୩:-ବାରିମଣ୍ଡଳ

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।
(କ) ପୃଥିବୀର ଜଳଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ାରେ ପ୍ରକାଶ କଲେ କେତେ ହେବ ? 
ଉ : ସମଗ୍ର ପୃଥିବୀ କ୍ଷେତ୍ରଫଳର ପ୍ରାୟ ୭୧% ଜଳଭାଗ ଏବଂ ୨୯ % ସ୍ଥଳଭାଗ ଅଟେ।
 (ଖ) ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ କ'ଣ ?
 ଉ : ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକ ହେଲା –ପର୍ବତ ଶିଖରରେ ଥିବା ତୁଷାର ରାଶି, ନଦୀ, କୂଅ ଓ ପୋଖରୀ।
 (ଗ) ଜଳଚକ୍ର କାହାକୁ କୁହାଯାଏ?
ଉ :(i) ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ପ୍ରବେଶ କରେ । ଏହି ଜଳୀୟବାଷ୍ପ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
 (ii) ପୁନର୍ବାର ତାହା ଘର୍ଷଣ ପ୍ରକ୍ରିୟା ଦ୍ବାରା ଭୂପୃଷ୍ଠକୁ ଫେରିଆସେ ।ଜଳର ଏପ୍ରକାର ଚକ୍ରଗତିକୁ ଜଳଚକ୍ର କୁହାଯାଏ।
(ଘ) ବାରିମଣ୍ଡଳ କାହାକୁ କୁହାଯାଏ ? 
ଉ : ପୃଥିବୀ ପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ଗଠିତ ମଣ୍ଡଳକୁ ବାରିମଣ୍ଡଳ କୁହାଯାଏ । 
(ଙ) ପୃଥିବୀର ମହାସାଗରଗୁଡ଼ିକର ନାମ କଣ ?
 ଉ :(i) ପୃଥିବୀ ପୃଷ୍ଠରେ ଚାରିଟି ମହାସାଗର ପରିଲକ୍ଷିତ ହୁଏ।ଯଥା- ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଭାରତ ମହାସାଗର ଓ ଉତ୍ତର ମହାସାଗର ବା ସୁମେରୁ ମହାସାଗର । 
 (ii) ଏହାଛଡ଼ା କୁମେରୁ ମହାସାଗରଟି ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଓ ଭାରତ ମହାସାଗରର ଦକ୍ଷିଣାଂଶକୁ ନେଇ ଗଠିତ । 
(ଚ) ମହାସାଗର ତଳ କ’ଣ ? 
 ଉ : ସାଗର ଓ ମହାସାଗରର ଜଳରାଶି ନିମ୍ନରେ ଥିବା ଭୂଭାଗକୁ ସାଗର ଓ ମହାସାଗର ତଳ କୁହାଯାଏ । 
(ଛ) ସମୁଦ୍ର ତରଙ୍ଗ କାହାକୁ କୁହାଯାଏ ? 
ଉ : ପୃଥିବୀ ପୃଷ୍ଠରେ ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ଭାଙ୍ଗ ପଡ଼ିଯାଏ । ତାହାକୁ ତରଙ୍ଗ ବା ଢେଉ କୁହାଯାଏ ।
(ଜ) ଜୁଆର କ’ଣ ? 
 ଉ :(i) ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ହେତୁ ପୃଥିବୀର କଠିନ ଭୂଭାଗ ତୁଳନାରେ ଜଳଭାଗ ଅଧିକ ଆକର୍ଷିତ ହୋଇଥାଏ । 
(ii) ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲି ଉଠେ।ସମୁଦ୍ର ଜଳର ଏପରି ନିୟମିତ ଉତଥାନକୁ ଜୁଆର କୁହାଯାଏ ।
 (ଝ) ସାମୁଦ୍ରିକ ସ୍ରୋତ କାହାକୁ କୁହାଯାଏ ? 
