୧:-ନୂତନ ଶକ୍ତିର ଅଭ୍ୟୁତଥାନ

ଗୋଟିଏ ବାକ୍ୟରେ ଭତ୍ତର ଦିଅ । 

୧। ଇତିହାସ ରଚନା କରିବା ପାଇଁ କ'ଣ ଆବଶ୍ୟକ । 

 ଉ : ଇତିହାସ ରଚନା କରିବା ପାଇଁ ଉପାଦାନ ଆବଶ୍ୟକ । 

୨ । ଅମୀର ଖୁସ୍ରୁଙ୍କ କେଉଁ ରଚନାରେ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ରାଜ୍ୟଜୟ ବିଷୟରେ ବର୍ଣ୍ଣନା କରାଯାଇଛି ? 

ଉ : ଅମୀର ଖୁସୁଙ୍କ 'ଖାଜାଇନ୍- ଉଲ-ଫୁତୁ’ରେ ଆଲ୍ଲାଉଦ୍ଦିନ
ଖିଲଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।

 ୩ । ଭଇଲିୟମ୍ ଫୋର୍ଟର ବିଶେଷତ୍ଵ କ’ଣ ? 

ଉ : ଉଇଲିୟମ୍ ଫୋର୍ଟ କଲିକତାସ୍ଥିତ ଏକ ଦୁର୍ଗ, ଯାହାର
ନଥିରୁ ଇଂରେଜମାନଙ୍କ ପ୍ରାଥମିକ କାର୍ଯ୍ୟକଳାପ ବିଷୟରେ
ଜାଣିହୁଏ । 

୪ । ଆଲପ୍ତଗିନ ଗଜନୀର ପ୍ରଥମ ଶାସକ କିଏ ଥିଲେ ? 

ଉ : ଆଫଗାନିସ୍ଥାନର ଏକ କ୍ଷୁଦ୍ର ରାଜ୍ୟ ଆଲପ୍ତଗିନ ଗଜନୀର
ପ୍ରଥମ ଶାସକ ଥିଲେ ସାବୁକ୍ତଗିନ୍ ।

୫ । କେତେ ଖ୍ରୀଷ୍ଟାବ୍ଦରେ ମାମୁଦଙ୍କ ମୃତ୍ୟୁ ଘଟିଥିଲା ? 

ଉ : ୧୦୩୦ ଖ୍ରୀଷ୍ଟାବ୍ଦରେ ସୁଲତାନ ମାମୁଦଙ୍କ ମୃତ୍ୟୁ ଘଟିଥିଲା।

୬ । ଶାହାନାମା ନାମକ ବିରାଟ ଗ୍ରନ୍ଥ କିଏ ରଚନା
କରିଥିଲେ ? 

ଉ : ଶାହାନାମା ନାମକ ବିରାଟ ଗ୍ରନ୍ଥ ପାରସିକ କବି ଫିର୍ଦ୍ଦୋସି
ରଚନା କରିଥିଲେ । 

୭ । ସୋମନାଥ ମନ୍ଦିର କେଉଁଠି ଅବସ୍ଥିତ ?

 ଉ : ସୋମନାଥ ମନ୍ଦିର ଗୁଜୁରାଟର କାଥିଆୱାଡ଼ ସମୁଦ୍ର
କୂଳରେ ଅବସ୍ଥିତ ।

 ୮ | କେଉଁ ଯୁଦ୍ଧରେ ମହମ୍ମଦ ଘୋରୀ ଜୟଚନ୍ଦ୍ରଙ୍କୁ ପରାସ୍ତ
କରିଥିଲେ ? 

ଉ : ମହମ୍ମଦ ଘୋରୀ ଜୟଚନ୍ଦ୍ରଙ୍କୁ ଚାନ୍ଦୱାଡ଼  ଯୁଦ୍ଧରେ ପରାସ୍ତ
କରିଥିଲେ । 

୯ । ଦିଲ୍ଲୀରେ କିଏ ଦାସ ବଂଶ ପ୍ରତିଷ୍ଠା କରିଥିଲେ ? 

