ଗୋଟିଏ ବାକ୍ୟରେ ଉତ୍ତର ଦିଅ ୧। କେଉଁମାନଙ୍କୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ? ଉ : ମଦ, ଗଞ୍ଜଇ, ଡ୍ରଗସ, ଅଫିମ୍ ଇତ୍ୟାଦି ଖାଉଥିବା ଲୋକକୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି । ୨। ଆମେ କେଉଁ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ୍ ? ଉ : ସମାଜରେ ନିଜେ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ରହିବାରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ୩ । ପିଲାମାନେ କାହିଁକି ପାଠ ପଢ଼ିବା ଦରକାର ? ଉ : ଶିକ୍ଷା ମନୁଷ୍ୟକୁ ଠିକ୍ ବାଟରେ ନିଏ । ତେଣୁ ପିଲାମାନେ ପାଠ ପଢ଼ିବା ଉଚିତ୍ । ୪ । ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା କି ପ୍ରକାର କାର୍ଯ୍ୟ ? ଉ : ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା ଏକ ମନ୍ଦ ଅଭ୍ୟାସ । ୫ । ମଣିଷ କେତେବେଳେ ହିତାହିତ ଜ୍ଞାନ ଭୁଲିଯାଏ ? ଉ : ମଦ୍ୟପାନ କରିବା, ଗଞ୍ଜଇ ଟାଣିବା, ଡ୍ରଗ୍ସ ଖାଇବା,ଅଫିମ ଖାଇବା ଇତ୍ୟାଦି ନିଶାସେବନ ଦ୍ଵାରା ମଣିଷ ମନରେ ଉତ୍ତେଜନା ସୃଷ୍ଟି ହେଉଥିବାରୁ ସେ ହିତାହିତଜ୍ଞାନ ଭୁଲିଯାଏ । ୬ । ମଣିଷ କେତେବେଳେ ଅପରାଧମୂଳକ କାର୍ଯ୍ୟ କରିଥାଏ ? ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଗଲେ ଅପରାଧମୂଳକ କାର୍ଯ୍ୟ କରିଥାଏ । ୭ । ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା କେଉଁ କେଉଁ ଅପରାଧମୂଳକ କାର୍ଯ୍ୟ କରିଥାଏ ? ଉ : ମଣିଷ ନିଜର ହିତ...
Comments
Post a Comment