ଉ :(i) ବିଭିନ୍ନ କାରଣରୁ ସମୁଦ୍ରଜଳ ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଗତିଶୀଳ ହୋଇଥାଏ । 
 (i) ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଏହି ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ । 
 ୨ । କାରଣ ଦର୍ଶାଅ ।
 (କ) ପୂର୍ଣ୍ଣିମା ତିଥିରେ ଗୁରୁ ଜୁଆର ହୋଇଥାଏ ।
 ଉ :(i) ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି । ସେହିଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଅବସ୍ଥାନ କରିଥାଏ ।
 (ii) ଉଭୟ ପାର୍ଶ୍ଵର ଆକର୍ଷଣ ଯୋଗୁଁ ଏହିଦିନ ଉଚ୍ଚ ଜୁଆର ବା ଗୁରୁଜୁଆର ହୋଇଥାଏ ।
(ଖ) ଅଷ୍ଟମୀ ତିଥିରେ ଲଘୁଜୁଆର ସଂଗଠିତ ହୋଇଥାଏ । 
ଉ :(i) ପ୍ରତ୍ୟେକ ମାସର ଶୁକ୍ଳପକ୍ଷ ଅଷ୍ଟମୀ ଓ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀକୁ କେନ୍ଦ୍ର କରି ପ୍ରାୟ ସମକୋଣରେ ଅବସ୍ଥାନ କରନ୍ତି । 
(ii) ଉଭୟଙ୍କର ଆକର୍ଷଣ ପରସ୍ପର ବିରୋଧୀ ହୋଇଥାଏ । ଜୁଆରର ମାତ୍ରା ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଅଧିକ ନହୋଇ କମ୍ ହୋଇଥାଏ । ତେଣୁ ଏହି ତିଥିରେ ଲଘୁଜୁଆର ସଙ୍ଗଠିତ ହୋଇଥାଏ । 
(ଗ) ଡଗର ବ୍ୟାଙ୍କ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର ।
 ଉ :(i) ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ଣସ୍ରୋତର ମିଳନ ସ୍ଥାନରେ ପ୍ଲାଙ୍କଟନ୍ ଜାତୀୟ ଉଭିଦ ବହୁଳ ପରିମାଣରେ ଜମାହୁଏ । 
(ii) ପ୍ଲାଙ୍କଟନ୍ ମାଛ ମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ । ଏହା ଫଳରେ ସେଠାରେ ମାଛ ବହୁଳ ପରିମାଣରେ ଦେଖାଯାନ୍ତି । ତେଣୁ ୟୁରୋପ ମହାଦେଶର ଡଗର ବ୍ୟାଙ୍କ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।
 (ଘ) ପୃଥିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ ।
 ଉ : ପୃଥିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ । କାରଣ 
(i) ଏହି ମହାସାଗରର ଉପକୂଳ ଅଧିକ ଦନ୍ତୁରିତ । ଫଳରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି । 
(ii) ଏହାର ଦୁଇ ପାଖରେ ଇଉରୋପ, ଉତ୍ତର ଆମେରିକା ଭଳି ସମୃଦ୍ଧିଶାଳୀ ମହାଦେଶ ଅବସ୍ଥିତ ଥିବାରୁ ଏହି ମହାସାଗର ଦେଇ ଅନେକ ବାଣିଜ୍ୟ କାରବାର ହୋଇଥାଏ ।