ଉ : ଦିଲ୍ଲୀରେ କୁତବୁଦ୍ଦିନ ଆଇବାକ ଦାସ ବଂଶ ପ୍ରତିଷ୍ଠା
କରିଥିଲେ । 

୧୦ । ପୃଥୀରାଜଙ୍କ ବୀରତ୍ୱ ସଂପର୍କରେ କେଉଁ ଗ୍ରନ୍ଥରୁ
ଜଣାପଡ଼େ ? 

ଉ : ପୃଥୀରାଜଙ୍କ ବୀରତ୍ୱ ସଂପର୍କରେ ଚାନ୍ଦ ବରଦାୟୀଙ୍କ ‘ପୃଥ୍ବୀରାଜ ରାସୋ’ ଗ୍ରନ୍ଥରୁ ଜଣାପଡ଼େ ।

 ୧୧ । କାବ୍ୟ-ମୀମାଂସା ପୁସ୍ତକ କିଏ ରଚନା କରିଥିଲେ ?

 ଉ : ‘କାବ୍ୟ ମୀମାଂସା’ ପୁସ୍ତକ ରାଜଶେଖର ରଚନା  କରିଥିଲେ।

୧୨। ମୁତ୍ତାରାୟର ନାମକ ଶାସକ ବଂଶ କେଉଁଠି ବାସ
କରୁଥିଲେ ?

ଉ:-ମୁତ୍ତାରାୟର ନାମକ ଏକ ଛୋଟ ଶାସକ ବଂଶ କାବେରୀ
ନଦୀର ତ୍ରିକୋଣ ଭୂମି ଅଞ୍ଚଳରେ ବାସ କରୁଥିଲେ ।

୧୩। ଚୋଳ ବଂଶର କେଉଁ ରାଜା ତାଙ୍କୁ ରାଜ୍ୟର ଜମି ମାପ କାର୍ଯ୍ୟ ସମାପ୍ତ କରିଥିଲେ ? 

ଉ:- ଚୋଳବଂଶର ରାଜା ପ୍ରଥମ ରାଜରାଜ ୧୦୦୦ ଖ୍ରୀ.ରେ
ତାଙ୍କ ରାଜ୍ୟର ଜମି ମାପ କାର୍ଯ୍ୟ ସମାପ୍ତ କରିଥିଲେ ।

 ୧୪ । ଦ୍ବାର ସମୁଦ୍ରଠାରେ କିଏ ରାଜଧାନୀ ସ୍ଥାପନ କରିଥିଲେ ?

 ଉ: ହୟଶାଳ ବଂଶର ରାଜା ବିଷ୍ଣୁ ବର୍ଦ୍ଧନ (ବିଜିଗ) ଦ୍ଵାର 
ସମୁଦ୍ରଠାରେ ରାଜଧାନୀ ସ୍ଥାପନ କରିଥିଲେ । 

୧୫। ଯାଦବ ବଂଶର ଶେଷ ରାଜା କିଏ ଥିଲେ ?

ଉ: ଯାଦବ ବଂଶର ଶେଷ ରାଜା ହରପାଳ ଦେବ ଥିଲେ । 

୧୬ । ସୋମବଂଶୀୟ ରାଜା ପ୍ରଥମ ଯଯାତି କେବେ ସିଂହାସନ ଆରୋହଣ କରିଥିଲେ ?

 ଉ : ସୋମବଂଶୀୟ ରାଜା ପ୍ରଥମ ଯଯାତି ୯୨୨ ଖ୍ରୀ.ରେ
ସିଂହାସନ ଆରୋହଣ କରିଥିଲେ । 

୧୭ । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ? 

 ଉ : ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଦ୍ବିତୀୟ ଯଯାତି ନିର୍ମାଣ
କରିଥିଲେ । 

୧୮ । ଚୋଡ଼ଗଙ୍ଗ ଦେବ କେବେ ସିଂହାସନ ଆରୋହଣ
କରିଥିଲେ ? 

ଉ : ଚୋଡ଼ଗଙ୍ଗଦେବ ୧୦୭୭ ଖ୍ରୀ.ରେ ସିଂହାସନ ଆରୋହଣ
କରିଥିଲେ ।

 ୧୯ । ସୀମାଚଳମ୍ ଠାରେ କିଏ ବିଷ୍ଣୁ ମନ୍ଦିର ନିର୍ମାଣ
କରିଥିଲେ ? 

