Posts

ସ୍ବାସ୍ଥ୍ୟ ଓ ରୋଗ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର। ୧ - ଆମେ ଖାଦ୍ୟ ଖାଇଥାଉ କାହିଁକି ? ଖାଦ୍ୟର ଶ୍ରେଣୀ ବିଭାଗ କର । ଖାଦ୍ୟ ଅଭାବରେ ହେଉଥିବା ରୋଗ ବିଷୟରେ ଲେଖ ।  ଉ: (i) ଆମ ଶରୀରକୁ ରୋଗମୁକ୍ତ ରଖିବା ପାଇଁ ହେଲେ ବିଭିନ୍ନ ପ୍ରକାରର ଖାଦ୍ୟ ମିଶାଇ ଆମେ ଖାଇଥାଉ ।  (ii) ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା- ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ, ରୋଗମୁକ୍ତକାରୀ ବା ରୋଗ ପ୍ରତିରୋଧକାରୀ ।  (iii) ଆମ ଖାଦ୍ୟର ମୁଖ୍ୟ ଉପାଦାନଗୁଡ଼ିକ ହେଲା- ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର, ଜୀବସାର ବା ଭିଟାମିନ୍ ଏବଂ ଧାତୁସାର ।   (iv) ପୁଷ୍ଟିସାର ଅଭାବରେ କ୍ବାସିଓରକର ରୋଗ ହୋଇଥାଏ । ଫଳରେ ଶିଶୁର ଗୋଡ, ହାତ ଓ ମୁହଁ ଫୁଲିଯାଏ । ଚର୍ମ ଶୁଖୁଲା ଦେଖାଯାଏ ଓ ଚର୍ମରେ ଘା’ ହୁଏ । ମୁଣ୍ଡବାଳ କହରା ହୋଇଯାଏ ଏବଂ ବାଳକୁ ଧରୁ ଧରୁ ଉପୁଡ଼ିଯାଏ ।  (v) ଶ୍ଵେତସାର ଓ ପୃଷ୍ଟିସାର ଅଭାବରେ ମାରାସମସ୍ ରୋଗ ହୋଇଥାଏ । ଏହା ଫଳରେ ରୋଗୀର ଗୋଡ଼ ଓ ହାତ ସରୁ ହୋଇଯାଏ । ଉଚ୍ଚତା ବଢ଼ିପାରେ ନାହିଁ । ବହୁତ ଭୋକ ଲାଗେ ।  (vi) ଭିଟାମିନ୍ -D ଅଭାବରୁ ଛୋଟ ପିଲାମାନଙ୍କୁ ରିକେଟସ ରୋଗ ହେବାବେଳେ ବୟସ୍କ ଲୋକମାନଙ୍କୁ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ । ୨ । ଖାଦ୍ୟ ଅଭାବଜନିତ ରୋଗ କହିଲେ କ’ଣ ବୁଝ? ବିଭିନ୍ନ ଖାଦ୍ୟ ଅଭାବରୁ ହେଉଥିବା ରୋଗର ନାମ ଓ ଲକ୍ଷଣ ମଧ୍ୟରୁ ଯେକୌଣସି ୫ଟିର ସଂକ୍ଷିପ୍ତ ବିବରଣୀ ଲେଖ ।   ଉ: (i) ଶରୀରରୁ ଖାଦ୍ୟର ଉପାଦାନ