୩ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
 (କ) ସିନ୍ଧୁମଳ : 
ଉ :(i) ଭୂପୃଷ୍ଠରୁ କ୍ଷୟପ୍ରାପ୍ତ ଅତିସୂକ୍ଷ୍ମ ଶିଳାରେଣୁ, ଆଗ୍ନେୟ ଭସ୍ମ ଆଦି ପଦାର୍ଥ ବହୁଦୂର ଭାସିଯାଇ ସାଗର ସମତଳରେ ଜମାହୁଏ। 
(ii) ଏହା ବ୍ୟତୀତ ବିଭିନ୍ନ ସାମୁଦ୍ରିକ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି ହୁଏ । ତାହାକୁ ସିନ୍ଧୁମଳ କୁହାଯାଏ ।
 (ଖ) ମହୀଢାଲୁ : 
ଉ :(i) ସମୁଦ୍ର କୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ଜଳଭିତରେ ବୁଡ଼ି ରହିଥିବା ଅଂଶକୁ ମହୀସୋପାନ କୁହାଯାଏ । ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯାଇଥାଏ।
(ii) ସମୁଦ୍ର ତଳର ଏହି ଅଧିକ ଗଡ଼ାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ । ଏହି ଅଞ୍ଚଳରେ ଅନେକ ସମୁଦ୍ର ଖଣ୍ଡ ଦେଖାଯାଏ ।
(ଗ)ସୁନାମି : 
 ଉ :(i) ବେଳେବେଳେ ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟିହୋଇ ସମୁଦ୍ର ଜଳରାଶିରେ କମ୍ପନ ଜାତ କରାଏ । ଏହାର ପ୍ରଭାବରେ ସମୁଦ୍ର ଜଳରେ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ । 
(ii) ଏପରି ଭାବେ ସୃଷ୍ଟି ହେଉଥିବା ସମୁଦ୍ର ତରଙ୍ଗକୁ ଜାପାନୀ ଭାଷାରେ ସୁନାମି କୁହାଯାଏ । ସାଧାରଣତଃ ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର ହୋଇଥାଏ ।
 (ଘ) ପରୋକ୍ଷ ଜୁଆର :
ଉ :(i) ଆବର୍ତ୍ତନ ସମୟରେ ପୃଥିବୀର ଯେଉଁ ଅଂଶ ଚନ୍ଦ୍ରର ବିପରୀତ ଦିଗରେ ଅବସ୍ଥାନ କରେ ସେଠାରେ ଚନ୍ଦ୍ରର  ଆକର୍ଷଣ ପ୍ରାୟ ନଥାଏ । ତେବେ ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ରାରେ ଚନ୍ଦ୍ର ଆଡ଼କୁ ଆକର୍ଷିତ ହୋଇଯାଏ । ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ । 
 (ii) ଏହି ଶୂନ୍ୟସ୍ଥାନ ପୂରଣ କରିବାପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳରୁ ଜଳରାଶି ସେ ସ୍ଥାନକୁ ପ୍ରବାହିତ ହୋଇଥାଏ । ସେ ସ୍ଥାନରେ ସମୁଦ୍ରଜଳ ସ୍ଫୀତହୋଇ ଜୁଆର ସୃଷ୍ଟି ହୁଏ । ଏହାକୁ ପରୋକ୍ଷ ଜୁଆର କୁହାଯାଏ । 
(୧) ୟୁରୋପର ଉଷ୍ମ କମ୍ବଳ ।
ଉ : ୟୁରୋପ ମହାଦେଶର ପଶ୍ଚିମ ଉପକୂଳରେ ପ୍ରବାହିତ ହେଉଥିବା ଉଷ୍ଣ ସ୍ରୋତର ଉଷ୍ଣତା ଫଳରେ ୟୁରୋପ ପଶ୍ଚିମ ଉପକୂଳରେ ବନ୍ଦରଗୁଡ଼ିକ ବରଫମୁକ୍ତ ରହେ । ତେଣୁ ୟୁରୋପକୁ ଉଷ୍ଣ କମ୍ବଳ କୁହାଯାଏ ।