ଉ : ଚୋଡ଼ଗଙ୍ଗଦେବ ସୀମାଚଳମଠାରେ ବିଷ୍ଣୁ ମନ୍ଦିର ନିର୍ମାଣ
କରିଥିଲେ । 

୨୦ | ‘ସାହିତ୍ୟ ଦର୍ପଣ’ କିଏ ରଚନା କରିଥିଲେ ? 

 ଉ : ‘ସାହିତ୍ୟ ଦର୍ପଣ’ ବିଶ୍ବନାଥ କବିରାଜ ରଚନା କରିଥିଲେ । 
୨୧ । କେଉଁ ମନ୍ଦିରର ପ୍ରାଚୀର ମେଘନାଦ ପାଚେରୀ
ନାମରେ ନାମିତ ? 

 ଉ : ପୁରୀ ଜଗନ୍ନାଥ ମନ୍ଦିରର ପ୍ରାଚୀର ମେଘନାଦ ପାଚେରୀ
ନାମରେ ନାମିତ ।

୨୨ । କୋଣାର୍କ ମନ୍ଦିର ପରିସରରେ କି କି ମୂର୍ତ୍ତି ରହିଛି ?

 ଉ : କୋଣାର୍କ ମନ୍ଦିର ପରିସରରେ ଗଜ-ସିଂହ, ଯୁଦ୍ଧ ଅଶ୍ୱ ମୂର୍ତ୍ତି 
ସବୁ ରହିଛି । 

 ୨୩ । ଟିକାନା କେଉଁ ରାଜ୍ୟର ଲୋକପ୍ରିୟ କବି ଥିଲେ ? 

 ଉ : ଟିକାନା ଆନ୍ଧ୍ରପ୍ରଦେଶର ଲୋକପ୍ରିୟ କବି ଥିଲେ ।

 ୨୪ । ତାଞ୍ଜୋର କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ? 

 ଉ : ତାଞ୍ଜୋର ବୃହଦେଶ୍ଵର ମନ୍ଦିର ପାଇଁ ପ୍ରସିଦ୍ଧ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

 ୧ । ମଧ୍ୟଯୁଗୀୟ ଐତିହାସିକମାନଙ୍କୁ କୃତି ସବୁ କ’ଣ ?

 ଉ :(i) ମଧ୍ୟଯୁଗରେ ଅନେକ ଐତିହାସିକ ଇତିହାସ ରଚନା କରିଥିଲେ । ତନ୍ମଧ୍ୟରୁ ଫିର୍ଦ୍ଦୋସିଙ୍କ ଶାହାନାମା; ମିନ୍ ହାନ - ଭଦ୍ଦିନ -- ସିରାଜଙ୍କ ତକାବତ୍ -ଇ-ନାସିରୀ ; ଅମୀର ଖୁସ୍ରୁଙ୍କ ‘ତୁଘଲକ-ନାମା’ ଇତ୍ୟାଦି ବିଖ୍ୟାତ କୃତି ।
 (ii) ବାବର ଆତ୍ମ ଚରିତ “ବାବରନାମା’ ଓ ଆବୁଲଫାଜଲଙ୍କ ରଚିତ ‘ଆକବର ନାମା’ ପ୍ରଖ୍ୟାତ ଶାସକ ବାବର ଓ ଆକବରଙ୍କ ବିଷୟରେ ତଥ୍ୟ ପ୍ରଦାନ କରନ୍ତି ।

 ୨ । ‘ହୁମାୟୁନ ନାମା’ ବିଷୟରେ କ’ଣ ଜାଣ ? 

ଇ : (i) ହୁମାୟୁନ ନାମା’ ମୋଗଲ ଶାସକ ହୁମାୟୁନଙ୍କ ବିଷୟରେ ଲିଖିତ । 
 (ii) ଏହି ପୁସ୍ତକ ତାଙ୍କ ଭଉଣୀ ଗୁଲବଦନ ବେଗ୍ ରଚନା କରିଥିଲେ ।

 ୩ । ‘ଦୋହା’ର ଅର୍ଥ କ'ଣ ? 

ଉ : (i) ଦୋହା ହେଉଛି ଦୁଇ ଧାଡ଼ିର ରଚିତ ଏକ ପଦ ।
 (ii) ପ୍ରତ୍ୟେକ ଦୋହା କେବଳ ଗୋଟିଏ ଭାବ ପ୍ରକାଶ କରିଥାଏ ।

୪। ଅଭିଲେଖ କ'ଣ ?