ଜାତୀୟ ଧ୍ଵଜା ଆମ ଉଡଇ ଫରଫର

୧ । ଉତ୍ତର ଲେଖିବା ।  (କ) ଆମ ଦେଶ ପରାଧୀନ ଥିବାବେଳେ କ'ଣ ଅସୁବିଧା ହେଉଥିଲା ? ଉ : ଆମ ଦେଶ ପରାଧୀନ ଥିବାବେଳେ ଆମେ ଅନେକ କ୍ଲେଶ ଭୋଗୁଥିଲୁ । (ଖ) ଦେଶ ସ୍ଵାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି ?  ଉ : ଦେଶ ସ୍ଵାଧୀନ ହେବା ପରେ ଆମେ ଅନେକ ଭଲ କାମ କରିପାରିବା ବୋଲି କବିତାରେ କୁହାଯାଇଛି, ଯଥା – ସ୍ଵଦେଶର ସେବା, ଅଛୁଆଁ ଛୁଆଁ ଭେଦ ଦୂର, ବିବିଧ କାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ଇତ୍ୟାଦି ।  (ଗ) ଜାତିର ଟେକ ରଖିବା ପାଇଁ ଆମକୁ କ’ଣ କରିବାକୁ ପଡ଼ିବ ?  ଉ : ଜାତିର ଟେକ ରଖୁବା ପାଇଁ ଆମକୁ ସ୍ଵଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ ।  (ଘ) ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ବାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି ?  ଉ : ଦେଶର ଉନ୍ନତି ପାଇଁ ସ୍ଵାଧୀନ ଭାରତରେ କର୍ତ୍ତବ୍ୟପରାୟଣ ହେବାକୁ ଆଶା କରାଯାଇଛି । ଏଥି ସହିତ ସ୍ୱଦେଶ ସେବା, ଭେଦଭାବ ଦୂରୀକରଣ, ଛୁଆଁ ଅଛୁଆଁ ଭାବଠାରୁ ଦୂରରେ ରହିବା, କଳକାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ସାଧନ କରାଯିବ ବୋଲି ଆଶା କରାଯାଇଛି। (ଙ) ଆମେ କାହିଁକି ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ?  ଉ : ଆମେ ବୀର ଜାତି । ଆମେ ଯେଉଁକଥା କହିବୁ ସେହି କାମକୁ ପ୍ରାଣ ଦେଇ କରିବୁ । ତେଣୁ ଆମେ ମଥା ନୋଇଁବୁ ନାହିଁ ବୋଲି କବି କହିଛନ୍ତି ।   ୨ । ଉତ୍ତର ଲେଖିବା ।  (କ

ସାମାଜିକ ଶୃଙ୍ଖଳା

ଗୋଟିଏ ବାକ୍ୟରେ ଉତ୍ତର ଦିଅ ୧। କେଉଁମାନଙ୍କୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ?  ଉ : ମଦ, ଗଞ୍ଜଇ, ଡ୍ରଗସ, ଅଫିମ୍ ଇତ୍ୟାଦି ଖାଉଥିବା ଲୋକକୁ ସାଧାରଣ ଲୋକ ଭୟ ଓ ଘୃଣା କରନ୍ତି ।  ୨। ଆମେ କେଉଁ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ୍ ?   ଉ : ସମାଜରେ ନିଜେ ରହିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ରହିବାରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।  ୩ । ପିଲାମାନେ କାହିଁକି ପାଠ ପଢ଼ିବା ଦରକାର ?  ଉ : ଶିକ୍ଷା ମନୁଷ୍ୟକୁ ଠିକ୍ ବାଟରେ ନିଏ । ତେଣୁ ପିଲାମାନେ ପାଠ ପଢ଼ିବା ଉଚିତ୍ ।   ୪ । ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା କି ପ୍ରକାର କାର୍ଯ୍ୟ ?  ଉ : ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା ଏକ ମନ୍ଦ ଅଭ୍ୟାସ ।  ୫ । ମଣିଷ କେତେବେଳେ ହିତାହିତ ଜ୍ଞାନ ଭୁଲିଯାଏ ?  ଉ : ମଦ୍ୟପାନ କରିବା, ଗଞ୍ଜଇ ଟାଣିବା, ଡ୍ରଗ୍ସ ଖାଇବା,ଅଫିମ ଖାଇବା ଇତ୍ୟାଦି ନିଶାସେବନ ଦ୍ଵାରା ମଣିଷ ମନରେ ଉତ୍ତେଜନା ସୃଷ୍ଟି ହେଉଥିବାରୁ ସେ ହିତାହିତଜ୍ଞାନ ଭୁଲିଯାଏ । ୬ । ମଣିଷ କେତେବେଳେ ଅପରାଧମୂଳକ କାର୍ଯ୍ୟ କରିଥାଏ ?  ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଗଲେ ଅପରାଧମୂଳକ କାର୍ଯ୍ୟ କରିଥାଏ ।  ୭ । ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା କେଉଁ କେଉଁ ଅପରାଧମୂଳକ କାର୍ଯ୍ୟ କରିଥାଏ ?  ଉ : ମଣିଷ ନିଜର ହିତାହିତଜ୍ଞାନ ଭୁଲିଯିବା ଦ୍ବାରା ଗୁଣ୍ଡାଗିରି, ଅବିବେକତା, ଚୋରି, ଡକାୟତି ଆଦି ଅପରା