(ଚ) ପ୍ରବାଳ ବନ୍ଧ । 
ଉ :(i) ପାଖାପାଖି ହୋଇ ଜମା ହେଉଥିବା କେତେକ ପ୍ରବାଳ ସ୍ତୂପ ପ୍ରାୟ ପରସ୍ପର ସଂଲଗ୍ନ ହୋଇ ‘ପ୍ରବଳ ବନ୍ଧ’ ସୃଷ୍ଟି ହୋଇଥାଏ । 
(ii) ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳରେ ଅନତି ଦୂରରେ ସମୁଦ୍ରରେ ଏ ପ୍ରକାର ଏକ ପ୍ରବାଳ ବନ୍ଧ ଅଛି । 
(ଛ)ଆଟଲ
 ଉ : ସମୁଦ୍ରରେ କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ “ପ୍ରବାଳ ଘେରିବନ୍ଧ’ ସୃଷ୍ଟି ହୋଇଥାଏ । ଏହାକୁ ଆଟଲ୍ କୁହାଯାଏ ।
 (କ) ପ୍ଲାଙ୍କଟନ୍ ।
ଉ :(i) ପ୍ଲାଙ୍କଟନ୍ ଏକ ଜାତୀୟ ଉଦ୍ଭିଦ । 
 (ii) ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ଣସ୍ରୋତର ମିଳନ ସ୍ଥାନରେ ପ୍ଲାଙ୍କଟନ୍ ଜାତୀୟ ଉଦ୍ଭିଦ ବହୁଳ ପରିମାଣରେ ଜମାହୁଏ । ଏହା ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ଅଟେ । 
୪। ବନ୍ଧନୀ ମରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର । 
(କ) ପୃଥିବୀର ସାଗରଗୁଡ଼ିକ ମଧ୍ୟରୁ ____ସବୁଠାରୁ ବଡ଼ ।
(ଲୋହିତ ସାଗର, ବେରିଂ ସାଗର, ଦକ୍ଷିଣ ଚୀନ୍‌ ସାଗର,ଭୂମଧ୍ୟ ସାଗର) 
(ଖ) ପୃଥିବୀର ଗଭୀରତମ ସାମୁଦ୍ରିକ ଖାତ __ ମହାସାଗରରେ ଅବସ୍ଥିତ ।
 (ପ୍ରଶାନ୍ତ, ଆଟଲାଣ୍ଟିକ, ଭାରତ, ସୁମେରୁ) 
(ଗ) ପୃଥିବୀରେ ଉପଲବ୍ଧ ମଧୁର ଜଳର ସର୍ବାଧିକ ଭାଗ— ଠାରେ ରହିଅଛି ।
(ଭୂତଳ ଜଳ, ନଦୀ, ହିମ ଟୋପିର, ବାୟୁମଣ୍ଡଳ),
 (ଘ) ଜଳ ଦିବସ — ତାରିଖରେ ପାଳିତ ହୁଏ ।
(ସେପ୍ଟେମ୍ବର ୨୩, ମାର୍ଚ୍ଚ ମାସ ୨୨, ଅକ୍ଟୋବର ୨୪, ନଭେମ୍ବର ୧୫) 
ଉ : (କ) ଦକ୍ଷିଣ ଚୀନ୍‌ ସାଗର, (ଖ) ପ୍ରଶାନ୍ତ,(ଗ) ହିମ ଟୋପର, (ଘ) ମାର୍ଚ୍ଚ ମାସ ୨୨ ।
 ୫ । ସ୍ତମ୍ଭ ମିଳନ କର ।
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ 
ପ୍ରବାଳ ଘେରିବନ୍ଧ - ସବୁଠାରୁ ବଡ଼ ହ୍ରଦ
 କାସ୍ପିୟାନ ସାଗର - ତୀବ୍ର ଭୂ-କମ୍ପଜନିତ ତରଙ୍ଗ 
ଜୁଆର - ଆଟଲ 
 ସାମୁଦ୍ରିକ ସ୍ରୋତ - ସମୁଦ୍ର ଜଳର ସାମୟିକ ଉତ୍ଥାନ ପତନ ସୁନାମି - ଏକ ନିର୍ଦ୍ଦିଷ୍ଟ ଗତି ପଥରେ ପ୍ରବାହିତ ହେଉଥିବା ସାମୁଦ୍ରିକ ଜଳରାଶି
 ଉ : କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରବାଳ ଘେରିବନ୍ଧ - ଆଟଲ 
କାସ୍ପିୟାନ  ସାଗର - ସବୁଠାରୁ ବଡ଼ ହ୍ରଦ 
 ଜୁଆର - ସମୁଦ୍ର ଜଳର ସାମୟିକ ଉତ୍ଥାନ ପତନ 