ଉ : (i) ଅଭିଲେଖ ହେଉଛି କୌଣସି ପ୍ରସ୍ତର, ତାମ୍ରପଟା ବା ମୁଦ୍ରାରେ ବିଭିନ୍ନ ଲିପିରେ ଖୋଦିତ ତଥ୍ୟ । 
 (ii) ଏହା ଜଣେ ଶାସକଙ୍କ ବିଷୟରେ ଧାରଣା ଦେଇଥାଏ ।

 ୫ । ମାମୁଦ ଆଲବେରୁଣୀ କିଏ ?

 ଉ :(i) ମାମୁଦ ଆଲବେରୁଣୀ ଜଣେ ବିଦ୍ୱାନ ଥିଲେ । 
(ii) ତାଙ୍କୁ ମାମୁଦ ଭାରତକୁ ଭାରତ ସଂପର୍କରେ ଜ୍ଞାନ ଆହରଣ  ପାଇଁ ପଠାଇ ଥିଲେ । 

୬ । ପ୍ରତିହାରମାନଙ୍କ ରାଜ୍ୟ ବିଷୟରେ କ’ଣ ଜାଣ ? 

 ଉ:(i) ଉତ୍ତର ଭାରତରେ ଅଷ୍ଟମରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ଶାସନ କରୁଥିବା ଏକ ଶକ୍ତିଶାଳୀ ରାଜପୁତ ଜାତି ହେଲେ ପ୍ରତିହାରମାନେ ।
 (ii) ପ୍ରତିହାରମାନଙ୍କ ରାଜ୍ୟ ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ  ନର୍ମଦା ନଦୀ ଏବଂ ପଶ୍ଚିମର କାଥିଆୱାଡ଼ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା । 

 ୭ । 'ଭାରିୟମ’ କହିଲେ କଣ ବୁଝ ? 

 ଉ :(i) ଚୋଳମାନେ ବ୍ରାହ୍ମଣମାନଙ୍କୁ ଅନେକ ଜମି ଦାନ କରି ବ୍ରାହ୍ମଣ ଗ୍ରାମ (ବ୍ରହ୍ମାଦେୟ) ଗଠନ କରିଥିଲେ । ଗ୍ରାମ ଶାସନ ବ୍ରାହ୍ମଣମାନଙ୍କ ସଭାଦ୍ବାରା ପରିଚାଳିତ ହେଉଥିଲା ।
 (i) ପ୍ରତ୍ୟେକ ସଭାରେ ବିଭିନ୍ନ କମିଟୀ ବା ଭାରିୟମ ନିର୍ବାଚିତ ସଦସ୍ୟଙ୍କଦ୍ଵାରା ଗଠିତ ହୋଇଥିଲା ଯାହା ଗ୍ରାମର ଉନ୍ନୟନମୂଳକ କାମସବୁ ତଦାରଖ କରୁଥିଲା ।

୮ । ଦେବଗିରି କାହିଁକି ପ୍ରସିଦ୍ଧି ଲାଭ କରିଥିଲା ? 

ଉ:-ଦକ୍ଷିଣ ଭାରତରେ ଯାଦବମାନଙ୍କ ଶାସନ ସମୟରେ 'ଦେବଗିରି' ରାଜଧାନୀ ଥିଲା । ଏହାର ଅନ୍ୟନାମ ଦୌଲତାବାବ ସହର । 
 (ii) ଯାଦବମାନଙ୍କ ରାଜଧାନୀ ହୋଇଥିବାରୁ ଦେବଗିରି ପ୍ରସିଦ୍ଧି ଲାଭ କରିଥିଲା । 

୯ । ମାଲିକ କାଫୁର କିଏ ? 

 ଉ :(i) ଆଲ୍ଲାଉଦ୍ଦିନ ଖିଲଜୀ ଦିଲ୍ଲୀର ସୁଲତାନ ଥିଲେ । 
(ii) ତାଙ୍କୁ ସେନାପତି ମାଲିକ କାଫୁର ଦକ୍ଷିଣ ଭାରତର ରାଜାମାନଙ୍କୁ ପରାସ୍ତ କରି ସେମାନଙ୍କ ରାଜ୍ୟ ଅଧିକାର କରିଥିଲେ । 

୧୦ । ବିରଜା କ୍ଷେତ୍ର କେଉଁଠି ଅବସ୍ଥିତ ?