୩:-ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ

୧ । ଭାରତର ସମ୍ବିଧାନରେ ପ୍ରସ୍ତାବନା କାହିଁକି ସ୍ଥାନ ପାଇଅଛି?  ଉ : ପ୍ରତ୍ୟେକ ଲିଖିତ ସମ୍ବିଧାନରେ ଏକ ପ୍ରସ୍ତାବନା ବା ମୁଖବନ୍ଧ ଥାଏ । ଏହା ହେଉଛି ସମ୍ବିଧାନର ଜାତକ ବା ସମ୍ବିଧାନର ମାପକାଠି । ପ୍ରସ୍ତାବନା ହେଉଛି ସମ୍ବିଧାନର ଦର୍ପଣ ଭଳି । ଦର୍ପଣ ସାମନାରେ ଠିଆ ହେଲେ ଜଣେ ଯେମିତି ନିଜର ଛବିକୁ ଦେଖିପାରିବ ପ୍ରସ୍ତାବନାକୁ ପଠନ କଲେ ସମ୍ବିଧାନ ମଧ୍ୟରେ କ’ଣସବୁ ରହିଛି ଅନୁଧ୍ୟାନ କରିପାରିବ । ଏହା ସମ୍ବିଧାନର ଆଭିମୁଖ୍ୟକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରିଥାଏ । ଏଣୁ ଭାରତର ସମ୍ବିଧାନରେ ପ୍ରସ୍ତାବନାକୁ ସ୍ଥାନ ଦିଆଯାଇଛି ।  ୨ । ଭାରତ ସମ୍ବିଧାନ ଏକ ଲିଖିତ ସମ୍ବିଧାନ ହେଲେ ମଧ୍ୟ ସମ୍ବିଧାନରେ ଦୁଇଗୋଟି ଅଲିଖିତ ବିଷୟବସ୍ତୁର ଉଦାହରଣ ଲେଖ ।  ଉ : ଲିଖିତ ସମ୍ବିଧାନରେ ରାଷ୍ଟ୍ରର ସାମ୍ବିଧାନିକ ଆଇନ୍ ଗୁଡ଼ିକ ଲିପିବଦ୍ଧ ହୋଇଥାଏ । ଯଦିଓ ଭାରତ ସମ୍ବିଧାନ ଏକ ଲିଖିତ ସମ୍ବିଧାନ ଏଥିରେ ଅନେକ ବିଷୟ ଅଲିଖିତ ଆକାରରେ ରହିଛି। ଉଦାହରଣ ସ୍ଵରୂପ : ଭାରତ ଏକ ସଂଘୀୟ ରାଷ୍ଟ୍ର ବୋଲି କେଉଁଠି ଲେଖାଯାଇ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ଦଳର ନେତା ହୋଇଥିବା ବିଷୟ ମଧ୍ୟ ଲେଖା ହୋଇନାହିଁ । ୩ । ଭାରତୀୟ ସମ୍ବିଧାନରେ କେତେକ ଅଂଶ ନମନୀୟ । ଏହାର ୩ଗୋଟି ଉଦାହରଣ ଦିଅ ।  ଉ : ଭାରତର ଅନେକ ଅଂଶ ନମନୀୟ ଯାହା ସହଜ ଭାବେ ସଂଶୋଧିତ ହୋଇପାରିବ । ଏହାର ତିନିଗୋଟି ଉଦାହରଣ ହେଲା : ନୂତନ ରାଜ୍ୟ ସୃଷ୍ଟି, ରାଜ୍ୟବିଧାନ ପ

