚବୁଦ୍ଧି ସଂପନ୍ନ ଦାସମାନଙ୍କୁ କିରାଣୀ, ସୈନିକ ତଥା ପ୍ରଶାସକ ପଦରେ ନିଯୁକ୍ତି ଦେଉଥିଲେ।
(ii) ସେମାନେ ଭଲକାମ କରି ମାଲିକଙ୍କୁ ଖୁସି କରି ଦେଉଥିବାରୁ ଆରବ ଓ ତୁର୍କୀମାନେ ସେମାନଙ୍କୁ ଦାସତ୍ବ କବଳରୁ ମୁକ୍ତ କରି ଦେଉଥିଲେ ।
୩ । ଇଲତୁତମିସ୍ କେତେ ଜଣ କ୍ରୀତଦାସଙ୍କୁ ପ୍ରଶାସନିକ ତାଲିମ ଦେଇ ନିଯୁକ୍ତି ଦେଇଥିଲେ ?
ଉ :(i) ଇଲତୁତମିସ୍ ୪୦ ଜଣ ସମ୍ଭ୍ରାନ୍ତ ଦକ୍ଷ କ୍ରୀତଦାସଙ୍କୁ ପ୍ରଶାସନିକ ତାଲିମ ଦେଇ ବିଭିନ୍ନ ଦାୟିତ୍ଵପୂର୍ଣ୍ଣ ପଦବୀରେ ନିଯୁକ୍ତି ନେଇଥିଲେ ।
(ii) ଏମାନେ ୪୦ ସେନା (ଚିହାଲଗାନି) ନାମରେ ଅଭିହିତ।
୪।ମହମ୍ମଦ ବିନ୍ ତୁଘଲକ୍ ତାଙ୍କ ରାଜଧାନୀ କେଉଁଠୁ କେଉଁଠିକି ପରିବର୍ତ୍ତନ କରିଥିଲେ ?
ଉ : (i) ମହମ୍ମଦ ବିନ ତୁଘଲକ୍ ୧୩୨୯ ଖ୍ରୀ.ରେ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ପରିବର୍ତ୍ତନ କରିଥିଲେ ।
(ii) ଦୌଲତାବାଦର ପରିବେଶ, ଜଳବାୟୁ ଓ ଖାଦ୍ୟ ବହୁଲୋକଙ୍କୁ ଅନୁକୂଳ ନ ହେବାରୁ ୧୩୩୦ ଖ୍ରୀ.ରେ ପୁଣି ଦିଲ୍ଲୀକୁ ରାଜଧାନୀ ଉଠାଇ ଆଣିଲେ ।
୫ । ଦିଲ୍ଲୀ ସିଂହାସନରେ ଲୋଦୀ ବଂଶର କେଉଁ ଶାସକମାନେ କେତେ ବର୍ଷ ଧରି ଶାସନ କରିଥିଲେ ?
ଉ : (i) ଦିଲ୍ଲୀ ସିଂହାସନରେ ଲୋଦୀ ବଂଶର ବାହାଦୁର ଲୋଦୀ,ସିକନ୍ଦର ଲୋଦୀ ଓ ଇବ୍ରାହିମ୍ ଲୋଦୀ ଶାସନ କରିଥିଲେ ।
(ii) ସେମାନେ ୧୪୫୧ ଖ୍ରୀ.ରୁ ୧୫୨୬ ଖ୍ରୀ. ପର୍ଯ୍ୟନ୍ତ ଶାସନ କରିଥିଲେ ।
୬ । ସୁଲତାନୀ ଶାସନ ସମୟରେ କେଉଁ ପ୍ରାଦେଶିକ ରାଜ୍ୟଗୁଡ଼ିକର ଉତ୍ଥାନ ଘଟିଥିଲା ?
ଉ : (i) ସୁଲତାନୀ ଶାସନ ସମୟରେ ରାଜପୁତ ରାଜ୍ୟ,ଗୁଜରାଟର କେତେକ ରାଜ୍ୟ, ମାଳବ, କାଶ୍ମୀର ଓ ବେଙ୍ଗଲର ଉତଥାନ ଘଟିଥିଲା ।
(ii) ପୁଣି ମହମ୍ମଦ ବିନ୍ ତୁଘଲକଙ୍କ ସମୟରେ ଦାକ୍ଷିଣାତ୍ୟରେ ବାହାମନୀ ଓ ବିଜୟ ନଗର ରାଜ୍ୟର ଉଥାନ ଘଟିଥିଲା।
୭। ବାହାମନୀ ରାଜ୍ୟର ପତନ ପରେ ସେଠାରେ କେତୋଟି ରାଜ୍ୟ ମୁଣ୍ଡ ଟେକିଥିଲା ?