 ଉ :(i) ସୋମବଂଶୀ ରାଜାମାନଙ୍କ ରାଜତ୍ବ ବେଳେ ବିରଜାକ୍ଷେତ୍ର ଏକ ଧର୍ମପୀଠ ଥିଲା । 
(ii) ଏହା ଯାଜପୁର ଜିଲ୍ଲାର ବୈତରଣୀ ନଦୀ କୂଳରେ ଅବସ୍ଥିତ ଯେଉଁଠି ବିରଜାଈ ଠାକୁରାଣୀ ପୂଜିତ ହୁଅନ୍ତି ।

 ୧୧ । କୋର୍ଣ୍ଣି ତାମ୍ରପଟ୍ଟା ଅଭିଲେଖରେ କ’ଣ ବର୍ଣ୍ଣନା କରାଯାଇଛି ? 

ଉ:(i) କୋର୍ଣ୍ଣି ତାମ୍ରପଟ୍ଟା ଅଭିଲେଖରେ ଚୋଡ଼ଗଙ୍ଗଦେବଙ୍କ ରାଜ୍ୟଜୟ ବିଷୟ ବର୍ଣ୍ଣନା କରାଯାଇଛି । 
 (ii) ଏହି ଅଭିଲେଖରେ ଲେଖାଯାଇଛି ଯେ ଚୋଡ଼ଗଙ୍ଗଦେବ ଉତ୍କଳର ରାଜା କର୍ଣ୍ଣକେଶରୀଙ୍କୁ ପରାସ୍ତ କରିଥିଲେ । 

୧୨ । କୋଣାର୍କର ସୂର୍ଯ୍ୟମନ୍ଦିର କିଏ ନିର୍ମାଣ କରିଥିଲେ ?

 ଉ:(i) କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଥମ ନରସିଂହ ଦେବ ନିର୍ମାଣ କରିଥିଲେ ।
 (ii) ବିଶୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମନ୍ଦିରକୁ ୧୨୦୦ ବଢ଼େଇ ନିର୍ମାଣ କରିଥିଲେ ।  

୧୩।ଅଦ୍ବୈତ ମତବାଦ କ'ଣ ?

ଉ :(i) ଅଦ୍ବୈତ ମତବାଦ’ର ପ୍ରବର୍ତ୍ତକ ଥିଲେ ଧର୍ମସଂସ୍କାରକ ଶଙ୍କରାଚାର୍ଯ୍ୟ । 
 (ii) ଏହି ମତ ଅନୁସାରେ ଜଗତ ମିଥ୍ୟା ଏବଂ ବ୍ରହ୍ମ ସତ୍ୟ ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ । 

୧୪ । ରାମାନନ୍ଦ କିଏ ?

 ଉ :(i) ରାମାନନ୍ଦ ରାମାନୁଜଙ୍କର ପ୍ରଧାନ ଶିଷ୍ୟ ଥିଲେ । 
 (i) ସେ ରାମାନୁଜଙ୍କ ଭକ୍ତିବାଦକୁ ଉତ୍ତର ଭାରତରେ ପ୍ରଚାର କରିଥିଲେ । 

 ୧୫ । କଳିଙ୍ଗ ସ୍ଥାପତ୍ୟ ପରିପ୍ରକାଶର କେତୋଟି ଉଦାହରଣ ଦିଅ । 

ଉ :(i) ମଧ୍ୟଯୁଗରେ କଳିଙ୍ଗ ସ୍ଥାପତ୍ୟର ବିଶେଷ ପରିପ୍ରକାଶ ଘଟିଥିଲା । 
(ii) ଏହାର କେତେକ ଉଦାହରଣ ହେଲା ଭୁବନେଶ୍ବରର ମୁକ୍ତେଶ୍ଵର ମନ୍ଦିର, ଅନନ୍ତ-ବାସୁଦେବ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ।


Comments

Popular posts from this blog

୪:-ମାନବିକ ଅଧିକାର

୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