୪:-ମାନବିକ ଅଧିକାର
୧ । ମଣିଷ ମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ କ’ଣ ? ପାଞ୍ଚ ଧାଡ଼ିରେ ଲେଖ । ଉ :(i) ଜଣେ ବ୍ୟକ୍ତିର ଅଧିକାର ଅନ୍ୟ ଜଣଙ୍କ ବିରୁଦ୍ଧରେ ଦାବୀ । (ii) ଅଧିକାର ଏମିତି ଅବସ୍ଥା ସୃଷ୍ଟି କରେ ଯଦ୍ଦ୍ବାରା ବ୍ୟକ୍ତିମାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ବର ପରିପ୍ରକାଶ ଘଟେ | (iii) ସୁତରାଂ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅତ୍ୟାବଶ୍ୟକ। (iv) ଅଧିକାର ଯୋଗୁଁ ଜଣେ ବ୍ୟକ୍ତି ଯେକୌଣସି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରେ ଏବଂ ସୁଖରେ ଜୀବନଯାପନ କରିଥାଏ । (v) ଏଣୁ ମଣିଷମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ ରହିଛି। ୨ । କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ଲେଖ । ଉ : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ହେଲା : - (କ) ଜୀବନ ଧାରଣ ଅଧିକାର, (ଖ) ଦାସତ୍ୱରୁ ମୁକ୍ତ ହେବା ଅଧିକାର, (ଗ) ଆଇନ୍ ଦୃଷ୍ଟିରେ ସମସ୍ତେ ସମାନ, (ଘ) ଜୋରଜବରଦସ୍ତି କାହାରିକୁ ବନ୍ଦୀ କରା ନଯିବା (ଙ) ଭ୍ରମଣ କରିବାର ସ୍ଵାଧୀନତା ଇତ୍ୟାଦି । ୩ । ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ପଛରେ ତିନିଗୋଟି ବଳିଷ୍ଠ ଯୁକ୍ତି ଉପସ୍ଥାପନ କର । ଉ : ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ଉଚିତ । ଏହି ଯୁକ୍ତି ସପକ୍ଷରେ ତିନୋଟି ଯୁକ୍ତି ହେଲା : (i)...
Comments
Post a Comment