ଉ : (i) ବାହାମନୀ ରାଜ୍ୟର ପତନ ପରେ ସେଠାରେ ପାଞ୍ଚଟି ରାଜ୍ୟ ମୁଣ୍ଡ ଟେକିଥିଲା ।
(ii) ସେଗୁଡ଼ିକ ହେଲା : ବେରାର, ଅହମ୍ମଦ ନଗର,ଗୋଲକୁଣ୍ଡା, ବିଜାପୁର ଓ ବିଦର ।
୮ । ବିଜୟ ନଗର ରାଜ୍ୟର କିପରି ପତନ ଘଟିଥିଲା ?
ଉ :(i) ବିଜୟନଗରର ରାଜା ଥିଲେ ରାମରାୟା ।
(ii) ତାଙ୍କ ଶାସନ ସମୟରେ ବାହାମନୀ ରାଜ୍ୟର ସବୁ ମୁସଲମାନ ଶକ୍ତି ମିଳିତ ହୋଇ ୧୫୬୫ ଖ୍ରୀ.ରେ ରାମରାୟାଙ୍କୁ ଡାଲିକୋଟା ଯୁଦ୍ଧରେ ପରାସ୍ତ କରିବାରୁ ବିଜୟ ନଗର ରାଜ୍ୟର ପତନ ଘଟିଥିଲା ।
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
୧ । ସମୁଦାୟ କେତୋଟି ରାଜବଂଶ ଦିଲ୍ଲୀରେ ସୁଲତାନୀ ଶାସନ ଚଳାଇଥିଲେ ?
ଉ : ସମୁଦାୟ ପାଞ୍ଚଗୋଟି ରାଜବଂଶ ଦିଲ୍ଲୀରେ ସୁଲତାନୀ ଶାସନ ଚଳାଇ ଥିଲେ ।
୨ । ତୁଘଲକ ବଂଶର ଶେଷ ସୁଲତାନ (ରାଜା) କିଏ ଥିଲେ ?
ଉ : ତୁଘଲକ ବଂଶର ଶେଷ ସୁଲତାନ ଫିରୋଜ ଶାହ ତୁଘଲକ୍ ଥିଲେ ।
୩ । ଦିଲ୍ଲୀରେ ସୁଲତାନୀ ଶାସନର ମୂଳଦୁଆ କିଏ ପକାଇ ଥିଲେ ?
ଉ : ଦିଲ୍ଲୀରେ ସୁଲତାନୀ ଶାସନର ମୂଳଦୁଆ କୁତବୁଦ୍ଦିନ ଆଇବାକ୍ ପକାଇଥିଲେ ।
୪ । କୁତବୁଦ୍ଦିନ ଆଇବାକ ସମ୍ରାଟ୍ ହେବା ପୂର୍ବରୁ କେଉଁ କେଉଁ ରାଜ୍ୟ ଜୟ କରିଥିଲେ ?
ଉ : କୁତବୁଦ୍ଦିନ ଆଇବାକ୍ ସମ୍ରାଟ ହେବା ପୂର୍ବରୁ ଦିଲ୍ଲୀ, କୋଲି (ଆଲିଗଡ଼), କନୌଜ, ବିହାର ଆଦି ରାଜ୍ୟ ଜୟ କରିଥିଲେ ।
୫ । କୁତବୁଦ୍ଦିନଙ୍କ ମୃତ୍ୟୁ କେବେ ଓ କିପରି ହୋଇଥିଲା ?
ଉ : ପୋଲୋ ଖେଳୁଥିବା ବେଳେ ଘୋଡ଼ାରୁ ପଡ଼ି ୧୨୧୦ଖ୍ରୀ.ରେ କୃତବୁଦ୍ଦିନଙ୍କ ମୃତ୍ୟୁ ହୋଇଥିଲା ।
୬ | ଇଲତୁତତମିସ୍ କିଏ ଥିଲେ ?
ଉ : ଇଲତୁତତମିସ୍ କୃତବୁଦ୍ଦିନ ଆଇବାକଙ୍କ ଜ୍ବାଇଁ ଥିଲେ ।
୭ । ଇଲତୁତତମିସଙ୍କ ସାମ୍ରାଜ୍ୟ କେଉଁଠୁ କେଉଁଯାଏ ବ୍ୟାପି ଥିଲା ?
ଉ : ଇଲତୁତତମିସଙ୍କ ସାମ୍ରାଜ୍ୟ ପୂର୍ବରେ ବଙ୍ଗଠାରୁ ପଶ୍ଚିମରେ ସିନ୍ଧୁ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପି ଥିଲା ।
୮ ।ଇଲତୁତତମିସ୍ଙ୍କ ମୃତ୍ୟୁ କେବେ ହୋଇଥିଲା ?