ସାମୁଦ୍ରିକ ସ୍ରୋତ - ଏକ ନିର୍ଦ୍ଦିଷ୍ଟ ଗତି ପଥରେ ପ୍ରବାହିତ ହେଉଥିବା ସାମୁଦ୍ରିକ ଜଳରାଶି 
ସୁନାମି - ତୀବ୍ର ଭୂ-କମ୍ପଜନିତ ତରଙ୍ଗ 
 ୬ | ସମୁଦ୍ରରେ ଜୁଆର ଓ ଭଙ୍ଗା କିପରି ସଂଘଟିତ ହୁଏ ଚିତ୍ର ସାହାଯ୍ୟରେ ବୁଝାଇ ଲେଖ । 
ଉ :(i) ସମସ୍ତ ମହାଜାଗତିକ ପିଣ୍ଡ (ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦି) ପରସ୍ପରକୁ ଆକର୍ଷଣ କରିଥା’ନ୍ତି । ଏହି ଆକର୍ଷଣ ମାତ୍ରା ସେମାନଙ୍କର ବସ୍ତୁତ୍ବ (ଓଜନ) ଓ ପରସ୍ପରଠାରୁ ଦୂରତା ଉପରେ ନିର୍ଭର କରିଥାଏ । 

(ii) ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥିବୀର କଠିନ ଭୂଭାଗ ତୁଳନାରେ ଜଳଭାଗ ଅଧୁକ ଆକର୍ଷିତ ହୋଇଥାଏ । ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲିଉଠେ । 
(iii) ଅନ୍ୟ ସମୟରେ ଜଳସ୍ତର ଖସିଯିବା ଯୋଗୁଁ ସମୁଦ୍ର ପଛକୁ ଘୁଞ୍ଚିଲା ଭଳି ଲାଗେ ।
 (iv) ସମୁଦ୍ର ଜଳ ପତ୍ତନରେ ଏହିପରି ନିୟମିତ ଉତଥାନ ଓ ପତନ ଲାଗିରହିଥାଏ । 
(v) ସମୁଦ୍ରଜଳ ପତ୍ତନର ଏହି ନିୟମିତ ଉତ୍ଥାନକୁ ‘ଜୁଆର’ ଏବଂ ପତନକୁ ‘ଭଟ୍ଟା’ କୁହାଯାଏ ।
୭ । ସାଗର ଓ ମହାସାଗରର ଗୁରୁତ୍ଵ ଉଦାହରଣ ସହ ବୁଝାଅ। 
ଉ :(i) ସାଗର ଓ ମହାସାଗର ଅମାପ ସମ୍ପଦର ଗନ୍ତାଘର ହୋଇଥିବାରୁ ସମୁଦ୍ରକୁ ରତ୍ନାକର କୁହାଯାଏ । 
 (ii) ସମୁଦ୍ରଜଳରୁ ଅତ୍ୟାବଶ୍ୟକ ଲୁଣ ସଂଗ୍ରହ କରାଯାଏ ଏବଂ ସାମୁଦ୍ରିକ ମାଛି କୋଟି କୋଟି ଲୋକଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରିଥାଏ । 
(iii) ସମୁଦ୍ରରୁ ମୂଲ୍ୟବାନ ଶଂଖ, ପୋହଳା, ମୋତି ଆଦି ପଦାର୍ଥ ମିଳି ଥାଏ । ଅଲିଭରିଡଲେ କଇଁଛ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀବ ନାନାଦି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାନ୍ତି ।
 (iv) ସାମୁଦ୍ରିକ ଜୀବଗୁଡ଼ିକର ସଂଗ୍ରହ, ସେଗୁଡ଼ିକର ପ୍ରକ୍ରିୟାକରଣ ଓ ଉପଯୁକ୍ତ ବିନିଯୋଗ ଆଦି କାର୍ଯ୍ୟ କରି ବହୁତ ଲୋକ ଜୀବିକା ଅର୍ଜନ କରିଥା'ନ୍ତି । 
(v) ମହାସାଗର ଓ ସାଗର ତଳୁ ଆମେ ବୈଜ୍ଞାନିକ ପଦ୍ଧତିରେ ଅନେକ ମୂଲ୍ୟବାନ ଧାତବ ସମ୍ପଦ ପାଇଥାଉ । ସମୁଦ୍ରତଳୁ ଖନନ କରାଯାଇ ଖଣିଜତୈଳ ଆହରଣ କରାଯାଇଥାଏ ।

Comments

Popular posts from this blog

୪:-ମାନବିକ ଅଧିକାର

୭:ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୫:-ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