୪:-ମାନବିକ ଅଧିକାର

୧ । ମଣିଷ ମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ କ’ଣ ? ପାଞ୍ଚ ଧାଡ଼ିରେ ଲେଖ ।  ଉ :(i) ଜଣେ ବ୍ୟକ୍ତିର ଅଧିକାର ଅନ୍ୟ ଜଣଙ୍କ ବିରୁଦ୍ଧରେ ଦାବୀ ।  (ii) ଅଧିକାର ଏମିତି ଅବସ୍ଥା ସୃଷ୍ଟି କରେ ଯଦ୍ଦ୍ବାରା ବ୍ୟକ୍ତିମାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ବର ପରିପ୍ରକାଶ ଘଟେ |  (iii) ସୁତରାଂ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅତ୍ୟାବଶ୍ୟକ।  (iv) ଅଧିକାର ଯୋଗୁଁ ଜଣେ ବ୍ୟକ୍ତି ଯେକୌଣସି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରେ ଏବଂ ସୁଖରେ ଜୀବନଯାପନ କରିଥାଏ ।  (v) ଏଣୁ ମଣିଷମାନଙ୍କୁ ଅଧିକାର ଦିଆଯିବାର ତାତ୍ପର୍ଯ୍ୟ ରହିଛି।    ୨ । କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ଲେଖ ।  ଉ : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପାଞ୍ଚଗୋଟି ମାନବିକ ଅଧିକାର ହେଲା : -  (କ) ଜୀବନ ଧାରଣ ଅଧିକାର,  (ଖ) ଦାସତ୍ୱରୁ ମୁକ୍ତ ହେବା ଅଧିକାର,  (ଗ) ଆଇନ୍ ଦୃଷ୍ଟିରେ ସମସ୍ତେ ସମାନ,  (ଘ) ଜୋରଜବରଦସ୍ତି କାହାରିକୁ ବନ୍ଦୀ କରା ନଯିବା   (ଙ) ଭ୍ରମଣ କରିବାର ସ୍ଵାଧୀନତା ଇତ୍ୟାଦି । ୩ । ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ପଛରେ ତିନିଗୋଟି ବଳିଷ୍ଠ ଯୁକ୍ତି ଉପସ୍ଥାପନ କର ।  ଉ : ନାରୀମାନେ ପୁରୁଷମାନଙ୍କ ପରି ଅଧିକାର ଉପଭୋଗ କରିବା ଉଚିତ । ଏହି ଯୁକ୍ତି ସପକ୍ଷରେ ତିନୋଟି ଯୁକ୍ତି ହେଲା : (i) ଆଜିର ନାରୀ ଅବଳା-ଦୁର୍ବଳା ନୁହେଁ କାରଣ ସେମାନେ ସବୁ କ୍ଷେତ୍ରରେ ଏବେ ପୁରୁଷମାନଙ୍କଠାର

୨:-ସ୍ବାଧୀନତା ସଂଗ୍ରାମ ଓ ଭାରତୀୟ ସମ୍ବିଧାନର ଗଠନ ପ୍ରକ୍ରିୟା

୧।ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନରେ କେଉଁ ଶାସନ ଆଇନ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଓ କାହିଁକି ? ପାଞ୍ଚ ଧାଡ଼ିରେ ଲେଖି ।  ଉ : ସାମ୍ରାଜ୍ୟବାଦୀ ଇଂରେଜ ମାନେ ଭାରତକୁ ଶାସନାଧୀନ କଲାପରେ ଅନେକ ଶାସନ ଆଇନ୍ ପ୍ରଣୟନ କରିଥିଲେ । ତନ୍ମଧ୍ୟରୁ ୧୯୪୭ ମସିହା ଭାରତ ସ୍ୱାଧୀନତା ଆଇନ୍ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହାର ମୁଖ୍ୟ କାରଣ ହେଲା ଏହି ଆଇନ୍ ବଳରେ ଭାରତ ସ୍ୱାଧୀନ ହେଲା । ଏହାର ସାର୍ବଭୌମତ୍ୱକୁ ସ୍ବୀକୃତି ଦିଆଗଲା । ସର୍ବୋପରି ବ୍ରିଟିଶ ସାମ୍ରାଜ୍ୟର କ୍ଷମତା ପରିସରରେ ଏହା ଆଉ ରହିଲା ନାହିଁ । ଅର୍ଥାତ୍ ଇଂରେଜମାନେ ଭାରତକୁ ତାଙ୍କ ଶାସନରୁ ମୁକ୍ତ କରିଦେଲେ   ୨ । ୧୮୫୭ ମସିହା ସିପାହୀ ବିଦ୍ରୋହର ତାପୂର୍ଯ୍ୟ କ'ଣ ?  ଉ : ଇଂଲଣ୍ଡର ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ପ୍ରବେଶ କରିଥିଲା ବାଣିଜ୍ୟ କରିବା ଉଦ୍ଦେଶ୍ୟରେ । ମାତ୍ର ଚତୁର ଓ ଧୂର୍ତ୍ତ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର ଏହାର ମୂଳ କାରଣ ଥିଲା ଯହିଁରେ ସେମାନେ ସକ୍ଷମ ହୋଇଥିଲେ । ଭାରତ ଇଂରେଜ ଶାସନାଧୀନ ହେଲା ପରେ ସେମାନେ ଭାରତକୁ ସମସ୍ତ ଦିଗରୁ ଶୋଷଣ କରିବାରେ ଲାଗିଲେ । ଫଳସ୍ବରୂପ ଭାରତୀୟମାନଙ୍କ ମନରେ ଅସନ୍ତୋଷ ରୂପକ ବହ୍ନି ପ୍ରଜ୍ଜ୍ବଳିତ ହେଲା । ୧୮୫୭ ମସିହାରେ ହିନ୍ଦୁ ଓ ମୁସଲମାନ ମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସିପାହୀ ବିଦ୍ରୋହ ଘୋଷଣା କଲେ । ଏହାର ବିଶେଷ ତାତ୍ପର୍ଯ୍ୟ ହେଲା ଏହା ହେଉଛି ଭାରତର ପ୍