ଉ : ଇଲତୁତତମିସଙ୍କ ମୃତ୍ୟୁ ୧ ୨୩୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା।
୯।ଇଲତୁତତମିସ୍ କେଉଁ ମୁଦ୍ରା ପ୍ରଚଳନ କରିଥିଲେ ?
ଉ : ଇଲତୁତତମିସ୍ ଟଙ୍କା ନାମକ ମୁଦ୍ରା ପ୍ରଚଳନ କରିଥିଲେ ।
୧୦ । ଗିୟାସୁଦ୍ଦିନ ବଲବନ କି ନୀତି ଆବଲମ୍ବନ କରି ତାଙ୍କ ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ ?
ଉ : ଗିୟାସୁଦ୍ଦିନ ବଲବନ ରକ୍ତ ଓ ଲୁହା ନୀତି (କଠୋରନୀତି) ଅବଲମ୍ବନ କରି ତାଙ୍କ ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ ।
୧୧ । ଦାସ ବଂଶ ପରେ କେଉଁ ବଂଶର ସୁଲତାନମାନେ ଦିଲ୍ଲୀ ଶାସନ କରିଥିଲେ ?
ଉ : ଦାସ ବଂଶ ପରେ ଖାଲଜୀ ବଂଶର ସୁଲତାନମାନେ ଦିଲ୍ଲୀ ଶାସନ କରିଥିଲେ ।
୧୨ । ଆଲ୍ଲାଉଦ୍ଦିନ ଖାଲଜୀ କେବେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ ?
ଉ : ଆଲ୍ଲାଉଦ୍ଦିନ ଖାଲଜୀ ୧୨୯୬ ଖ୍ରୀ.ରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ ।
୧୩ । କାହାକୁ ଦ୍ବିତୀୟ ଆଲେକଜାଣ୍ଡର ଆଖ୍ୟା ଦିଆ ଯାଇଥିଲା ?
ଉ : ଆଲ୍ଲାଉଦ୍ଦିନ ଖାଲଜୀଙ୍କୁ ଦ୍ବିତୀୟ ଆଲେକଜାଣ୍ଡର ଆଖ୍ୟା ଦିଆଯାଇଥିଲା ।
୧୪ । ଆଲ୍ଲାଉଦ୍ଦିନ ଖାଲଜୀ କେଉଁ ତିନୋଟି କାର୍ଯ୍ୟ ପାଇଁ ଦୃଢ଼ ଇଚ୍ଛା ପ୍ରକାଶ କରିଥିଲେ ?
ଉ : ଆଲ୍ଲାଉଦ୍ଦିନ ଖାଲଜୀ ଯେଉଁ ତିନୋଟି କାର୍ଯ୍ୟ ପାଇଁ ଦୃଢ ଇଚ୍ଛା ପ୍ରକାଶ କରିଥିଲେ, ସେଗୁଡ଼ିକ ହେଲା : ତୁର୍କମାନଙ୍କ କ୍ଷମତା ହ୍ରାସ, ଦାକ୍ଷିଣାତ୍ୟ ଓ ରାଜସ୍ଥାନ ବିଜୟ ଏବଂ ମଙ୍ଗୋଲ ଶକ୍ତିର ଧ୍ବଂସ ସାଧନ ।
୧୫ । ଆଲ୍ଲାଉଦ୍ଦିନ ଖାଲଜୀ ରାଣୀ ପଦ୍ମିନୀଙ୍କୁ କିପରି ପାଇଥିଲେ ?
ଉ : ଆଲ୍ଲାଉଦ୍ଦିନ ଖାଲଜୀ ମେଓ୍ବାରର ରାଣୀ ପଦ୍ମିନୀଙ୍କୁ ପାଇବା ପାଇଁ ମେଓ୍ବାର ଆକ୍ରମଣ କରିଥିଲେ; ମାତ୍ର ରାଣୀ ପଦ୍ମିନୀ ଜହର ବ୍ରତ ପାଳନ କରି ନିଆଁରେ ଝାସ ଦେଇ ମୃତ୍ୟୁବରଣ କରିଥିଲେ ।
୧୬ । ସେନାପତି ମାଲିକ କାଫୁର ଦକ୍ଷିଣଭାରତର କେଉଁ କେଉଁ ରାଜ୍ୟ ଜୟ କରିଥିଲେ ?
ଉ : ସେନାପତି ମାଲିକ କାଫୁର ଦକ୍ଷିଣ ଭାରତର ଦେବଗିରି, ତେଲେଙ୍ଗାନା, ଦ୍ବାର ସମୁଦ୍ର, ପାଣ୍ଡ୍ୟ ଓ ହୟଶାଳ ରାଜ୍ୟ ଜୟ କରିଥିଲେ ।
୧୭ । ମହମ୍ମଦ ବିନ ତୁଗଲକ କେତେ ଖ୍ରୀ.ରୁ କେତେ ଖ୍ରୀ. ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନ ଥିଲେ ?
ଉ : ମହମ୍ମଦ ବିନ ତୁଗଲକ ୧୩୨୪ ଖ୍ରୀ.ରୁ ୧୩୫୧ ଖ୍ରୀ. ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନ ଥିଲେ ।
୧୮ | ମହମ୍ମଦ ତୁଗଲକ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ଉଠାଇବା ପୂର୍ବରୁ କ’ଣ କରିଥିଲେ ?
ଉ : ମହମ୍ମଦବିନ ତୁଗଲକ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ଉଠାଇବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ପାନ୍ଥଶାଳା ଓ ଡାକଘର ନିର୍ମାଣ କରିଥିଲେ ।
୧୯ । ମହମ୍ମଦ ବିନ୍ ତୁଲକଙ୍କ ଶାସନ ସମୟରେ କେଉଁ ପର୍ଯ୍ୟଟକ ଭାରତ ଭ୍ରମଣରେ ଆସି ଏକ ବିବରଣୀ ଲେଖିଥିଲେ ?
ଉ : ମହମ୍ମଦ ବିନ୍ ତୁଗଲକଙ୍କ ଶାସନ ସମୟରେ ଆରବ ପର୍ଯ୍ୟଟକ ଇବନ୍ ବତୁତା ଭାରତ ଭ୍ରମଣରେ ଆସି ଏକ ବିବରଣୀ ଲେଖିଥିଲେ ।
୨୦ । ମହମ୍ମଦ ବିନ୍ ତୁଗଲକ ପ୍ରଥମେ କି ମୁଦ୍ରା ପ୍ରଚଳନ କରିଥିଲେ ?
ଉ : ମହମ୍ମଦ ବିନ୍ ତୁଗଲକ ପ୍ରଥମେ ଦିନାର ନାମକ ସ୍ବର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
୨୧ । ସୁଲତାନୀ ଶାସନରେ ଧର୍ମ ବିଭାଗ ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
ଉ : ସୁଲତାନୀ ଶାସନରେ ଧର୍ମ ବିଭାଗ ମନ୍ତ୍ରୀଙ୍କୁ ସଦର-ଉସ୍- ସଦର କୁହାଯାଉଥିଲା ।
୨୨ । ଜିଜିୟାକର କାହା ଉପରେ ବସାଯାଇଥିଲା ?
ଉ : ଜିଜିୟାକର ଅଣ ମୁସଲମାନ ମାନଙ୍କ ଉପରେ ବସା ଯାଇଥିଲା ।
୨୩ । ସୁଲତାନୀ ଶାସନରେ ପ୍ରଦେଶଗୁଡ଼ିକର ଆୟ ବ୍ୟୟ କିଏ ଯାଞ୍ଚ କରୁଥିଲେ ?
ଉ : ସୁଲତାନୀ ଶାସନରେ ପ୍ରଦେଶଗୁଡ଼ିକର ଆୟ ବ୍ୟୟ ଦିୱାନ୍ -ଇ-ଓ୍ବାଜିରତ୍ ଯାଞ୍ଚ କରୁଥିଲେ ।
୨୪ । ସୁଲତାନୀ ଶାସନ ସମୟରେ କେଉଁ ନୂତନ କଳା ସ୍ଥାପତ୍ୟ ସୃଷ୍ଟି ହୋଇଥିଲା ?
ଉ : ସୁଲତାନୀ ଶାସନ ସମୟରେ ଇଣ୍ଡୋ-ଇସ୍ଲାମୀୟ ନାମକ ନୂତନ କଳା-ସ୍ଥାପତ୍ୟ ସୃଷ୍ଟି ହୋଇଥିଲା ।
୨୫ । କୁତବୁଦ୍ଦିନ ଦିଲ୍ଲୀଠାରେ କେଉଁ ଦୁଇଟି ମସ୍ଜିଦ୍ ନିର୍ମାଣ କରିଥିଲେ ?
ଉ : କୁତବୁଦିନ ଦିଲ୍ଲୀଠାରେ କୂତ୍-ଉଲ୍-ଇସଲାମ୍ ଓ ଢାଇ-ଦିନକା ଝୋଁପଡ଼ା ନାମକ ଦୁଇଟି ମସଜିଦ ନିର୍ମାଣ କରିଥିଲେ ।
୨୬ । ଅହମ୍ମଦାବାଦ ସହର କିଏ ତିଆରି କରିଥିଲେ ?
ଉ : ଅହମ୍ମଦାବାଦ ସହର ଅହମ୍ମଦଶାହା ତିଆରି କରିଥିଲେ ।
Comments
Post a Comment