୧:-ସମ୍ବିଧାନ

୧।ସଂକ୍ଷେପରେ ଉତ୍ତର ଲେଖ ।   (କ) ସମ୍ବିଧାନ କହିଲେ କ’ଣ ବୁଝ ? ଉ : (i) ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ଆଇନ । ଫାଇନରଙ୍କ ମତରେ "ସମ୍ବିଧାନ ମୌଳିକ ରାଜନୈତିକ ଅନୁଷ୍ଠାନମାନଙ୍କର ଏକ ବ୍ୟବସ୍ଥା ଅଟେ । " (ii) ସମ୍ବିଧାନରେ ବିଭିନ୍ନ ପ୍ରକାର ସରକାରର ରୂପରେଖ, ସାର୍ବଭୌମତ୍ବ କ୍ଷମତାର ସୁନିୟନ୍ତ୍ରଣ, କ୍ଷମତାର ବଣ୍ଟନ ଇତ୍ୟାଦି ବିଷୟରେ ଲେଖାଯାଇଥାଏ ।  (ଖ) ସମ୍ବିଧାନର ପ୍ରକାରଭେଦ ଲେଖ । ଉ:(i)ସମ୍ବିଧାନ ମୁଖ୍ୟତଃ ଦୁଇ ପ୍ରକାରର:ଲିଖିତ ସମ୍ବିଧାନ,ଅଲିଖିତ ସମ୍ବିଧାନ । ଲିଖିତ ସମ୍ବିଧାନ ଯତ୍ନ ସହକାରେ ସମ୍ବିଧାନ ପ୍ରଣୟନ ସଭା ଦ୍ଵାରା ପ୍ରଣୀତ ହୋଇଥାଏ । ଅଲିଖିତ ସମ୍ବିଧାନ ମୁଖ୍ୟତଃ ପ୍ରଥା, ପରମ୍ପରା, ଚଳଣି ଉପରେ ପର୍ଯ୍ୟବସିତ ।   (ii) ସମ୍ବିଧାନର ସଂଶୋଧନ ବା ପରିବର୍ତ୍ତନ ଦୃଷ୍ଟିରୁ ନମନୀୟ ବା ଅନମନୀୟ ହୋଇଥାଏ । ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ବା ପରିବର୍ତ୍ତନ କରାଯାଇପାରିବ ତାହା ନମନୀୟ ସମ୍ବିଧାନ । ଅନମନୀୟ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଜଟିଳ ଯାହାକୁ ସହଜରେ ସଂଶୋଧନ କରାଯାଇପାରିବ ନାହିଁ ।  (iii) ପୁଣି ସମ୍ବିଧାନର ପ୍ରଣୟନ ଦୃଷ୍ଟିରୁ ଦୁଇ ପ୍ରକାର ସମ୍ବିଧାନ ଦେଖାଯାଏ – ବିକଶିତ ଏବଂ ପ୍ରଣୀତ ସମ୍ବିଧାନ । (ଗ)ଲିଖିତ ସମ୍ବିଧାନର ଆବଶ୍ୟକତା କଣ?  ଉ : ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏକ ଲିଖିତ ସମ୍ବିଧାନର ଆବଶ୍ୟକତା ରହିଛି; କାରଣ |  (i) ଲିଖିତ ସମ୍ବିଧାନ ଦେଶର ସାମ୍ବିଧାନିକ ଆଇନ